ସ୍ମାରକୀ ଜାତୀୟ ନାଟକ ମହୋତ୍ସବ-୨୦୨୩ର ଉଦଯାପନୀ ସନ୍ଧ୍ୟା: ମଞ୍ଚସ୍ଥ ହେଲା ନାଟକ “ଯମପୁରରେ ନିର୍ବାଚନ ତାତି”

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ‘ସ୍ମାରକୀ ନାଟ୍ୟ ସଂସ୍ଥା’ ତରଫରୁ ସ୍ଥାନୀୟ ଟାଉନ୍ ହଲ୍ ଠାରେ ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ ସ୍ମାରକୀ ଜାତୀୟ ନାଟକ ମହୋତ୍ସବ – ୨୦୨୩ ର ଆଜି ଉଦଯାପନୀ ସନ୍ଧ୍ୟାରେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଭାପତି, ମହାବୀର ସାଂସ୍କୃତିକ ଅନୁଷ୍ଠାନ ଶ୍ରୀଯୁକ୍ତ ଶାନ୍ତନୁ ବେହେରା, ସଭାପତି ଲେଖକ କଳା ପରିଷଦ ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ପଣ୍ଡା, ସଭାପତି କଳାହାଣ୍ଡି କଳାକାର ସଂଘ ଶ୍ରୀଯୁକ୍ତ ଅବଦୁଲ କାଦିର୍ ଏବଂ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ। ଏହି ଅବସରରେ ସଙ୍ଗୀତ ସଞ୍ଚାଳନ କରିଥିଲା ଯଶୋବନ୍ତ ରାୟ ଏବଂ ଆଲୋକ ସଞ୍ଚାଳନ କରିଥିବା ଇନ୍ଦ୍ରଜିତ୍ ସ୍ଵାଇଁ ଙ୍କୁ ଉପଢୈାକନ ଦେଇ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ମଞ୍ଚସ୍ଥ ହୋଇଥିଲା ନାଟକ “ଯମପୁର ରେ ନିର୍ବାଚନ ତାତି”। ଯମପୁର ରୁ ମୃତ୍ୟୁ ଦୂତ ଆସି ଗୋବର୍ଦ୍ଧନ ନାମକ ଜଣେ ମନୁଷ୍ୟକୁ ଭୁଲ୍ ରେ ଜନାର୍ଦ୍ଦନ ଭାବି ନେଇଯାଏ। ଗୋବର୍ଦ୍ଧନ ମର୍ତ୍ତ୍ୟପୁର ରେ ଜଣେ ରାଜନୈତିକ ଟାଉଟର ଥିବାରୁ, ଯମପୁର ରେ ମଧ୍ୟ ସ୍ବଭାବତଃ ଚିତ୍ରଗୁପ୍ତ ଏବଂ ଯମଙ୍କ ମଧ୍ୟରେ କଳି ଲଗାଏ। ଚିତ୍ରଗୁପ୍ତଙ୍କୁ ଉସୁକାଏ ଯମପୁର ରେ ନିର୍ବାଚନ ମାଧ୍ୟମରେ ଶାସକ ନିର୍ବାଚିତ କରିବାକୁ। ଯମ ଆହ୍ବାନ ସ୍ବୀକାର କରି ନିର୍ବାଚନ କରାନ୍ତି। ଆରମ୍ଭ ହୁଏ ଯମପୁରରେ ନିର୍ବାଚନ ତାତି। ଗୋବର୍ଦ୍ଧନ ଚିତ୍ରଗୁପ୍ତଙ୍କ ପାଇଁ ମର୍ତ୍ତ୍ୟଲୋକର ସମସ୍ତ ଅନୈତିକ ରଣ କୌଶଳ ଆପଣାଇ ଚିତ୍ରଗୁପ୍ତଙ୍କୁ ନିର୍ବାଚନ ଜିତାଇଦିଏ। ଚିତ୍ରଗୁପ୍ତ ଯମପୁର ର ସିଂହାସନ ଆରୋହଣ କରିବାକୁ ଯାଉଥିବା ସମୟରେ ନାଟକ ଦେଖୁଥିବା ସ୍ଵଂୟ ନାରଦ ମୁନି ମଞ୍ଚ ଉପରକୁ ଉଠି ଆସି ନାଟ୍ୟକାରଙ୍କୁ ମଞ୍ଚ ଉପରକୁ ଆସିବାକୁ ନିର୍ଦ୍ଦେଶ ଦେଇ ଯମଙ୍କୁ ପୁନଃ ସିଂହାସନ ଫେରେଇ ଦେବାକୁ ଆଦେଶ ଦିଅନ୍ତି। ଏହି କଥାବସ୍ତୁକୁ ନେଇ ଆଜି ଉଦଯାପନୀ ସନ୍ଧ୍ୟାରେ ସ୍ମାରକୀ ନାଟ୍ୟ ସଂସ୍ଥା, ଭବାନୀପାଟଣା ଦ୍ଵାରା ମଞ୍ଚସ୍ଥ ହୋଇଥିଲା ବ୍ୟଙ୍ଗାତ୍ମକ ନାଟକ “ଯମପୁର ରେ ନିର୍ବାଚନ ତାତି”। ଏହି ନାଟକକୁ ବିଶିଷ୍ଟ ନାଟ୍ୟକାର ମନୋଜ ରଥ ରଚନା ଏବଂ ନିର୍ଦ୍ଦେଶନା ଦେଇଥିବାବେଳେ ଯୁବ ନାଟ୍ୟଶିଳ୍ପୀ ସୌରଭ ମହାପାତ୍ର ସହନିର୍ଦ୍ଦେଶନା ଦେଇଥିଲେ। ଏଥିରେ ଶୁଭେନ୍ଦୁ ମହାପାତ୍ର, ସୁଧୀର ରଥ, ଦେବୀ ପ୍ରସାଦ ରଥ, ବିରଞ୍ଚି ନାରାୟଣ ମୁଣ୍ଡ, ସୌରଭ ମହାପାତ୍ର, ରାଜେଶ ଦାଶ, ଦୀପ୍ତିମୟୀ ସିଂହ, ତ୍ରିନାଥଶ୍ଯାମ କୁମାର, ଧନଞ୍ଜୟ ସାହୁ, ଦିବାକର ସାହୁ, ଶୁଭାଶିଷ ମହାପାତ୍ର ପ୍ରମୁଖ ଅଭିନୟ କରିଥିଲେ। ସଙ୍ଗୀତ ରେ ଗୁରୁ ଶଶାଙ୍କ ଶେଖର ମହାପାତ୍ର, ଭୀମସେନ ସାହୁ, ନୀଳାଞ୍ଚଳ ପାନ, ସନ୍ତୋଷ ଝା ଏବଂ ଦେବେନ୍ଦ୍ର ବାଗ ଥିବାବେଳେ ମଞ୍ଚ ସଜ୍ଜା କରିଥିଲେ ଚିଣ୍ଟୁ ପ୍ରସାଦ ନାୟକ। ପୋଷାକରେ ପ୍ରତାପ ପଣ୍ଡା ସହାୟତା କରିଥିଲେ ଏବଂ ରୂପସଜ୍ଜା କରିଥିଲେ ପ୍ରଭାସ ଚନ୍ଦ୍ର ମିଶ୍ର, ପ୍ରତାପ ପଣ୍ଡା ଏବଂ ରାମେଶ୍ଵର ତ୍ରିପାଠୀ। ନାଟକଟି ବେଶ୍ ହୃଦୟସ୍ପର୍ଶୀ ହୋଇଥିଲା। ଟାଉନ୍ ହଲ୍ ରେ ଦର୍ଶକଙ୍କ ଭିଡ ଏବଂ କରତାଳି ଅଭିନେତାଙ୍କୁ ଆହୁରି ଉତ୍ସାହିତ କରିଥିଲା। ଆଜିର କାର୍ଯ୍ୟକ୍ରମରେ ସତ୍ୟନାରାୟଣ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ସୌରଭ ମହାପାତ୍ର, ଆଲୋକ କୁମାର ସାହୁ, ରାମେଶ୍ଵର ତ୍ରିପାଠୀ, ପ୍ରଜ୍ଞା ପରିମିତା ନାୟକ, ଲିପ୍ସା ମହାରଣା, ତଥାଗତ ମିଶ୍ର, ଶିବଶକ୍ତି ପୁରୋହିତ, ସୌମ୍ଯ ରଂଜନ ଜେନା, ଶୁଭମ୍ ବେହେରା, କେ. ଗୋପିଧର ନାୟର, ଅମରେନ୍ଦ୍ର ମହାନ୍ତି, ମାନସୀ ନାୟକ, ପୁଷ୍ପାଞ୍ଜଳି ଦୀପ, ସୁଶୀଲ ଆଚାର୍ଯ୍ୟ, ଦୀପକ ଶର୍ମା, ବିକାଶ ରଞ୍ଜନ ମୁଣ୍ଡ, ଅବିନାଶ ଅଗସ୍ତି, ଲିପ୍ସାରାଣୀ ବାରିକ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.