ନର୍ଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ

ଓଡ଼ିଆ ବାର୍ତ୍ତା / କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ କାର୍ଯ୍ୟକ୍ରମରେ ନର୍ଲା ବିଧାୟକ ଭୂପିନ୍ଦର ସିଂ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ ଦେଇଥିଲେ। ସମ୍ମାନୀତ ଅତିଥି ଭାବର ନର୍ଲା ବିଡ଼ିଓ ଏମ ଜଗଜୀବନ ଚୌଧୁରୀ ଯୋଗଦାନ କରି କ୍ରୀଡ଼ା କ୍ଷେତ୍ରରେ ଛାତ୍ରଛତ୍ରୀମାନେ ସେମାନଙ୍କ କ୍ୟାରିୟର ଗଠନ କରନ୍ତୁ ବୋଲି କହୁଥିଲେ। ଅଧ୍ୟାପକ ଭବାନୀଶଙ୍କର ଦାସ, ସନ୍ତୋଷ ବୁଦ୍ଧିଆ, ସୁରେଶ ନାଏକ, ଆନନ୍ଦ ଚାନ୍ଦ ପ୍ରମୁଖ ମଞ୍ଚାସିନ ରହି ମାର୍ଗଦର୍ଶନ ଦେଇଥିଲେ। କଲେଜର ରାଜନୀତି ବିଜ୍ଞାନ ଅଧ୍ୟାପକ ସୁରେଶ ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ, ବିଦ୍ୟାଳୟର କ୍ରୀଡା ଶିକ୍ଷକ ସୁମନ୍ତ ପୁଝାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପଞ୍ଚାୟତ ସମିତି ହାଇସ୍କୁଲ ନର୍ଲା ପିଇଟି ପ୍ରମୁଖ ସମସ୍ତ କ୍ରୀଡା ଇଭେଣ୍ଟ ଗୁଡିକ ପରିଚାଳନା କରିଥିଲେ। ବିଭିନ୍ନ ବିଭାଗ ମଧ୍ୟରେ ଖେଳ ବିଭାଗ ରେ ଫୁଟବଲ, ଭଲିବଲ୍, ଦୌଡ଼, ବେଡମିଣ୍ଟନ୍, ଲମ୍ବା ଡ଼ିଆଁ, ଉଚ୍ଚ ଡିଆଁ ପ୍ରଭୃତି ରହିଥିବା ବେଳେ ସାସ୍କୃତିକ କାର୍ଯ୍ୟକମ ଗୁଡିକ ମଧ୍ୟରେ ନାଚ, ଗୀତ, ଡ୍ରାମା, ବକ୍ତୃତା, ପ୍ରବନ୍ଧ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ସାମାଜିକ କାର୍ଯ୍ୟକ୍ରମ ଗୁଡ଼ିକ ମଧ୍ୟରେ ସ୍ବଚ୍ଛତା, ରାସ୍ତା ସଫେଇ, ଶିକ୍ଷା ସଚେତନତା, ସ୍ବାସ୍ଥ୍ୟ ସଚେତନତା, ନିଶା ନିବାରଣ ପ୍ରଭୃତି କାର୍ଯ୍ୟକ୍ରଗୁଡ଼ିକ ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ ହୋଇଥିଲା। ‘ଆମ ବିଦ୍ୟାଳୟର ଛାତ୍ରଛାତ୍ରୀ ବହୁତ ଆଗ୍ରହ ଓ ଅନେକ ଉତ୍ସାହ ର ସହ ସମସ୍ତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ସେମାନଙ୍କ ପାଇଁ ଏହି ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପ୍ରେରଣା ଦାୟୀ ହେବ ବୋଲି କଲେଜ ଅଧ୍ୟକ୍ଷ ରାମଚନ୍ଦ୍ର ସାହୁ ମତବ୍ୟକ୍ତ କରିଛନ୍ତି। ବିଦ୍ୟାଳୟର କର୍ମଚାରୀ ଲାଲପଣ୍ଡା ବୃନ୍ଦାବନ ଗଉଡ, ଶମ୍ଭୁ ଜଡା, ପ୍ରସନ୍ନ ଗଉଡ, ନରସିଂହ ଥପା, ପ୍ରତାପ ସାହୁ, ଦୁର୍ଯ୍ୟୋଧନ ବାହୁକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ପାଇଁ “ନୂଆ ଓ ଯୁବ ଓଡିଶା ନବୀନ ଓଡିଶା” ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.