ରାୟଗଡାରେ ଜଣେ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀଙ୍କ ଅକାଳ ବିୟୋଗ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ପରିଣତ ବୟସରେ ଘରୁ ବାହାରି ତୀର୍ଥଯାତ୍ରା କରିବାକୁ ଯାଇଥିଲେ ଜଣେ ତୀର୍ଥଯାତ୍ରୀ। ହେଲେ ଆଉ ସେ ଘରକୁ ଫେରିଲେ ନାହିଁ। ରାୟଗଡାରେ ତାଙ୍କର ଅକାଳ ବିୟୋଗ ଘଟିଛି। ମୃତ ତୀର୍ଥଯାତ୍ରୀ ଜଣଙ୍କ ହେଉଛନ୍ତି କୋରାପୁଟ ଜିଲ୍ଳା ସଦର ମହକୁମା ସ୍ଥିତ ପୂଜାରିଗୁଡା ସାହିର ୬୬ବର୍ଷିୟ ରାଜେନ୍ଦ୍ର କୁମାର ପରିଡା। ଆଜି ସକାଳେ ଭାରତ ଗୈାରବ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଶିରିଡି-ନାସିକ ତୀର୍ଥ ସ୍ଥାନରୁ ସେ ଫେରିଥିଲେ। ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ କୋରାପୁଟ ଜିଲ୍ଳାର ତୀର୍ଥଯାତ୍ରୀ ଭାବେ ଆସି ରାୟଗଡାରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଗତ ଡିସେମ୍ବର ୧୯ତାରିଖରେ ଶିରିଡି ଓ ନାସିକ ତୀର୍ଥ ସ୍ଥାନକୁ ଯାତ୍ରା କରିଥିଲେ। ମୃତ ଶ୍ରୀ ପରିଡା ୬ଦିନର ଏହି ଯାତ୍ରା ସମୟରେ ସମସ୍ତଙ୍କ ସହ ଅତି ଆନନ୍ଦ ଉଲ୍ଳାସରେ ତୀର୍ଥସ୍ଥାନ ଭ୍ରମଣ କରିଥିବା ନେଇ ଏସକର୍ଟ ଅଫିସର ପ୍ରଦୀପ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ଏପରିକି ଆଜି ଭୋର ୫ଟା ସମୟରେ ଟ୍ରେନଟି ରାୟଗଡା ରେଳ ଷ୍ଟେସନରେ ପଂହଚିବା ପରେ ନିଜ ବଗିରେ ଥିବା ସମସ୍ତ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀଙ୍କୁ ଓହ୍ଳାଇବାରେ ସେ ସହଯୋଗ କରିଥିଲେ। ପରେ ସେ ନିଜ ଛାତିରେ ଯନ୍ତ୍ରଣା ଅନୁଭବ କରି ପ୍ଳାଟଫର୍ମରେ ବସି ପଡିଲେ। ତୁରନ୍ତ ତାଙ୍କୁ ସେଠାରୁ ଆମ୍ବୁଲାନ୍ସ ଯୋଗେ ରାୟଗଡା ଜିଲ୍ଳା ମୁଖ୍ୟ ଚିକିିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ବେଳେ ଏହା ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥାଇ ପାରେ ବୋଲି ଡାକ୍ତର ପ୍ରକାଶ କରିଛନ୍ତି। ତୀର୍ଥଯାତ୍ରୀ ଶ୍ରୀ ପରିଡାଙ୍କ ମୃତ୍ୟୁ ଖବର ତାଙ୍କ ପରିବାର ବର୍ଗଙ୍କୁ ଜଣାଯାଇଥିବା ବେଳେ ତାଙ୍କର ମୃତ୍ୟୁକୁ ନେଇ ତୀର୍ଥଯାତ୍ରୀଙ୍କ ମଧ୍ୟହରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଥାଉ କି, ଚଳିତ ବର୍ଷ ରାଜ୍ୟ ସରକାରଙ୍କ ତରଫରୁ ୪ର୍ଥ ପର୍ଯ୍ୟାୟରେ ରାୟଗଡା ସମେତ ଦକ୍ଷିଣାପଶ୍ଚିମାଂଚଳର କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ନୂଆପଡା ଓ କଳାହାଣ୍ଡି ଭଳି ଜିଲ୍ଳାଗୁଡିକରୁ ୯୫୦ରୁ ଉର୍ଦ୍ଧ ତୀର୍ଥଯାତ୍ରୀଙ୍କୁ ଶିରିଡି ଓ ନାସିକ ତୀର୍ଥସ୍ଥାନକୁ ଭ୍ରମଣ କରାଯାଇଥିଲା। ଗତ ୧୯ତାରିଖରେ ରାୟଗଡା ରେଳ ଷ୍ଟେସନରୁ ଭାରତ ଗୈାରବ ସ୍ୱତନ ଟ୍ରେନ୍ ଯୋଗେ ତୀର୍ଥଯାତ୍ରୀମାନେ ଭ୍ରମଣ କରିଥିବା ବେଳେ ୧୮ତାରିଖ ରାତ୍ରରେ ଗାଇଡ୍ ଭାବେ ନିଯୁକ୍ତ ହୋଇ ନବରଙ୍ଗପୁର ଜିଲ୍ଳାରୁ ଆସିଥିବା ଜଣେ ପିଇଟି ଶିକ୍ଷକଙ୍କ ମଧ୍ୟ ରାୟଗଡାରେ ହୃଦଘାତରେ ମୃତ୍ୟୁ ହୋଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.