ଓଡିଶା ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗାଁ ମୁହାଁ ଏବେ ବିଜେଡ଼ି ନେତା, ଗ୍ରାମାଞ୍ଚଳ ଲୋକମାନଙ୍କୁ ଭେଟି ନବୀନଙ୍କ ବିକାଶ ବାର୍ତ୍ତା ପ୍ରଚାରରେ ଲାଗିପଡ଼ିଥିବା ବେଳେ ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦର ନଗରପାଳ ଇଞ୍ଜିନିୟର ନିରଞ୍ଜନ ବେହେରା ସମସ୍ତଙ୍କ ଠାରୁ ଆଗରେ ଅଛନ୍ତି। ଇଂ ବେହେରା ଗ୍ରାମାଞ୍ଚଳ ଲୋକଙ୍କୁ ଭେଟି ସୁଖ ଦୁଃଖ ପଚାରି ବୁଝିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପ୍ରଣୟନ କରାଯାଇଥିବା ବିଭିନ୍ନ ଯୋଜନା ଉପରେ ସଚେତନତା କରାଇ ଥିଲେ। କେହି ଯେମିତି ମୌଳିକ ସୁବିଧାରୁ ବଞ୍ଚିତ ନହୁଅନ୍ତି ସେନେଇ ପଚାରି ବୁଝିଥିଲେ। ସେ ଘରକୁ ଘର ବୁଲି, ବୃଦ୍ଧ,ବୃଦ୍ଧା, ଛାତ୍ର, ଯୁବକ, ଗାଁରେ ଥିବା ବିଭିନ୍ନ ସାମାଜିକ ଅନୁଷ୍ଠାନର ଦାୟିତ୍ଵ ବାନ କର୍ମକର୍ତ୍ତା ଗଣଙ୍କୁ ମିଶି ଆଲୋଚନା କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ପ୍ରତି ଅସ୍ଥା ପ୍ରକଟ କରି ପୁଣିଥରେ ମୁଖ୍ୟମନ୍ତ୍ରୀ କରିବା ପାଇଁ ନିବେଦନ କରିଥିଲେ। ଇଂ ବେହେରା ଦଳୀୟ କର୍ମକର୍ତ୍ତା ମାନଙ୍କୁ ନେଇ ପୁରୁଷୋତ୍ତମପୁର ବ୍ଲକ ଅଧିନସ୍ଥ ବଡ ବରଙ୍ଗା ପଞ୍ଚାୟତର ସମସ୍ତ ଗ୍ରାମ କରନ୍ଦା ପଲ୍ଲୀ, ରଣିଗାଁ, ତେନ୍ତୁଲିଆ, ନୂଆଗାଁ, ବରଙ୍ଗା, ବଡ ବରଙ୍ଗା ଗ୍ରାମ ପଞ୍ଚାୟତ ଖଲ୍ଲିକୋଟ ରାଣିମା ଭି. ସୁଜ୍ଞାନି କୁମାରୀ ଦେଓଙ୍କ ପୁରାତନ ବିଜେଡ଼ି ସମର୍ଥକ ମାନଙ୍କୁ ସାଉଁଟି ଦଳର ସଂଘଠନ ମଜଭୁତ କରିବା ପାଇଁ ଚେଷ୍ଟା କରୁଥିବା ଜଣା ପଡ଼ିଛି। ପଞ୍ଚାୟତର ବିଜେଡ଼ି ନେତା ତଥା ସରପଞ୍ଚ ଭାସ୍କର ଦୋରା, ଜିଲ୍ଲା ଯୁବ ଉପସଭାପତି ଜି. ଲିଙ୍ଗରାଜ ଆଚାରି, ଖଲ୍ଲିକୋଟ ଅଞ୍ଚଲର ଛାମୁଆ ନେତା ସଙ୍କେଲେଶ୍ୱର୍ ଦାସ, ନିରଞ୍ଜନ ନାୟକ, ସୁବଳ କୁମାର ସାହୁ, ରମେଶ ସେଠି, ଛାତ୍ର ନେତା କାର୍ତ୍ତିକ ଚନ୍ଦ୍ର ପ୍ରଧାନ, ସିମାଞ୍ଚଳ ସାହୁ, ଖଲ୍ଲିକୋଟ ଏନଏସି କାଉନସିଲର ନାରାୟଣ ପାଢ଼ୀ, ପୁରୁଷୋତ୍ତମପୁର ଏନଏସି କାଉନସିଲର ଭାସ୍କର ବେହେରାଙ୍କ ସହ ପଞ୍ଚାୟତର ପ୍ରମୁଖ ଦଳୀୟ କର୍ମୀ ଗାଁ ପାରିକ୍ରମା ସମୟର ଭବ୍ୟ ସମ୍ବର୍ଦ୍ଧନା ଦିଆଯାଉଥିବା ଦେଖିବାକୁ ମିଳିଥିଲା। ସରକାରଙ୍କ ଜନ କଲ୍ୟାଣ କାରି ଯୋଜନା ଗୁଡିକ ଉପରେ ଅତି ସରଳ ଉପାୟରେ ବୁଝଉଥିବା ଓ ସିଧା ପରିବାର ସହ ସମ୍ପର୍କ ସୃଷ୍ଟି କରୁଥିବା ହେତୁ ଇଂ ବେହେରା ଜନସାଧାରଣଙ୍କ ପ୍ରିୟ ଭାଜନ ହୋଇ ପାରିଥିବା ଲକ୍ଷ୍ୟ କରାଯାଇଥିଲା।