ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଅବସରରେ ନୂତନ ବିଜେପି କାର୍ଯ୍ୟଳୟର ଗୃହ ପ୍ରବେଶ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡ଼ା ସହର ସ୍ଥିତ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ସମ୍ମୁଖରେ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଅବସରରେ ବିଜେପିର ନୂତନ ଜିଲ୍ଲା କାର୍ଯ୍ୟଳୟର ଗୃହ ପ୍ରେବେଶ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ସମେତ ଜିଲ୍ଲା ସଭାପତି ସୁବ୍ରତ ଠାକୁର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ କୁମାର ପାଢ଼ୀ ଯଦୁମଣି ପାଣିଗ୍ରାହୀ, ହୋମ ସିଂ ମାଝୀ, ହିତେଶ କୁମାର ବଗର୍ତି, ଖରିଆର ରୋଡ ଏନ.ଏ.ସି ଅଧକ୍ଷା ସୋନିଆ ଅଗ୍ରୱାଲ, ପୂର୍ବତନ ସଭାପତି ଶିବ ମୁଣ୍ଡ, ରାଷ୍ଟ୍ରୀୟ କାର୍ଯ୍ୟକାରୀଣି ସଦସ୍ୟ ଏସ ଟି ମୋର୍ଚ୍ଚା ଖାମ ସିଂ ମାଝୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ପ୍ରଥମେ ନୂତନ ବିଜେପି କାର୍ଯ୍ୟାଳୟର କୋଠାରୀ ଗୃହରେ ପୂଜାର୍ଚ୍ଚନା ହୋଇଥିଲା। ହୋମ ଯଜ୍ଞ ହେବା ପରେ କାର୍ଯ୍ୟାଳୟରେ ଗୃହ ପ୍ରବେଶ କରାଯାଇଥିଲା। ଏହା ପରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କର ଫଟୋଚିତ୍ର ରେ ମାଲ୍ୟାର୍ପଣ ଅର୍ପଣ କରାଯାଇ ଆମର ଆତ୍ମର ସତଗତି ନିମନ୍ତେ ସମସ୍ତେ ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ କରି ତାଙ୍କୁ ସ୍ମରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଅଭିନନ୍ଦନ ପଣ୍ଡା, ଯୁବ ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ସଦାନନ୍ଦ ଯୋଶୀ, ଜିଲ୍ଲା ସାଧାରଣ ସମ୍ପାଦକ ତୁଳସ ପଟେଲ, ଜିଲ୍ଲା ଉପ ସଭାପତି ଗୋଲଡି ଅଗ୍ରୱାଲ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଚରୁର୍ଭୁଜ ଶର୍ମା, ଜିଲ୍ଲା ଉପ ସଭାପତି ସରିତା ସିଂ, ମହିଳା ମୋର୍ଚ୍ଚା ଜିଲ୍ଲା ସଭାପତି ଭୁବନେଶ୍ୱରୀ ଦଣ୍ଡସେନା, ଏସ ଟି ମୋର୍ଚ୍ଚା ସଭାପତି ଦୃଷ୍ଟି ମାଝୀ, ଏସ ସି ମୋର୍ଚ୍ଚା ଜିଲ୍ଲା ସଭାପତି ଟୁଲୁ ନିଆଲ, କିଷାନ ମୋର୍ଚ୍ଚା ଜିଲ୍ଲା ସଭାପତି ଗୋବର୍ଧନ ସାହୁ, ବରିଷ୍ଠ ନେତା ପ୍ରକାଶ କଲାର, ମଣ୍ଡଳ ସଭାପତି ଚନ୍ଦନ ଠାକୁର, ଡମ୍ବରୁ ମହାନନ୍ଦ, ଖାମ ସିଂ ଠାକୁର, ଟୁନା ସାହୁ, ଅଜିତ ଚାଲାଣ ତଥା ଜିଲ୍ଲାର ସମସ୍ତ ବିଜେପି କର୍ମୀ ଯୋଗଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.