ଲାଞ୍ଜିଗଡ଼ ବ୍ଲକ ସ୍ତରୀୟ ନୂଆ-ଓ ନବୀନ ଓଡ଼ିଶା ଯୁବ ଓଡ଼ିଶା କ୍ରୀଡ଼ା ଉତ୍ସବ ଉଦଯାପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ଗୋପବନ୍ଧୁ ହାଇସ୍କୁଲ ଖେଳ ପଡ଼ିଆ ଠାରେ ଶନିବାର ‘ନୂଆ-ଓ’ଯୁବ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର କ୍ରୀଡ଼ା ଉତ୍ସବ ଉଦଯାପିତ ହୋଇଯାଇଛି। ଲାଞ୍ଜିଗଡ଼ ବିଡ଼ିଓ ଶଶଙ୍କ ପାତ୍ରଙ୍କ ଅଧକ୍ଷତାରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧକ୍ଷା କମଳା ପାତ୍ର, ସହକାରୀ ଯନ୍ତ୍ରୀ ସାଲଖୁ ହେମ୍ରମ, ପାହାଡ଼ପଦର ସମିତି ସଭ୍ୟ ଜଗଦିଶ ବେନିଆଁ, କାନକୁଟ୍ରୁ ସମିତି ସଭ୍ୟ ମନୋହର ହରପାଳ, ବିଶ୍ଵନାଥପୁର ସମିତି ସଭ୍ୟ ଅଜିତ ପ୍ରଧାନୀ, ଲାଞ୍ଜିଗଡ଼ରୋଡ଼ ସରପଞ୍ଚ ମମତା ଶବର, ପାହାଡ଼ପଦର ଲକ୍ଷ୍ମଣ ମାଝୀ, ଛତ୍ରପୁର ସୁଷମା ମାଝୀ, କୁମଖାଲ ସରପଞ୍ଚ ସାନ୍ଦ୍ରୁ ମାଝୀ,ଜୋନ୍ ସଭାପତି ଚନ୍ଦ୍ରଶେଖର ମହାପାତ୍ର, ସମାଜସେବୀ ହରିଶଙ୍କର ପାତ୍ର, ଲାଞ୍ଜିଗଡ଼ରୋଡ଼ ପୂର୍ବତନ ସରପଞ୍ଚ ଟଙ୍କଧର ମାଝୀ ପ୍ରମୁଖ ମଞ୍ଚାସିନ ରହି କ୍ରୀଡ଼ାବିତମାନଙ୍କୁ ଉତ୍ସାହିତ କରିଥିଲେ। ଆଜିର ଏହି ଉଦଯାପନୀ ଦିବସ ଅବସରରେ କ୍ରିକେଟ ଓ ଫୁଟବଲର ଫାଇନାଲ୍ ଖେଳ ଅନୁଷ୍ଠିତ ହୋଇଥିଲା। କ୍ରିକେଟ ଫାଇନାଲ୍ ଖେଳ ଲାଞ୍ଜିଗଡ଼ରୋଡ଼ ଓ ଛତ୍ରପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ତେବେ ଛତ୍ରପୁରକୁ ହରାଇ ଲାଞ୍ଜିଗଡ଼ରୋଡ଼ ବିଜୟଲାଭ କରିଥିଲା। ସେହିପରି ଫୁଟବଲ ଫାଇନାଲରେ ବିଶ୍ଵନାଥପୁର ଓ ଲାଞ୍ଜିଗଡ଼ ମଧ୍ୟରେ ପ୍ରତିଦ୍ବନ୍ଦିତ ହୋଇଥିବା ବେଳେ ଲାଞ୍ଜିଗଡ଼କୁ ପରାସ୍ତ କରି ବିଶ୍ଵନାଥପୁର ବିଜୟୀ ଲାଭ ହୋଇଥିଲା। ପୁର୍ବରୁ ଭଲିବଲ କବାଡ଼ି,ଖୋକୋ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଆଜି ଉଦଯାପନୀ ଦିବସ ଅବସରରେ ସମସ୍ତ ବିଜୟୀ ଦଳକୁ ଟ୍ରଫି ସହ ୨୦ହଜାର ଟଙ୍କାର ଚେକ୍ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଯୁବ ସାମ୍ବାଦିକ ଗୋପାଳଦାସ ମହାନନ୍ଦ ମଞ୍ଚପରିଚାଳନା ପରିଚାଳନା କରିଥିବାବେଳେ ବେଣୁଧର ବାଗ, ଓକିଲ ସେନାପତି ଏବଂ ସାଗର ତ୍ରିପାଠୀ ଧାରାବିବରଣୀ ପ୍ରଦାନ କରିଥିଲେ। ଏଥିରେ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଅରବିନ୍ଦ ମହାପାତ୍ର, ଜିପିଓ ସରୋଜ କୁମାର ପ୍ରଧାନ, କନିଷ୍ଠ ଯନ୍ତ୍ରୀ ସ୍ମିତା ବିଶ୍ୱାଳ, ଲିଙ୍ଗରାଜ ସ୍ୱାଇଁ, ମଙ୍ଗଳ ଅଧିକାରୀ ପଙ୍କଜ କୁମାର ବଳିୟାର ସିଂ, ପିତବାସ ସାହୁଙ୍କ ସମେତ ସମସ୍ତ କର୍ମଚାରୀ ପରିଚାଳନାରେ ବିଶେଷ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.