ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ରାଜ୍ୟର ଯୁବ ସମାଜଙ୍କ ମଧ୍ୟରେ ସାମାଜିକ ପ୍ରତିବଦ୍ଧତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଯୁବ ଶକ୍ତିକୁ ଗୁରୁତ୍ଵ ଦେଇଛନ୍ତି ରାଜ୍ୟ ସରକାର। ନୂଆ- ଓ (ଯୁବ ଓଡ଼ିଶା ନବୀନ ଓଡ଼ିଶା ) କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ର ଛାତ୍ରୀଙ୍କୁ ଜଣେ ଜଣେ ସ୍ୱେଚ୍ଛାସେବୀ ଓ ଦାୟିତ୍ଵ ସମ୍ପନ୍ନ ନାଗରିକ ହେବା ପାଇଁ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ପ୍ରକାଶିତ ମାର୍ଗଦର୍ଶିକା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାସ୍ଥିତ ସର୍ଵ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ କ୍ରୀଡ଼ା, ସଂସ୍କୃତି ଓ ସାମାଜିକ କାର୍ଯ୍ୟକ୍ଷେତ୍ରରେ ଯୁବବର୍ଗଙ୍କ ଅଂଶ ଗ୍ରହଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଜୟନ୍ତ କୁମାର ଜେନାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଓ ସମ୍ମାନୀତ ଅତିଥି ଭାବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର ଯୋଗ ଦେଇ ନୂତନ ଓଡ଼ିଶା ନିର୍ମାଣରେ ନିଜ ସୃଜନଶୀଳତା ମାଧ୍ୟମରେ ସକ୍ରିୟ ଅଂଶୀଦାର ହେବାକୁ ଛାତ୍ର-ଛାତ୍ରୀମାନଙ୍କୁ ଆହ୍ବାନ ଦେଇଥିଲେ। ଜିଲ୍ଲା ପରିଷଦ ସଦସ୍ୟା ଗୋଲାମୁଣ୍ଡା-ଳ ହେମାଙ୍ଗିନୀ ରାଉତ, ବୃନ୍ଦାବାହାଲ ସରପଞ୍ଚ ଦିନେଶ କୁମାର ରାଉତ, ଦଶପୁର ଗ୍ରାମପଞ୍ଚାୟତ ସମିତି ସଭ୍ୟ ଦୂର୍ଗେଶ ସାହୁ ଓ ଗୋଲାମୁଣ୍ଡା ପଞ୍ଚାୟତ ର ପୂର୍ବତନ ସମିତି ସଭ୍ୟ ସୁବାସ ଚନ୍ଦ୍ର ରାଉତ ପ୍ରମୁଖ ମଞ୍ଚାସୀନ ଥିଲେ। ଅଧ୍ୟାପକ ଶାନ୍ତନୁ କୁମାର ପରିଡ଼ା ଅତିଥି ପରିଚୟ ପ୍ରଦାନ କରିଥିଲେ। ନୋଡାଲ ଅଧିକାରୀ ଅଧ୍ୟାପକ ପ୍ରବୀର କୁମାର ରାୟ କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନ କରିଥିଲେ। ପ୍ରାଧ୍ୟାପକ ସରୋଜ କାନ୍ତ ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ପ୍ରଦୀପ କୁମାର ମିଶ୍ର ମଞ୍ଚ ପରିଚାଳନା କରିଥିଲେ। ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରା ଯାଇଥିଲା। ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆକର୍ଷଣୀୟ ହୋଇଥିଲା। ଅଧ୍ୟାପକ ବିଜୟ କୁମାର ସାହୁ, ଘନଶ୍ୟାମ ଭାଟି, ଯଯାତି କେଶରୀ ରାଉତ, ସନ୍ଦୀପ କାନୁନଗୋ, ଶୋଭାଗିନୀ ନାୟକ, ତ୍ରିନାଥ ପଟ୍ଟନାୟକ, ପ୍ରିୟମ୍ବଦା ରଥ, କ୍ରୀଡ଼ା ଶିକ୍ଷକ ସନ୍ତୋଷ କୁମାର ବାରିକ, ହିମାଞ୍ଚଳ ମେହେର, ଗୋବର୍ଦ୍ଧନ ମେହେର, ଦେବରାଜ ମେହେର, ଦିଲ୍ଲୀପ କୁମାର ସ୍ବାଇଁ, ପ୍ରମୋଦ ମହାନ୍ତି ଓ ବୈକୁଣ୍ଠ ପଟେଲ୍, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କ୍ଷିରସିନ୍ଧୁ ମଙ୍ଗରାଜ, ଜାନକୀ ସୀପକା, ନିର୍ମଳ ସ୍ୱାଇଁ, ଗଣେଶ କାଣ୍ଡ, କୋରେ ବେୱା, ତାରିଣୀ ମହାନନ୍ଦ, ମାଣିକ୍ୟ ପଟେଲ୍ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.