ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ମହିଳା ମହାବିଦ୍ୟାଳୟର କ୍ରୀଡା ଅଧ୍ୟାପିକା ରୀତାରାଣୀ ମିଶ୍ର ଶ୍ରେଷ୍ଠ ଆଇରନ ଲେଡି ଆୱାର୍ଡରେ ହରିଆନା ଠାରେ ସମ୍ମାନୀତ ହୋଇଛନ୍ତି। ତାଙ୍କୁ ଏହି ପୁରସ୍କାର ଇଣ୍ଡିଆନ ୱମେନ ଓଲିମ୍ପିକ ଆସୋସିଏସନର ନିର୍ଦ୍ଦେଶିକା ଏବଂ ପ୍ରତିଷ୍ଠିତା ସଭାପତି ଡ଼ଃ ସନ୍ଦୀପ ଭଲ୍ଲା ପ୍ରଦାନ କରିଛନ୍ତି। ଖେଳ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏହି ପୁରସ୍କାର ଦ୍ଵାରା ଆଗାମୀ ଯୁବ ପିଢି ଓ ମହିଳାମାନେ ଅନେକ ମାତ୍ରାରେ ଉତ୍ସାହିତ ହୋଇପାରିବେ ବୋଲି ଆଇରନ ଲେଡି ରୀତାରାଣୀ ମିଶ୍ର ହରିଆଣାରୁ ଏକ ବାର୍ତ୍ତା ଯୋଗେ ପ୍ରକାଶ କରିଛନ୍ତି।





