ନୂଆପଡାରେ ଭାଷା ସଂସ୍କୃତି ସ୍ୱାଭିମାନ ଯାତ୍ରାକୁ ସ୍ୱାଗତ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ସହରରେ ପଶ୍ଚିମାଞ୍ଚଳ ପିପୁଲ ଫୋରମ ଦ୍ୱାରା ଅନୁଷ୍ଠିତ ହୋଇଥିବା ଭାଷା ସଂସ୍କୃତି ସ୍ୱାଭିମାନ ଯାତ୍ରାକୁ ସ୍ଥାନୀୟ ଏକତା ଛକ ନିକଟରେ ସ୍ୱାଗତ ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ଯାତ୍ରାର ମୂଳ ଲକ୍ଷ ହେଲା ରାଜ୍ୟ ସରକାର କୋଶଳୀ ଭାଷାକୁ ରାଜ୍ୟର ଅନ୍ୟତମ ଭାଷା ରୂପେ ଘୋଷଣା କରିବା କଥା କିନ୍ତୁ କରୁନାହାନ୍ତି। ପଶ୍ଚିମ ଓଡିଶାରେ ହାରାହାରି ୨ କୋଟି ଲୋକ କହୁଥିବା ଭାଷା ସାହିତ୍ୟ ସଂଗୀତ ପାଇଁ ଏକ ଏକାଡେମୀ ନିହାତି ଆବଶ୍ୟକ ଅଟେ ଯେଉଁଟା ସରକାର କରୁନାହାନ୍ତି। ଏହା ସହିତ ସଂଗୀତ ନାଟକ ଓ ସିନେମା ପାଇଁ କୌଣସି ସରକାରୀ ବ୍ୟବସ୍ଥା ନାହିଁ। ଏହି ଦାବୀ ଗୁଡିକ ପାଇଁ ଚଳିତ ମାସ ୨୨ ତାରିଖରୁ ପଡୋଶୀ ଜିଲ୍ଲା ବରଗଡ଼ର ପବିତ୍ର ମନ୍ଦିର ନୃସିଂହନାଥ ମନ୍ଦିରରୁ ଆରମ୍ଭ ହୋଇ ସୁନ୍ଦରଗଡ଼ ଠାରେ ୨୭ ତାରିଖ ପର୍ଯ୍ୟନ୍ତ ଏହି ଭାଷା ସଂସ୍କୃତି ସ୍ୱାଭିମାନ ଯାତ୍ରା କରାଯାଇଛି। ଏହି ଯାତ୍ରା ସିନେମା ଡାଇରେକ୍ଟର ମନୋଜ ମିଶ୍ରଙ୍କ ନେତୃତ୍ୱରେ ନୂଆପଡାରେ ପହଂଚିଥିଲା। ସେଠାରୁ ଖଡ଼ିଆଳ ହୋଇ ଧର୍ମଗଡ଼ ଯିବ ବୋଲି ଶ୍ରୀ ମିଶ୍ର ସୂଚନା ପ୍ରଦାନ କରିଥିଲେ। ଶ୍ରୀ ମିଶ୍ରଙ୍କ ସହିତ ବରିଷ୍ଠ ନେତା ମନୋଜ ମିଶ୍ର, ସପନ ମିଶ୍ର, କୋଶଳ ସଂଗ୍ରାମୀ ସିପୁନ ଖମାରୀ, କାଶୀନାଥ ମେହେର,ସୁବାଷ ନାୟକ, ବିରବଲ ମହାକୁର, ଅସିମ ପଟେଲ, ତେବେ ନୂଆପଡା ସହରରେ ଏହାକୁ ସମର୍ଥନ କରି ବିପୁଳ ମାତ୍ରାରେ ସମର୍ଥନ ପ୍ରଦାନ କରାଯାଇଛି। ଆବାହକ ଭକ୍ତବନ୍ଧୁ ଧରୁଆ, ଜୟନ୍ତ ଖମାରୀ, ସୁବଳ ପଣ୍ଡା, ସଞ୍ଜୟ ପାଢ଼ୀ, ଶିବ ରଥ, ଜୟମାଧବ ହୋତା, ସଂକର୍ଷଣ ପୁରୋହିତ, ସୁଶୀଲ ପତି, ବିନୋଦ ସୁନା, ଗୋବର୍ଦ୍ଧନ ମାଝୀ, ନିକେଶ ନାଗ, ଶୁକଦେବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.