ଲାଞ୍ଜିଗଡ଼ରୋଡ଼ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ତିନିଦିନିଆ ଏଫ୍ଏଲ୍ଏନ୍ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଉଦଯାପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ତିନିଦିନିଆ ଏଫ୍ଏଲ୍ଏନ୍ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଉଦଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁଢଳଦେବ ମୁଣ୍ଡ ଯୋଗଦେଇ ଏହି କର୍ମଶାଳାରେ ଯୋଗଦେଇ ଥିବା ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ନିଜ ନିଜ ବିଦ୍ୟାଳୟରେ ଅବିକଳ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରି ପରବର୍ତ୍ତୀ ସମୟରେ ଏହାର ସଠିକ ବ୍ୟବହାର ତଥା ଶିକ୍ଷଣ ଫଳାଫଳ ଓ ବିକାଶମୂଳକ ଲକ୍ଷ୍ୟ ହାସଲ ପାଇଁ ପ୍ରଚେଷ୍ଟା କରିବା ପାଇଁ ପରାମର୍ଶ ଦେଇଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଭାରତ ଭୁଷଣ ସାହୁ ଯୋଗଦେଇ ଥିବା ବେଳେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷା ଡ଼ଃ ସ୍ନେହପ୍ରଭା ମହାପାତ୍ରଙ୍କ ତତ୍ବାବଧାନରେ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଇଶ୍ଵରଚନ୍ଦ୍ର ବେହେରାଙ୍କ ନେତୃତ୍ବରେ ଲାଞ୍ଜିଗଡ଼ ବ୍ଲକର ଏକମାତ୍ର ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞନ ଆଦର୍ଶ କୋଠରୀ ପାଇଁ ଶିକ୍ଷା ସାମଗ୍ରୀ ପ୍ରସ୍ତୁତ ଓ ଏହାର ବ୍ୟବହାର ସମ୍ବନ୍ଧୀୟ ତିନିଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି କର୍ମଶାଳାରେ ଲାଞ୍ଜିଗଡ଼ରୋଡ଼ ସିଆରସିସି ଶ୍ରବଣ କୁମାର ସରାଫ, ଗୋବର୍ଦ୍ଧନପୁର ସିଆରସିସି ପତନ କୁମାର ଭୋଇ, ନୋଡାଲ ସିଆରସିସି ବିଜୟ କୁମାର ରାୟ, ବନ୍ଦପାରୀ ସିଆରସିସି ତ୍ରିନାଥ ଶ୍ୟାମ କୁମାର ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଲାଞ୍ଜିଗଡ଼ ବ୍ଲକ ସମସ୍ତ ବିଦ୍ୟାଳୟରେ କାର୍ଯ୍ୟକାରୀ କରାଯାଉ ବୋଲି ସମସ୍ତ ଅଧିକାରୀ ପରାମର୍ଶ ଦେଇଥିଲେ। ଏହି କର୍ମଶାଳାର ପ୍ରଥମ ଓ ଦ୍ବିତୀୟ ଦିନରେ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଓ ଏହାର ବ୍ୟବହାର ସଂପର୍କରେ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ କାର୍ଯ୍ୟରେ ନିୟୋଜିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.