ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ବ୍ଲକ ଟାନୱାତ ପଂଚାୟତର ରତିପାଲି ଗାଁ ଠାରେ ୨୬୬ତମ ବାବା ଘାସି ଦାସ ଜୟନ୍ତୀ ପାଳିତ ହୋଇଯାଇଛି। ଟାନୱାଟ ସରପଞ୍ଚ ଜୟରାମ ସତନାମୀଙ୍କ ଅଧକ୍ଷତାରେ ଆୟୋଜିତ ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ନୂଆପଡା ପଂଚାୟତ ସମିତି ଅଧକ୍ଷା ତାରେଶ୍ବରୀ ସାହୁ, ସମ୍ମାନିତ ଅତିଥି ଭାବେ ଯୁବ ଆଇନଜୀବୀ ଧନୀରାମ ସାହୁ, ଗୋଡ଼ଫୁଲା ପଂଚାୟତ ସମିତି ପ୍ରତିନିଧି ରବି ବାଗ ପ୍ରମୁଖ ମଂଚାସୀନ ଥିଲେ। ପାରମ୍ପରିକ ରୀତିନୀତିରେ ସତନାମ ଭକ୍ତଗଣ ବାବା ଘାସି ଦାଶଙ୍କୁ ମନେ ପକାଇ ଆରାଧ୍ୟ ଜୟସ୍ତମ୍ଭ ନିକଟରେ ପୂଜାର୍ଚନା କରିଥିଲେ। ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାରୁ ଏବଂ ଛତିଶଗଡ ରାଜ୍ୟ ମହାଶମୁନ୍ଦ ଜିଲ୍ଲା ବାବନକେରାରୁ ପାରମ୍ପରିକ ନୃତ୍ୟ ଦଳ ରତିପାଲିର ସମସ୍ତ ଶ୍ରଦ୍ଧାଳୁ, ଭକ୍ତ ଓ ଅତିଥିଙ୍କର ମନ ମୋହି ନେଇଥିଲା। ଭୂୟାଁ କେଁ ଅଞ୍ଜୋର ନାମକ ନୃତ୍ୟ ଦଳ ଯାହାକି ସତନାମ କଳା ସଂସ୍କୃତିରେ ପରିପୂର୍ଣ୍ଣ ତାହା ମଧ୍ୟ ଦର୍ଶକଙ୍କ ବିଶେଷ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଭଣ୍ଡାରାର ବ୍ୟବସ୍ଥା କରାଯାଇଥିଲା। ଯାହାକି ସରପଞ୍ଚ ଜୟରାମ ସତନାମୀ ଓ ଗାଁର ସମାଜସେବୀ ଛବିଲାଲ ସତାନାମୀଙ୍କ ଦ୍ୱାରା ଆୟୋଜିତ କରାଯାଇଥିଲା। ସଭାପତି ଶ୍ରୀ ସତନାମୀଙ୍କ ସହିତ କମଲ ସତନାମୀ, ଅକତୁ ସତନାମୀ, ରୋହିତ ସତନାମୀ, ମୋହନ ସତାନାମୀ, ରେଖରାମ ସତାନାମୀ, ମେନଲାଲ ସତନାମୀ, ରାଧେ ସତନାମୀ, ନରେଶ ସତନାମୀ, ଧନୀରାମ ସତନାମୀ, ବିରବାହୁ ସତନାମୀ, ପ୍ରେମ ଶଙ୍କର ସତନାମୀ, ରିଖିରାମ ସତନାମୀ, କୁଞ୍ଜ ସତନାମୀ, ଜଳଧର ସତାନାମୀ ଓ ସମସ୍ତ ଶତନାମ କଲ୍ୟାଣ ସମିତିର ସଦସ୍ୟ ବୃନ୍ଦ ଏହି କାର୍ଯ୍ୟକ୍ରମରେ ବିଶେଷ ଭାବେ ସହଯୋଗ କରିଥିଲେ।