ବେଳାରୁଷ ଏବଂ ରୁଷ ଭାଷାରେ ଅନୁଦିତ ହେଲା ଡ଼.ଭବାନୀ ଶଙ୍କର ନିଆଲଙ୍କ କବିତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବେଳାରୁଷିୟାନ କବି ବ୍ୟାକୋଭା ସେଟଲାନା ଆନାତୋଲିଭନା ଡ଼. ନିଆଲଙ୍କ ଓଡ଼ିଆ କବିତା ‘ସେ ଟ୍ରେନର ଗତି’କୁ ବେଳାରୁଷ ଏବଂ ରୁଷ ଭାଷାରେ ଅନୁଦିତ କରିଛନ୍ତି । ଏହି କବିତାକୁ ଡ଼. ତପନ କୁମାର ରଥ ଇଂରାଜୀରେ ଅନୁବାଦିତ କରିଥିଲେ । କବି ବ୍ୟାକୋଭା ସେଟଲାନା ଆନାତୋଲିଭନା ୨୨ଟି ସାହିତ୍ୟ କୃତି ରଚନା କରିଛନ୍ତି । ଏଥିରେ ୧୨ଟି କବିତା ସଂକଳନ ଓ ୧୦ଟି ଶିଶୁ ସାହିତ୍ୟ ସଂକଳନ ରହିଛି । ସେ ରୁଷ ଏବଂ ବେଳାରୁଷରେ ଅନେକ ସଂଗଠନଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି । ସେ ୟୁନିୟନ ଅଫ ରାଇଟର୍ସ ବେଳାରୁଷ ସଂଗଠନ ର ସଦସ୍ୟ ଅଟନ୍ତି । କ୍ରମାଗତ ଭାବେ କବି ନିଆଲଙ୍କ କବିତା ଇଂରାଜୀ, ଇଟାଲୀ, ରୁଷ, ଫ୍ରାନ୍ସ, ଚୀନ, ଆର୍ବିକ, ପାର୍ସିଆ, ପୋଲିସ, ସ୍ପେନିସ, ଆଳବାନିୟନ, ସ୍ବେଡ଼ିସ, ଫିଲିପିନୋ, ଭିଏତନାମା, ଜାପାନ, କିର୍ଗିଜ୍, ହିବ୍ରୁ ଭଳି ୨୦ ଟି ଆନ୍ତଃରାଷ୍ଟ୍ରୀୟ ଭାଷାରେ ଅନୁଦିତ ହୋଇଛି । ବର୍ତ୍ତମାନ କବି ଡ଼. ଭବାନୀ ନିଆଲଙ୍କ କବିତା ବେଳାରୁଷ ଏବଂ ରୁଷ ଭାଷାରେ ଅନୁଦିତ ହେବାପରେ ଅନେକ ମହଲରେ ଖୁସିର ଲହରୀ ଖେଳିଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.