ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଖରିଆର ଡିଭିଜନର ବୈଠକ 

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ କେନ୍ଦୁପତ୍ର ରେଞ୍ଜ ଅଫିସ ପ୍ରାଙ୍ଗଣରେ ଆଜି ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ, ଖରିଆର୍ ଡିଭିଜନ କମିଟିର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡିଶା କେନ୍ଦୁପତ୍ର କର୍ମଚାରୀ ସଙ୍ଘର ରାଜ୍ୟ ସମ୍ପାଦକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଦୀର୍ଘ ପାଞ୍ଚ ବର୍ଷ ହେଲା ସର୍ବ ନିମ୍ନ ମଜୁରୀ ବୃଦ୍ଧି ହୋଇନାହିଁ, ଯେଉଁଥି ପାଇଁସିଜିନାଲ ଷ୍ଟାଫଙ୍କ ଦରମା ବୃଦ୍ଧି ହୋଇନାହିଁ। ଗତ ସିଜନରେ କେନ୍ଦୁପତ୍ର ଦର ବୃଦ୍ଧି ହେଲା ନାହିଁ। ସରକାର କୋରୋନା ମହାମାରୀ ସମୟରୁ ତୋଳାଳୀଙ୍କୁ ବୋନସ ବନ୍ଦ କରିଦେଇଥିଲେ। ଗତ ଜୁନ ଏକ ତାରିଖରେ ବଡ଼ ଧରଣର ଆନ୍ଦୋଳନ କଲା ପରେ ଶହେ ପ୍ରତିଶତ ବଦଳରେ ମାତ୍ର ପଚିଶ ପ୍ରତିଶତ ବୋନସ ଲାଗୁ ହୋଇଛି। ସାମାଜିକ ସୁରକ୍ଷା ଓ କଲ୍ୟାଣ ଯୋଜନାରେ ଦିଆଯାଉଥିବା ଝିଅ ବାହାଘର ସହାୟତା, ଚିକିତ୍ସା ସହାୟତା, ଶିକ୍ଷା ସହାୟତା ଇତ୍ୟାଦି ସହାୟତା ସବୁ ବନ୍ଦ କରିଦେଇଛନ୍ତି। ଏହି ସବୁ ଦାବୀ ହାସଲ ପାଇଁ ସରକାରଙ୍କ ସହିତ ବିଭିନ୍ନ ସମୟର ଦାବୀ ପତ୍ର ପ୍ରଦାନ ସହିତ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିଲା ନାହିଁ। ଏଣୁ ରାଜ୍ୟ ସଂଘ ତରଫରୁ ଆସନ୍ତା ଜାନୁୟାରୀ ୧୦ ତାରିଖ ଦିନ ବିଧାନସଭା ଘେରାଉ କରାଯିବା ପାଇଁ ନଷ୍ପତ୍ତି ହୋଇଛି। ଆଜିର ବୈଠକରେ ଏହି ଆନ୍ଦୋଳନକୁ ସଫଳ କରିବା ପାଇଁ ପୁରା ପ୍ରସ୍ତୁତି କରାଯାଇଥିଲା। ଖରୀଆର ଡିଭିଜନ ତରଫରୁ ପ୍ରାୟ ପନ୍ଦର ଶହ ତୋଳାଳୀ ଓ ସିଜିନାଲ୍ ଷ୍ଟାଫ୍ ସାମିଲ୍ ହେବେ ବୋଲି ଆକଳନ କରାଯାଇଛି। ଆସନ୍ତା ଜାନୟାରୀ ଦୁଇ ତାରିଖରୁ ସାତ ତାରିଖ ମଧ୍ୟରେ ସମସ୍ତ ଛଅ ଟି ରେଞ୍ଜରେ ବୈଠକ କରାଯିାପାଇଁ ନିଷ୍ପତି ନିଆଯାଇଥିଲା। ସଭା ଆରମ୍ଭ ହେବା ପରେ ରାଜ୍ୟ ସଂପାଦକ ଶ୍ରୀ ପାଣିଗ୍ରାହୀ ସଂଘ ତରଫରୁ ଶୋକ ପ୍ରସ୍ତାବ ଆଗତ କରି ବିଭିନ୍ନ ରେଞ୍ଜ ର ବିୟୋଗ ହୋଇଥିବା କର୍ମକର୍ତ୍ତା ଯଥା ସିନାପାଲି ରେଞ୍ଜ ର ପୂର୍ବ ହେଡ୍ ଚେକର ସହାଦତ ଖାନ, ମୋତିରାମ କୁଲଦୀପ, ଲଲିତ ମାଝୀ, ସୁଶାନ୍ତ ହଂସ, ମଧୁସୂଦନ ମାଝୀ, ବଲ୍ଲୁ ମାଝୀ, ଲାଲସିଂ ମାଝୀ,ଠାକୁର ସିଂ ମାଝୀ ଙ୍କ ଉଦ୍ଦେଶ୍ୟରେ ଅମର ଆତ୍ମାର ଶାନ୍ତି ଓ ସଦଗଟି ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ଏହି ବୈଠକରେ ଭକ୍ତ ବନ୍ଧୁ ଧାରୁଆ, ମଙ୍ଗଲ ସାଇ ବଗର୍ତ୍ତି, ନଟ ନାଗ, ରୁଦ୍ର ନାଗ, ସୁରେଶ ବେହେରା, ଭାସ୍କର ପ୍ରଧାନ, ଅବଦୁଲ ରସିଦ, ଦୋରେଶ୍ୱର୍ ପଟେଲ, ବାବୁଲାଲ ପଟେଲ,ଈଶ୍ୱର ଶବର, ଶଙ୍କର ରାଉତ, କୈଳାସ ସାହୁ, ମୁନ୍ନା ହରିଜନ, ଗୌତମ ବରିହା, ସନ୍ତୋଷ ସାହୁ, ପଦ୍ମନ୍ ମାଝୀ, ସାଲିକ ରାମ ରାଉତ ପ୍ରମୁଖଙ୍କ ସମେତ ପ୍ରାୟ ଶତାଧିକ କର୍ମକର୍ତ୍ତା ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.