ଆଜିଠାରୁ ସାରାବଙ୍ଗ କୋସଲୀ ଧନୁଯାତ୍ରା ମହୋତ୍ସବ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ବ୍ଲକ ପ୍ରଥମ ସାରବଙ୍ଗ କୋସଲୀ ଧନୁଯାତ୍ରା ମହୋତ୍ସବ ମଙ୍ଗଳବାର ଠାରୁ ଆରମ୍ଭ ହେବ | ଏଥି ପାଇଁ ଆୟୋଜକ କମିଟି ତରଫରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି | ଆଲୋକମାଳା ସହିତ ରଙ୍ଗବେରଙ୍ଗ ଚିତ୍ରକଳାରେ କଂସ ମହାରାଜଙ୍କ ଅତ୍ୟାଧୁନିକ ରାଜ ଦରବାର ସଜେଇ ହୋଇଛି | ମଙ୍ଗଳବାର ଅପରାହ୍ନରେ ସାରବଙ୍ଗ ମିନି ଷ୍ଟାଡିଅମ ସ୍ଥିତ କଂସ ଦରବାର ସ୍ଥଳରେ ଭୂମି ପୂଜନ ହେବ | ସନ୍ଧ୍ୟାରେ ଗାଁର ଇଷ୍ଟଦେଵୀ ମା ଶୀତଲା ଓ ମା ଦ୍ୱାରସେନୀଙ୍କ ପୀଠରେ ପୂଜାର୍ଚନା କରି ଧନୁଯାତ୍ରା ଆୟୋଜନ ପାଇଁ ଆଜ୍ଞାମାଳ ଅଣାଯିବ | ସେଠାରୁ ଏକ ମଶାଲ ଯାତ୍ରା ଗ୍ରାମ ପରିକ୍ରମା କରି କଂସ ଦରବାର ନିକଟରେ ସ୍ଥାପନ କରାଯିବ | ସନ୍ଧ୍ୟା ୭ ଟା ସମୟରେ ରଙ୍ଗାରମ ସଂସ୍କୃତିକ କାର୍ଯ୍ୟକ୍ରମ ସହିତ ଉଦ୍ଘାଟନୀ ସମାରୋହ ରହିଛି | ଏଥିରେ ସଲଙ୍ଗୀପଡାର ଶିକ୍ଷକ ତଥା ପ୍ରସିଦ୍ଧ କୋସଲୀ କଳାକାର ମଧୁସୂଦନ ପାଣିଗ୍ରାହୀ କଂସ ଭୂମିକରେ ଅଭିନୟ କରିବେ | ଚଳିତବର୍ଷ ଦର୍ଶକଙ୍କ ମନୋରଞ୍ଜନ ପାଇଁ ପ୍ରତେକ ସନ୍ଧ୍ୟାରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ, ରାଜ ଦରବାର, ଦୁଲଦୁଲି, ବଜାଶାଳ, ସର୍କସ, ଷ୍ଟାର ନାଇଟ ଓ ମିନା ବଜାର ଆଦିର ଆୟୋଜନ କରାଯାଇଛି |ତେବେ ଆୟୋଜକ କମିଟି ସଭାପତି ଗୋପାଳ ପଟେଲ, ଉପ ସଭାପତି ଗୋବିନ୍ଦ ଦଣ୍ଡସେନା, ସମ୍ପାଦକ ଚେନ ସିଂ ଜଗତ, ଯୁଗ୍ମ ସମ୍ପାଦକ ଭୁବନେଶ୍ୱର ଦଣ୍ଡସେନା, କୁସଲ ପଟେଲ, କମଲ ରାଉତ, ହୀରା ନାୟକ, ଦେୱାନନ୍ଦ ଦେୱାଙ୍ଗନ, କୋଷାଧକ୍ଷ ପ୍ରତିକ ଦେୱାଙ୍ଗନ, ଉପ କୋଷାଧକ୍ଷ ସନ୍ତୋଷ ଦଣ୍ଡସେନା, ଅଗଷ ଦଣ୍ଡସେନା, ଆଶିଷ ଦେୱାଙ୍ଗନ, ଗୋବିନ୍ଦ ରାଉତ, ଉମେଶ ରାଉତ, ତୁଲେଶ ପଟେଲ, ଦୀନେଶ ପଟେଲ, କୌଶିକ ସାହୁ, ନନ୍ଦୁ ରାଉତ, ପୁରୁଷୋତ୍ତମ ରାଉତ, ଗଜେନ୍ଦ ରାଉତ, ହେମନ୍ତ ଦେୱାଙ୍ଗନ, ରିତେଶ ଦେୱାଙ୍ଗନ, ଗୋପୀଚାନ୍ଦ ଦେୱାଙ୍ଗନ, ୟୋଗେଶ ଦଣ୍ଡସେନା, ଅଶୋକ ପଟେଲ, କସିରମ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.