ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଭାଗୃହ ଠାରେ ଅଧ୍ୟକ୍ଷା କୁନୀ ସାହୁଙ୍କ ନେତୃତ୍ବରେ ଶନିବାର ଦିନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ବିଡ଼ିଓ ସୁଶ୍ରୀ ସୁଚରିତା ମୁଗ୍ରୀ, ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ ଯୋଗ ଦେଇ କଳାହାଣ୍ଡି ଉତ୍ସବ ପ୍ରସ୍ତୁତି ଉପରେ ବିଶଦ ଆଲୋଚନା କରିଥିଲେ। ପ୍ରସ୍ତୁତି ବୈଠକ ରେ ଶିକ୍ଷକ ମାର୍କଣ୍ଡ ପାଢ଼ୀ, ସରଗୁଲ-ମାଳପଡା ପଞ୍ଚାୟତ ସମିତି ସଭ୍ୟ ଗୋଲାପ ସାହୁ, ରିଷିଡା ସମିତି ସଭ୍ୟ ନିମାଇଁ ଚରଣ ବେହେରା, ରିଞ୍ଜା ସମିତି ସଭ୍ୟ ଆନନ୍ଦ ନାଗ, ରେଗେଡ଼ା ସମିତି ସଭ୍ୟ ଗେଲ କମ୍ଫ, ତେରେ ସିଙ୍ଗା ସମିତି ସଭ୍ୟା ଚନ୍ଦ୍ରମା ରଣା, ରିଷିଡା ସରପଞ୍ଚ ସେବତୀ ରଣା, ପ୍ରଦୀପ କୁମାର ମାଝି କାହ୍ନୁ ଚରଣ ସାହୁ, ପ୍ରମୁଖ ଯୋଗଦେଇ କଳାହାଣ୍ଡି ଉତ୍ସବ ପାଳନ ଉପରେ ଅଂଶ ଗ୍ରହଣ କରିଥିଲେ।