ଯୁବ-ଛାତ୍ର ବିଜେଡ଼ି ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ, ୧୦୪ ୟୁନିଟ ରକ୍ତ ସଂଗ୍ରହ

ଓଡ଼ିଆ ବାର୍ତ୍ତା/ ଜଗତସିଂହପୁର: ରଘୁନାଥପୁର ବ୍ଲକ ସଂକେତ ଆଇଟିଆଇ ପରିସରରେ ବିଜୁ ଯୁବ-ଛାତ୍ର ଜନତା ଦଳ ତରଫରୁ ଓଡ଼ିଶା ମୋ ପରିବାର ଏବଂ ଜୀବନ ବିନ୍ଦୁ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ନେତୃତ୍ୱ ତଥା ବ୍ଲକ ବିଜେଡ଼ି ସଭାପତି ଦେବାଶିଷ ତ୍ରିପାଠୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେଡ଼ି ସଭାପତି ରବିନାରାୟଣ ଜେନା ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ। ରାଜ୍ୟ ଯୁବ ବିଜେଡ଼ି ସମ୍ପାଦକ ପ୍ରଦୀପ୍ତ କୁମାର ଭୂୟାଁ, ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ବେହେରା, ଜିଲ୍ଲା ପରିଷଦ ସଭ୍ୟା ରୀନାରାଣୀ ମଲ୍ଲିକ, ଇତିଶ୍ରୀ ମଲ୍ଲିକ, ଜିଲ୍ଲା ଯୁବ ବିଜେଡ଼ି ସଭାପତି ସୌମ୍ୟଜିତ୍ ମହାପାତ୍ର, ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ସମିତ୍ କୁମାର ଲେଙ୍କା, ବ୍ଲକ ମହିଳା ବିଜେଡ଼ି ସଭାପତି ଶାନ୍ତିଲତା ଦ୍ବିବେଦୀ, ଜିଲ୍ଲା ବିଜେଡ଼ି ସମ୍ପାଦକ ତାରାକାନ୍ତ ଜେନା, ଜିଲ୍ଲା ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ବିଶ୍ୱଜିତ ଦାଶ, ଓଡ଼ିଶା ମୋ ପରିବାର ସଂଯୋଜକ ସୁରେନ୍ଦ୍ର ମହାପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଗୌତମ ପାଲିତ, ରବୀନ୍ଦ୍ରନାଥ ସ୍ୱାଇଁ ଏବଂ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।ବ୍ଲକ ଯୁବ ବିଜେଡ଼ି ସଭାପତି ଜୋସେଫ ସ୍ୱାଇଁ, ବ୍ଲକ ଛାତ୍ର ବିଜେଡ଼ି କାର୍ଯ୍ୟକାରୀ ସଭାପତି ରାଜେଶ କୁମାର ମିଶ୍ର, ପୂରଣ-ଓଡ଼ପଡ଼ା ସରପଞ୍ଚ ଶିବରାମ ସାହୁ, ଯୁବ ସଂଗଠକ ପ୍ରଶାନ୍ତ ଜେନା, ଜିଲ୍ଲା ଯୁବ ବିଜେଡ଼ି ସମ୍ପାଦକ ମାନସ ରଞ୍ଜନ ଦାସ, ସାମାଜିକ ଗଣମାଧ୍ୟମ ସଂଯୋଜକ କୁଞ୍ଜବିହାରୀ ସ୍ୱାଇଁ, ରାକେଶ ବେହେରା, ପ୍ରତାପ ପଟ୍ଟନାୟକ, ପ୍ରମୋଦ ସ୍ୱାଇଁ, ସ୍ବଦେଶ ଦାସ, ଜାହାଙ୍ଗୀର ବେଗ, ମନୋଜ ମହାନ୍ତି ଓ ବ୍ଲକ ଯୁବ ଛାତ୍ର ବିଜେଡ଼ି କର୍ମକର୍ତ୍ତାମାନେ ଶିବିରକୁ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.