ଚୂଡାନ୍ତ ପର୍ଯ୍ୟାୟରେ ୯ମ ଜିଲ୍ଲା ସ୍ତରୀୟ ମିନିମାରାଥନ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା କୋମନା ବ୍ଲକ କଲ୍ୟାଣ ମଣ୍ଡପ ଠାରେ ସ୍ୱାମୀ ବିବେକାନନ୍ଦ ଜନ୍ମ ଜୟନ୍ତୀ ଉପଲକ୍ଷେ ଯୁବ କଂଗ୍ରେସ ପକ୍ଷରୁ ୯ମ ଜିଲ୍ଲା ସ୍ତରୀୟ ମିନି ମାରାଥନ କାର୍ଯ୍ୟକ୍ରମର ଏକ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ଶାହାରୁଖ ଖାନଙ୍କ ଅଧକ୍ଷତାରେ ଆୟୋଜିତ ଏହି ପୂର୍ବ ପ୍ରସ୍ତୁତି ବୈଠକରେ ବ୍ଲକ କଂଗ୍ରେସ କମିଟି ପୂର୍ବତନ ସଭାପତି କୈଳାଶ ବାଗ, ଯୁବ ନେତା ବିରାଟ ତାଣ୍ଡି, ଉମା ବଂଛୋର, ଆକାଶ ପ୍ରଧାନ, ଆନନ୍ଦ ସାହୁ, ଇରସାଦ ମହମ୍ମଦ, ରାକେଶ ବଂଛୋର, ସନ୍ଦୀପ ମହରା, ମୁରଲୀ ଦୀପ, ସହେଯାଦ ଖାନ ପ୍ରମୁଖ ଉପସ୍ଥିତ ଥିଲେ। ଅଂଚଳର ଯୁବକ ମାନଙ୍କ ମଧ୍ୟରେ କ୍ରୀଡାକୁ ଉତ୍ସାହିତ କରିବା ଓ ସୁସ୍ଥ ଜୀବନଯାପାନ କରିବାକୁ ପ୍ରୋତ୍ସାହିତ କରିବା ଏହି ମିନି ମାରାଥନର ମୂଳଲକ୍ଷ। ଏଥିରେ ଅଧିକ ସଂଖ୍ୟାରେ କ୍ରୀଡାପ୍ରେମୀ କିପରି ଅଂଶଗ୍ରହଣ କରିବେ ଓ କାର୍ଯ୍ୟକ୍ରମ କିପରି ଭାବେ ସଫଳ ରୂପାୟନ ହେବ ତାହାକୁ ବିଶେଷ ଭାବେ ଏହି ବୈଠକରେ ଆଲୋକପାତ କରାଯାଇଥିଲା। ଏହା ସହିତ ଏହି ମିନି ମାରାଥନରେ ଅଂଶ ଗ୍ରହଣ କରିବା ପାଇଁ କୌଣସି ପ୍ରକାର ଶୁଳ୍କ ଦେୟ କରିବାକୁ ପଡିବ ନାହିଁ। ଦୌଡ଼ ସ୍ଥାନତି କୋମନା ବ୍ଲକ ଉଦ୍ୟାନବନ୍ଦ ଆମ୍ବେଦକର ଛକ ଠାରୁ କୋମନା ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ୮ କି.ମି ସ୍ଥିର କରାଯାଇଛି। ଏଥିରେ ପ୍ରଥମ ପୁରସ୍କାର ୧୨ ହଜାର ଟଙ୍କା ସହିତ ଟ୍ରଫି ଓ ମାନପତ୍ର, ଦ୍ଵିତୀୟ ପୁରସ୍କାର ୮ ହଜାର ଟଙ୍କା ସହିତ ଟ୍ରଫି ଓ ମାନପତ୍ର, ତୃତୀୟ ପୁରସ୍କାର ୬ ହଜାର ଟଙ୍କା ସହିତ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯିବାକୁ ଥିବାବେଳେ ସମ୍ମାନ ମୂଳକ ପୁରସ୍କାର ୫ ଜଣଙ୍କୁ ୫ଶହ ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ। ଏହା ସହିତ ଅଂଶ ଗ୍ରହଣ କରିଥିବା ସମସ୍ତଙ୍କୁ ମାନପତ୍ର ପ୍ରଦାନ କରାଯିବାର ଏହି ବୈଠକରେ ସ୍ଥିର ହୋଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.