ବାଲେଶ୍ଵରର କବି କୃଷ୍ଣ କୁମାର ମହାନ୍ତିଙ୍କୁ ‘ରୁବି ରାଏ’ ବହି ପାଇଁ ମିଳିଲା ଟାଇମପାସ୍ ବେଷ୍ଟ୍ ସେଲର୍ ପୁରସ୍କାର

କବିତାରେ ଫେସଭାଲ୍ୟୁ ଶୀର୍ଷକ ଉପରେ ହେଲା ବିତର୍କ ଆଲୋଚନା

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ଟାଇମପାସ୍ ବେଷ୍ଟ୍ ସେଲର୍ ପୁରସ୍କାର ୨୦୨୩ ପ୍ରଦାନ କରାଯାଇଛି ବାଲେଶ୍ଵରର କବି, ଗାଳ୍ପିକ ଓ ସମ୍ପାଦକ କୃଷ୍ଣ କୁମାର ମହାନ୍ତିଙ୍କୁ। ଭୁବନେଶ୍ୱର ସ୍ଥିତ କେଳୁ ଚରଣ ମହାପାତ୍ର ଓଡ଼ିଶୀ ରିସର୍ଚ୍ଚ ସେଣ୍ଟର୍ ପ୍ରେକ୍ଷାଗୃହରେ ଦିବସବ୍ୟାପୀ ଅନୁଷ୍ଠିତ ‘ଉତ୍-ସାହିତ୍ୟ’ରେ ତାଙ୍କର କବିତା ପୁସ୍ତକ ‘ରୁବି ରାଏ’ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଟାଇମପାସ୍ ପ୍ରକାଶନ ସଂସ୍ଥା ପକ୍ଷରୁ ପ୍ରତି ବର୍ଷ ତାଙ୍କ ପବ୍ଲିକେଶନର ପୁସ୍ତକ ମଧ୍ୟରୁ ଉପନ୍ୟାସ ଗଳ୍ପ କବିତା ଓ ଫିଚର୍ ବିଭାଗରୁ ସର୍ବାଧିକ ବିକ୍ରି ହୋଇଥିବା ବହି ପାଇଁ ସ୍ରଷ୍ଟାଙ୍କୁ ବେଷ୍ଟ୍ ସେଲର୍ ପୁରସ୍କାର ଦିଆଯାଇଥାଏ। ଚଳିତ ବର୍ଷ ଶ୍ରୀ ମହାନ୍ତିଙ୍କ ଏହି ପୁରସ୍କାର ଉପନ୍ୟାସ ପାଇଁ ଦେବବ୍ରତ ଦାସ, ଗଳ୍ପ ପାଇଁ ବିୟତପ୍ରଜ୍ଞା ତ୍ରିପାଠୀ, ଫିଚର୍ ପାଇଁ କ୍ଷୀରୋଦ ପରିଡ଼ାଙ୍କୁ ପ୍ରଦାନ କରାଥିବା ବେଳେ ସରଳ ଦାସଙ୍କୁ ବହିବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କାର ପ୍ରଦାନ ଉତ୍ସବରେ ବଙ୍ଗଳା ଭାଷାର ପ୍ରସିଦ୍ଧ କଥାକାର, ବର୍ତ୍ତମାନ ପତ୍ରିକାର ପୂର୍ବତନ ସମ୍ପାଦକ ତଥା ବଙ୍କିମ ପୁରସ୍କାର ବିଜେତା ଜୟନ୍ତ ଦେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପ୍ରସିଦ୍ଧ ଓଡ଼ିଆ କବି ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜୟୀ କବି ଆଶୁତୋଷ ପରିଡ଼ା ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ପୁରସ୍କୃତ ପ୍ରତିଭା ମାନଙ୍କୁ ମାନପତ୍ର, ଉପଢୌକନ, ଫଳକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏହି ପୁରସ୍କାର ବିତରଣ ଉତ୍ସବରେ ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ ବଳ ଆରମ୍ଭରୁ ଶେଷ ଯାଏଁ ସଭାକୁ ପରିଚାଳନା କରିବା ସହ ସମାପନ କରିଥିଲେ। ଏହି ଅବସରରେ ପୂର୍ବାହ୍ନରେ ଏକ ଦଳଗତ ବିତର୍କ ସଭା ଅନୁଷ୍ଠିତ ହୋଇଥିଲା। କବିତାରେ ଫେସଭାଲ୍ୟୁ ଶୀର୍ଷକ ଏହି ବିତର୍କ ମଞ୍ଚରେ କବି ଶ୍ରୀ ମହାନ୍ତି ଅତିଥି ଭାବେ ଯୋଗ ଦେଇ ମତବ୍ୟକ୍ତ କରିଥିଲେ। କବି ତଥା ପ୍ରଫେସର ଜ୍ଞାନୀ ଦେବାଶିଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆସରରେ ଡକ୍ଟର ଶୁଭଶ୍ରୀ ଲେଙ୍କା, ଦୁର୍ଗା ପ୍ରସାଦ ପଣ୍ଡା, ଦେବବ୍ରତ ଦାସ ଓ ସୁମିତ ପଣ୍ଡା ଅତିଥି ଭାବେ ଯୋଗ ଦେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ। ଏହାକୁ ସଞ୍ଚାଳନା କରିଥିଲେ ବିଜୟ ମଲ୍ଲ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.