ବେଲଗାଁ ମହାବିଦ୍ୟାଳୟରେ ନୂଆ-ଓ ଯୁବ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ ବେଲଗାଁ ମହାବିଦ୍ୟାଳୟଠାରେ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ୧୫ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ, ସାମାଜିକ କାର୍ଯ୍ୟ ଓ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଏହାର ଉଦଯାପନୀ ଉତ୍ସବରେ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହ କରିବା ସହ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ଗୀତା ବିଶି, ସଇଁତଲା ବିଡ଼ିଓ ବିନୟ କୁମାର ଭୋଇ, ଜିଲ୍ଲା ପରିଷଦ ସଦସ୍ୟା ରିତାରାଣୀ ଥପା, ଟିଟିଲାଗଡ଼ ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାୟକ ପ୍ରମୁଖ ଯୋଗଦାନ କରି କଲେଜର ଉନ୍ନତି ଦିଗରେ ପଦକ୍ଷେପ ନେବା ଓ ଛାତ୍ର ଛାତ୍ରୀମାନଙ୍କ ଭବିଷ୍ୟତ କାମନା କରିଥିଲେ।  ଅଧ୍ୟକ୍ଷା ଜ୍ୟୋସ୍ନାରାଣୀ ସାହୁ ସଭାର ଅଧ୍ୟକ୍ଷତା କରିଥିବା ବେଳେ ଅଧ୍ୟାପକ କିଶୋର ଚନ୍ଦ୍ର ସାହୁ ସଭା ପରିଚାଳନା କରିଥିଲେ। ଏହାର ସାଂସ୍କୃତିକ ଉତ୍ସବରେ ଅଧ୍ୟାପିକା ଦୀପ୍ତିମୟୀ ଦାସଙ୍କ ତତ୍ତ୍ୱବଧାନରେ ଛାତ୍ର ଛାତ୍ରୀମାନଙ୍କୁ ଦ୍ୱାରା ସାଂସ୍କୃତିକ ଉତ୍ସବରେ ଅଧ୍ୟାପିକା ଅର୍ଚ୍ଚନା ମହଲା, ଖିରେନ୍ଦ୍ର ରଣା ପରିଚାଳନାରେ ସହଯୋଗ କରିଥିଲେ। ଏହାର କ୍ରୀଡା ପ୍ରତିଯୋଗିତାରେ ଅଧ୍ୟାପକ କ୍ଷୀରଶ୍ୱର ପ୍ରଧାନ ତତ୍ତ୍ୱବଧାନରେ ଅଧ୍ୟାପକ ବାମନ ସା, ପ୍ରଫୁଲ୍ଲ ରଣା, ଶେଷଦେବ ବାରିକ ଓ ବିନୋଦ ବିହାରୀ ବେହେରା ପରିଚାଳନା ହୋଇଥିଲା। ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ନୂତ୍ୟ ପରିବେଷଣ ବେଶ ଉଚ୍ଚକୋଟିର ହୋଇଥିଲା। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା  କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଅଧ୍ୟାପକ ଲଛମନ ବିଶି ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.