ଫୁପଗାଁ ଧାନ ମଣ୍ଡି : ଚାଷୀଙ୍କଠାରୁ ଶ୍ରମିକ ଅର୍ଥ ଦାବି କରୁଥିବା ଅଭିଯୋଗ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ କାଶୀବାହାଲ ପେକ୍ସ ଅଧିନରେ ଥିବା ଫୁପଗାଁ ଧାନ ମଣ୍ଡିରେ ଶ୍ରମିକମାନେ ଚାଷୀଙ୍କ ଠାରୁ ଅର୍ଥ ଦାବି କରୁଥିବା ଅଭିଯୋଗ ହେଉଛି। ମଣ୍ଡିରେ ଶ୍ରମିକ ମାନେ ନଥିବା ଯୋଗୁଁ ମଙ୍ଗଳବାର ଧାନ ଉଠାଣ ବନ୍ଦ ହୋଇଥିବାବେଳେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ଏହି ଧାନ ମଣ୍ଡି ଉପରେ ଫୁପଗାଁ ପଞ୍ଚାୟତର ୭ ଖଣ୍ଡ ଗ୍ରାମର ୧୬୪୦ ଜଣ ଚାଷୀ ଧାନ ବିକ୍ରୀ କରିବା ପାଇଁ ପଞ୍ଜିକରଣ କରିଛନ୍ତି। ସୋମବାର ଠାରୁ ଗୁରୁବାର ପର୍ଯ୍ୟନ୍ତ ୪ଦିନ ଧରି ମଣ୍ଡିରୁ ଧାନ ଉଠାଣ ହେବା ସୂଚନା ରହିଛି। ଏହି ଧାନ ମଣ୍ଡି ଆରମ୍ଭରୁ ସୁରୁଖୁରୁରେ ଧାନ କ୍ରୟ ହେଉଥିଲା। ତେବେ ଶ୍ରମିକ ମାନେ ସୋମବାର ଦିନ ଚାଷୀଙ୍କଠାରୁ କୁଇଣ୍ଟାଲ ପ୍ରତି ୨ଟଙ୍କା ଲେଖାଏଁ ନେବା ପାଇଁ ଦାବି କରିଥିଲେ। ହେଲେ ସରକାରଙ୍କ ଠାରୁ ଶ୍ରମିକମାନେ କୁଇଣ୍ଟାଲ ପ୍ରତି ବର୍ତ୍ତମାନ ୧୩.୧୪ ପଇସା ପାଉଥାନ୍ତି। ତେଣୁ ଚାଷୀମାନେ ଏହାକୁ ବିରୋଧ କରିବା ସହ କୁଇଣ୍ଟାଲ ପ୍ରତି ୨ଟଙ୍କା ଦେବାକୁ ଅରାଜି ହୋଇ ଚାଷୀମାନେ ସ୍ବଇଚ୍ଛାରେ ଯାହା ଦେବୁ ନେବା ପାଇଁ ଶ୍ରମିକ ମାନଙ୍କୁ କହିଥିଲେ। ଏହାପରେ ସେମାନେ ଅମଙ୍ଗ ହୋଇ କୁଇଣ୍ଟାଲ ପ୍ରତି ୨ଟଙ୍କା ନଦେଲେ ମଣ୍ଡିରୁ ଧାନ ଲୋଡ୍ ନକରିବା ପାଇଁ ଚେତାବନୀ ଦେଇଥିବା ଚାଷୀ ପଦ୍ମମୁଖ ବେମାଲ, ଭାସ୍କର ବେମାଲ, ଲିଙ୍ଗରାଜ ନାଏକ, ଲକ୍ଷ୍ମଣ ଘି, ରୋହିତ କେତକୀ, କେଶବ ପଟେଲ, ଭୀମସେନ ଛତ୍ରିଆ, ସହଦେବ ଛତ୍ରିଆ, କୌତୁକ ବାଣୁଆ, ରୁପଧର ବେମାଲ, ଟିକଚନ ପୂଝରୀ, ବିଦ୍ୟାଭୂଷଣ ଶବର, ତିଳକରାମ ଦୁର୍ଗା, କାର୍ତ୍ତିକ କାଣ୍ଡ ପ୍ରମୁଖ ଚାଷୀ ଅଭିଯୋଗ ଆଣିଛନ୍ତି। ମଙ୍ଗଳବାର ମଣ୍ଡିରେ ଶ୍ରମିକ ନଥିବା ଯୋଗୁଁ ପ୍ରାୟ ୨୫ଶହ କୁଇଣ୍ଟାଲ ପାଖାପାଖି ଧାନ ପଡ଼ି ରହିଛି। ବର୍ତ୍ତମାନ ଜିଲ୍ଲାରେ ଅସହ୍ୟ ଶୀତ ଜାରି ରହିଥିବାବେଳେ ରାତିରେ ମଣ୍ଡିରେ ଚାଷୀମାନେ ଶୀତ କାକରରେ ପେସୀ ହୋଇ ଧାନକୁ ଜଗିବା କଷ୍ଟକର ହୋଇ ପଡିଛି। ଏଣେ କିଛି ଚାଷୀଙ୍କ ଟୋକନ୍ ଅବଧି ଦିନେ ଦୁଇ ଦିନ ରହିଥିବାବେଳେ ଧାନ ଉଠାଣ ନହେଲେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ। ଏଣେ ଚାଷୀମାନେ ପେକ୍ସ୍ ସମ୍ପାଦକଙ୍କୁ ଧାନ ଉଠାଣ କରିବା ପାଇଁ ଯିଦ୍ ଧରିଥିବାବେଳେ ଶ୍ରମିକ ମାନଙ୍କୁ ବୁଝାଇ ଧାନ ଉଠାଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ଚାଷୀମାନେ କହିଛନ୍ତି। ସରକାରଙ୍କ ଦ୍ବାରା ଶ୍ରମିକ ମାନେ ଲୋଡ୍ ଅନଲୋଡ ପାଇଁ ପ୍ରାପ୍ୟ ପାଉଥିବାବେଳେ ଚାଷୀ ମାନଙ୍କ ଠାରୁ ଏଭଲି ମନଇଚ୍ଛା ଅର୍ଥ ଦାବି କରିବା କଥାକୁ ଅଞ୍ଚଳର ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ପେକ୍ସ୍ ସମ୍ପାଦକ ଯୁଗଳ କିଶୋର ନାଏକଙ୍କୁ ପଚାରିବାରୁ ଶ୍ରମିକ ମାନଙ୍କୁ ବୁଝାସୁଝା କରିବା ସହ କାଲିଠାରୁ ଧାନ ଉଠାଣ ସ୍ବାଭାବିକ ହେବ ବୋଲି କହିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.