ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ରାମଚନ୍ଦ୍ର ଉଲାକାଙ୍କ ୧୨ତମ ଶ୍ରାଦ୍ଧବାର୍ଷିକୀ

ବରିଷ୍ଠ ଜନପ୍ରିୟ ନେତା ରାମଚନ୍ଦ୍ର ଆଜି ବି ସମସ୍ତଙ୍କ ମନରେ ଜୀବିତ ଅଛନ୍ତି

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଅବିଭକ୍ତ କୋରାପୁଟ ଜିଲ୍ଳା ତଥା ସମଗ୍ର ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି, ପଛୁଆ ବର୍ଗ, ସଂଖ୍ୟାଲଘୁ ଓ ସାଧାରଣ ବର୍ଗଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ଭଳି ଅନେକ ମୈାଳିକ ବିକାଶକୁ ଗୁରୁତ୍ୱ ଦେଇ ଆଜି ବି ସମସ୍ତ ଜନମାନସରେ ଜୀବିତ ଅଛନ୍ତି ବରିଷ୍ଠ ଜନପ୍ରିୟ ନେତା ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ରାମଚନ୍ଦ୍ର ଉଲାକା ବୋଲି ପ୍ରକାଶ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ଆଜି ରାୟଗଡା ସହରର ଅଶୋକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ପୂର୍ବତନ ମନ୍ତ୍ର ସ୍ୱର୍ଗତ ରାମଚନ୍ଦ୍ର ଉଲାକାଙ୍କ ଦ୍ୱାଦଶତମ ଶ୍ରାଦ୍ଧ ବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ବାହିନିପତି ପ୍ରକାଶ କରିଛନ୍ତି। ସ୍ୱଗର୍ତ ରାମଚନ୍ଦ୍ର ଉଲାକାଙ୍କ ଧର୍ମପତ୍ନୀ ନାରୀନେତ୍ରୀ ଶ୍ରୀମତି ରତ୍ନମଣି ଉଲାକାଙ୍କ ଦୁଇ ପୁଅ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା ଓ ପିସିସି ସାଧାରଣ ସଂପାଦକ ସୀମାଂଚଳ ଉଲାକା ଓ ବୋହୁ ପୂଜା ଉଲାକାଙ୍କ ଉପସ୍ଥିତିରେ ଆଜି ସକାଳେ ଆୟୋଜିତ ଶ୍ରାଦ୍ଧ ବାର୍ଷିକୀ କାର୍ଯ୍ୟକ୍ରମରେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି,ବରିଷ୍ଠ ନେତା ଜୟରାମ ପାଙ୍ଗି, ପିସିସି ସାଧାରଣ ସଂପାଦକ ଦୁର୍ଗା ପ୍ରସାଦ ପଣ୍ଡା, ରାୟଗଡା ଜିଲ୍ଳା ଡିସିସି ସଭାପତି ବିଜୟ କୁମାର ଗମାଙ୍ଗ, କୋରାପୁଟ ଜିଲ୍ଳା ଡିସିସି ସଭାପତି ଦୁର୍ଗା ଚନ୍ଦ୍ର ସାହୁ,ରାୟଗଡା ଆଦିବାସୀ ଯୁବ ନେତା ଆପଲାସ୍ୱାମୀ କାଡ୍ରକାଙ୍କ ସମେତ ଅନେକ ଜିଲ୍ଳା ବରିଷ୍ଠ କଂଗ୍ରେସ ନେତୃମଣ୍ଡଳି, ନିର୍ବାଚିତ ଜନ ପ୍ରତିନିଧି, ଦଳୀୟ କର୍ମୀ ଏବଂ ସମର୍ଥକମାନେ ଉପସ୍ଥିତ ରହି ସ୍ୱର୍ଗତ ଶ୍ରୀ ଉଲାକାଙ୍କ ଫୋଟୋଚିତ୍ରରେ ପୁଷ୍ପ ଦେଇ ଗଭୀର ଭକ୍ତପୂତ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ। ଅବିଭକ୍ତ କୋରାପୁଟ ଜିଲ୍ଳା ତଥା ରାୟଗଡା ଜିଲ୍ଳାର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ଭଳି ମୈାଳିକ ସମସ୍ୟାର ସମାଧାନ ଓ ବିକାଶ ଦିଗରେ ସ୍ୱର୍ଗତ ରାମଚନ୍ଦ୍ର ଉଲାକାଙ୍କ ଅବଦାନ ଏବଂ ରାଜନୀତି ଜୀବନୀ ଉପରେ ସମସ୍ତ ଅତିଥିଗଣ ସ୍ମୃତିଚାରଣ କରିଥିଲେ। ୧୯୩୪ ମସିହା ଜୁଲାଇ ୧ ତାରିଖରେ ରାୟଗଡା ଜିଲ୍ଳାରେ ଜନ୍ମଗ୍ରହଣ କରିଥିଲେ ରାମଚନ୍ଦ୍ର ଉଲାକା। ରାଜନୀତି ଜୀବନରେ ସେ ଅନେକ ଜନକଲ୍ୟାଣ କାର୍ଯ୍ୟକ୍ରମ କରି ଜନମାନସରେ ନିଜକୁ ଆଜି ବି ଜୀବିତ କରି ରଖିପାରିଛନ୍ତି। ଗତ ୨୦୧୧ ମସିହା ଡିସେମ୍ବର ୨୪ ତାରିଖ ଆଜିର ଦିନରେ ତାଙ୍କର ପରଲୋକ ହୋଇଥିଲା। ତାଙ୍କର ନୀତି ଆଦର୍ଶକୁ ଅନୁପ୍ରାଣିତ ହୋଇ ଆଜି ମୁଁ ବି ଲୋକଙ୍କ ପାଇଁ ସେବା କରି ଆସୁଛି ବୋଲି କୋରାପୁଟ ଲୋକସଭା ସାସଂଦ ସପ୍ତଗିରି ଉଲାକା ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.