କଳା-ସାହିତ୍ୟ-ସଂସ୍କୃତିର ବର୍ଣ୍ଣାଢ୍ୟ ମହାକୁମ୍ଭ ‘ଚଇତି’ ମହୋତ୍ସବରେ ଦୁଲୁକୁଛି ମଂଚ

“ଚଇତି ମହୋତ୍ସବ” ରାୟଗଡା ଜିଲ୍ଲାର ଏକ ଅନନ୍ୟ ପରିଚୟ ଏବଂ ଜନଜାତିଙ୍କ କଳା ସଂସ୍କୃତିକୁ ଉଦଜୀବିତ କରୁଛି ଚଇତି  -ମନ୍ତ୍ରୀ ଜଗନ୍ନାଥ ସାରକା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳାର କଳା ସଂସ୍କୃତିର ପୁରୋଧା ତଥା ଅମୃତର ସନ୍ତାନ ଡଙ୍ଗରିଆ କନ୍ଧ, ଲାଂଜିଆ ସଉରା, ପରଜା ଇତ୍ୟାଦି ଜନଜାତିମାନଙ୍କର କଳା, ସଂସ୍କୃତି ଓ ପରମ୍ପରାକୁ ଲୋକ ସମାଜରେ ପରିଚିତ କରାଇବା ତଥା ଉଦଜୀବିତ କରି ରଖିବାରେ ଚଇତି ଏକ ଅନ୍ୟନ୍ୟ ମଂଚ ସୃଷ୍ଟି କରିପାରିଛି। ଦଶନ୍ଧି ଦଶନ୍ଧି ଧରି ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଚଇତି ମହୋତ୍ସବ ଜରିଆରେ ଜିଲ୍ଳାକୁ ଏକ ସ୍ୱତନ୍ତ୍ର ପରିଚୟ ମିଳିପାରିଛି ବୋଲି କହିବା ସହ ଜିଲ୍ଳା ପ୍ରଶାସନ ଓ ଜିଲ୍ଳାବାସୀ ମିଳିତ ଭାବେ ଏହି ପ୍ରୟାସକୁ କରୁଥିବାରୁ ଉଭୟଙ୍କୁ ଚଇତି ମହୋତ୍ସବର ଉଦଘାଟନୀ ଉତ୍ସବର ଚଇତି ମଂଚରେ ଭୂୟସୀ ପ୍ରଶଂସା କରିଥିଲେ ଆଦିବାସୀ କଲ୍ୟାଣ ତଥା ଆଇନ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା।

ଏଥିସହ ଚଇତି ମଂଚରେ ସାଂସ୍କୃତିକ ଉତ୍ସବରେ ରାଜ୍ୟସ୍ତରର ଲୋକନୃତ୍ୟ, ଲୋକ କଳା ତଥା ଲୋକ ସଂଗୀତ ସମତେ ଜାତୀୟ ସ୍ତରର ବହୁ କଳାକାର ଓ ଶିଳ୍ପୀ ନିଜ ନିଜର କଳା ନୈପୁଣ୍ୟ ଚଇତି ମଂଚରେ ପ୍ରଦର୍ଶନ କରିଥିବା ବେଳେ ମନ୍ତ୍ରୀ ଶ୍ରୀ ସାରକାଙ୍କ ସମେତ ନିମନ୍ତ୍ରଣ ଅନ୍ୟ ଅତିଥିମାନେ ଏହାକୁ ବେଶ୍ ଉପଭୋଗ କରିଥିଲେ।

ରାୟଗଡା ଜିଲ୍ଳାପାଳ ତଥା ଜିଲ୍ଳା ସଂସ୍କୃତି ପରିଷଦ ଅଧ୍ୟକ୍ଷା ସ୍ୱଧାଦେବ ସିଂଙ୍କ ପୈାରହିତ୍ୟରେ ଅନୁଷ୍ଠିତ ରାୟଗଡା ଜିଲ୍ଳାର କଳା ଓ ସଂସ୍କୃତିର ମହାକୁମ୍ଭ ‘ଚଇତି ମହୋତ୍ସବ ଓ ପଲ୍ଳିଶ୍ରୀ ମେଳା-୨୦୨୩’ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ମହାଆଡମ୍ବରରେ ଆରମ୍ଭ ହୋଇଯାଇଛି। ଆଜି ଡିସେମ୍ବର ୨୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଚାଲିବାକୁ ଥିବା ଚଇତି ମହୋତ୍ସବ ଓ ପଲ୍ଳିଶ୍ରୀ ମେଳା ଉଦଘାଟନୀ ଉତ୍ସବର ପ୍ରଥମ ଦିନରେ ଆଦିବାସୀ କଲ୍ୟାଣ ଓ ଆଇନ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା,

ସ୍ୱତନ୍ତ୍ର ଉନ୍ନୟନ ପରିଷଦ ରାଜ୍ୟ ଉପଦେଷ୍ଠା ପ୍ରଦୀପ ମାଝୀ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟ ଉପଦେଷ୍ଠା ସୁଧୀର କୁମାର ଦାଶ, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ଜିଲ୍ଳା ସ୍ୱତନ୍ତ୍ର୍ ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତି ଅନୁସୂୟା ମାଝି, ଜିଲ୍ଳା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝିଙ୍କ ସମେତ ରାୟଗଡା ବ୍ଳକ ଅଧ୍ୟକ୍ଷା ଟୁନି ହୁଇକା, ପଦ୍ମପୁର ବ୍ଳକ ଅଧ୍ୟକ୍ଷା ଶ୍ରୀମତି ମଣିମାଳା ଶବର, ମୁନିଗୁଡା ବ୍ଳକ ଅଧ୍ୟକ୍ଷା ଶ୍ରୀମତି ଦଃଖିନୀ ନୃଣ୍ଡୃକା ଏବଂ ରାୟଗଡା ପୈାରାଧ୍ୟକ୍ଷ ପି.ମହେଶ ପଟ୍ଟନାୟକ ଉପସ୍ଥିତ ରହି ଜିଲ୍ଳାର କଳା, ସଂସ୍ଖୃତି ଓ ପରମ୍ପରାକୁ ଉଦଜୀବିତ କରି ରଖିବା ଏବଂ ଜିଲ୍ଳାକୁ ଅଗ୍ରୀଣ ଜିଲ୍ଳାରେ ପରିଣତ କରିବା ପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକ ରହିଛି ବୋଲି କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଚଇତି ମହୋତ୍ସବ ଆବାହକ ଅତିରିକ୍ତ ଜିଲ୍ଳାପାଳ ଭାସ୍କର ରଇତ, ଗ୍ରାମ୍ୟ ଉନ୍ନୟନ ମୁଖ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ କହଁର ,ଉପଜିଲ୍ଳାପାଳ କଲ୍ୟାଣୀ ସଂଘମିତ୍ରା ଦେବୀଙ୍କ ସମେତ ଅନ୍ୟ ଜିଲ୍ଳା ଓ ବ୍ଳକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଚଇତିର ପ୍ରଥମ ରଜନୀରେ ‘ଚଇତାଳି-୨୦୨୩’ ପୁସ୍ତିକାକୁ ଉନ୍ମୋଚନ କରାଯାଇଥିବା ବେଳେ ଜିଲ୍ଳାରେ ବିଭିନ୍ନ କ୍ଷେତ୍ରରେ ଉଲ୍ଳେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କୁ ଚଇତି ସମ୍ମାନରେ ସମ୍ମାନୀତ କରାଯାଇଥିଲା।

 

ଚଇତି ମଂଚର ସାଂସ୍କୃତିକ ଉତ୍ସବରେ ପ୍ରାରମ୍ଭିକ ସଂଗୀତ ଗାନ ପରେ ସ୍ୱର ସାଗର ରାୟଗଡା ଦ୍ୱାରା ଓଡଶୀ ନୃତ୍ୟ, ଆସାମର ବିହୁ ନୃତ୍ୟ, ଖୋର୍ଦ୍ଧାର କଳିଙ୍ଗ ପାଇକ ସୃଷ୍ଟି ନୃତ୍ୟ, ବ୍ଲକ କଳା ସଂସ୍କୃତି ସଙ୍ଘ ଗୁଣୁପୁରର ଲୋକ ନୃତ୍ୟ, ଭାରସିଂ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସର୍ଗିଫୁଲ ନୃତ୍ୟ, ଚନ୍ଦ୍ରପୁର ଓ ଗୁଡାରି ବିକେଏସଏସ ଦ୍ୱାରା ନୃତ୍ୟ ପରିବେଷଣ, ସେବା ସମାଜ ରାୟଗଡା ଦ୍ୱାରା ଶ୍ରୀ ଗଣେଷ ନୃତ୍ୟ ପରିବେଷଣ ସହ ଷ୍ଟେଜ ବ୍ଲାଷ୍ଟ ନୃତ୍ୟ ଗ୍ରୁପ ଦ୍ୱାରା ଆଦିବାସୀ ଲୋକ ନୃତ୍ୟ, କୁଲ ୟଙ୍ଗ ଗ୍ରୁପ ଦ୍ୱାରା ସମ୍ବଲପୁରୀ ନୃତ୍ୟ, ନବୀନ ନୃତ୍ୟ ଏକାଡେମୀ ଦ୍ୱାରା କେରଳ ଲୋକ ନୃତ୍ୟ, ଓଷା ଭାରତୀ ନୃତ୍ୟ ଅନୁଷ୍ଠାନ ରାୟଗଡା ଦ୍ୱାରା ଆଦିବାସୀ ସାଇଁଲୋଡି ନୃତ୍ୟ ଏବଂ କୋରାପୁଟର ଶୁକଦେବ ବାରିକଙ୍କ ଦ୍ଵାରା ମଇରା ଦାଦା ଗୀତ ପରିବେଷଣ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସାଂସ୍କୃତିକ କାର୍ଯ୍ୟକ୍ରମରେ ଚଇତି ମଂଚ ଦୁଲୁକି ଥିବା ବେଳେ ହଜାର ହଜାର ସଂଖ୍ୟକ ଲୋକେ ଏହାକୁ ମନଭରି ଉପଭୋଗ କରିଥିଲେ। ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ବସନ୍ତ କୁମାର ପ୍ରଧାନ ମଂଚରେ ସଂଯୋଜନା କରିଥିବା ବେଳେ ଘୋଷକ ଓ ଉଦଘୋଷିକା ବିଦିଶା ଶତପଥି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ଅପରାହ୍ନରେ ରାୟଗଡା ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ପରେ ମାଁଙ୍କ ଠାରୁ ଆଞାମାଳ ନେଇ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ୫ହଜାରରୁ ଉର୍ଦ୍ଧ କଳା ସଂସ୍କୃତି ପ୍ରେମୀ ସାମିଲ ହୋଇଥିବା ବେଳେ ଶୋଭାଯାତ୍ରାରେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଅନ୍ୟ ଜନ ପ୍ରତିନିଧିମାନେ ସମସ୍ତଙ୍କ ଗହଣରେ ନାଚଗୀତରେ ସାମିଲ ହୋଇ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟର ପଡିଆ ଠାରେ ଅନୁଷ୍ଠିତ ଚଇତି ମଂଚରେ ପଂହଚିଥିଲେ।

ଜିଲ୍ଳା ଏସ.ପି.ବିବେକାନନ୍ଦ ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ସେହିପରି ରାଜ୍ୟ ସ୍ତରୀୟ ପଲ୍ଲଶ୍ରୀ ମେଳାରେ ୩ ଶହରୁ ଉର୍ଦ୍ଧ ଷ୍ଟଲ ଖୋଲା ଯାଇଥବା ବେଳେ ଛାତ୍ରଛାତ୍ରୀଙ୍କ ବିଜ୍ଞାନ ମେଳା ପ୍ରଦର୍ଶନୀ ମଧ୍ୟ ଖୋଲା ଯାଇଛି।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.