ରାଜ୍ୟସ୍ତରୀୟ ଯୋଗ ସଂଜୀବନୀ ସାହିତ୍ୟ କର୍ମଶାଳା

ଓଡ଼ିଆ ବାର୍ତ୍ତା/ କଟକ: କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ରାଜ୍ୟସ୍ତରୀୟ ଯୋଗ ସଂଜୀବନୀ ସାହିତ୍ୟ କର୍ମଶାଳା ଏବଂ ନବବର୍ଷ ସ୍ଵାଗତ ଉତ୍ସବ ବଖରାବାଗ ଗାନ୍ଧୀ ଭବନଠାରେ ଅନୁଷ୍ଠିତ ହୋଇ ଯାଇଛି। ବିଭିନ୍ନ ଜିଲ୍ଲାରୁ କବି, କବୟତ୍ରୀ, ସମାଜସେବୀ, ଯୋଗ ଗୁରୁ, ଶିକ୍ଷାବିତ୍ ଏବଂ ଡାକ୍ତର ଯୋଗଦାନ କରିଥିଲେ। ଦୁଇଟି ଅଧିବେଶନରେ ରାଜ୍ୟସ୍ତରୀୟ କବିତା ପାଠ ଏବଂ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଯୋଗଗୁରୁଙ୍କ ଦ୍ଵାରା ବିଭିନ୍ନ ମୁଦ୍ରା ପ୍ରଦର୍ଶନ କରାଯାଇଥିଲା। କଣ୍ଠଶିଳ୍ପୀ ମାନଙ୍କ ଦ୍ଵାରା ଜଗନ୍ନାଥ ଜଣାଣ ଏବଂ ଭକ୍ତି ସଙ୍ଗୀତ ଗାନ କରାଯାଇଥିଲା। ସନାତନ ବେଦ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ବେଦ ଉଚ୍ଚାରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଉଦ୍ଘାଟକ ନ୍ୟାୟାଧିଶ ରତିକାନ୍ତ ମହାପାତ୍ର ଯୋଗ ବ୍ୟକ୍ତିର ବୌଦ୍ଧିକ ଚେତନା ବୃଦ୍ଧିରେ ସହାୟକ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥି ଡ଼କ୍ଟର ସତ୍ୟ ନାରାୟଣ ମିଶ୍ର, ଗବେଷକ (ଯୋଗ ବିଭାଗ) ଉତ୍କଳ ବିଶ୍ୱବିଦ୍ୟାଳୟ ଯୋଗ ନିରୋଗ ସମାଜ ଗଠନର ମହୋଷଧି ବୋଲି ବର୍ଣ୍ଣନା କରିଥିଲେ। ମୁଖ୍ୟ ବକ୍ତା ଡ଼କ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ, ସମ୍ପାଦକ ନବକାକଳି ଓ ସୁ ସାହିତ୍ୟିକ ଯୋଗର ସଂଜୀବନୀ ଉପଚାର ବିଧି ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ବକ୍ତା  କିଶୋର ସାଗର (ସହ ପ୍ରଭାରୀ, କଟକ ଜିଲ୍ଲା ପତଞଳି ଯୋଗ ସମିତି), ସଗରିକା ଜେନା, ସମ୍ପାଦିକା ସାଇ ତ୍ରିନାଥ ଯୋଗ ସମିତି ଏବଂ ସମ୍ମାନିତ ଅତିଥି ଭାବେ ଡ଼କ୍ଟର ଯୁଧିଷ୍ଟିର ଖଟୁଆ, ଶିକ୍ଷାବିତ୍ ଓ ସୁ ସାହିତ୍ୟିକ, ବିଶ୍ୱଜିତ୍ ସୂର୍ଯ୍ୟବଂଶୀ, ସଭାପତି ସର୍ବୋଦୟ ମଣ୍ଡଳ, କଟକ, ଡଃ ଦିପାୟନ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ଶାନ୍ତି କମିଟି, କଟକ, ଲଳିତେନ୍ଦୁ ପଲାଉରି, ବରିଷ୍ଠ ସ୍ତମ୍ଭକାର, ପୁରୀ, ଡାକ୍ତର ବସନ୍ତ କୁମାର ଷଡଙ୍ଗୀ, ନବରଙ୍ଗପୁର, ରାଜୀବ ଷଡଙ୍ଗୀ, ସନ୍ତୋଷ କୁମାର ପଣ୍ଡା, ମନୋରମା ଦାଶ, ଛବିରାମ ସେଠୀ ଏବଂ ଡାକ୍ତର ବୀର କିଶୋର ପରିଡ଼ା ଯୋଗଦେଇ ଯୋଗକୁ ସବୁ ଶ୍ରେଣୀର ସାହିତ୍ୟ ପାଠ୍ୟକ୍ରମରେ ଅନ୍ତ୍ତର୍ଭୁକ୍ତ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି କର୍ମଶାଳାରେ ଓଡ଼ିଶା ସଂଜୀବନୀ ସେବା ସମ୍ମାନ ଏବଂ ଓଡ଼ିଶା କବି ସଂଜୀବନୀ ସମ୍ମାନ ଦୁଇ ଶହ ପଚାଶରୁ ଉର୍ଦ୍ଧ ପ୍ରତିଭାଙ୍କୁ ପ୍ରଦାନ କରାଯାଇଥିଲା। ଓଡ଼ିଶାର ସାତ ଗୋଟି ସାମାଜିକ ସେବା ସଂଗଠନ ଓ ଯୋଗ ସଂଗଠନର କର୍ମକର୍ତ୍ତା ସମ୍ବର୍ଦ୍ଧିତ ହୋଇଛନ୍ତି। କବି ଅଜୟ କୁମାର ପଣ୍ଡାଙ୍କ “ଅରୁଣିମା କବିତା ସଙ୍କଳନ” ର ଶୁଭ ଉନ୍ମୋଚନ କରାଯାଇଥିଲା। କବି ନିକୁଞ୍ଜ କୁମାର ଘୋଷ, ଡଃ ବସନ୍ତ କୁମାରୀ ନନ୍ଦ, କବୟତ୍ରୀ ତପସ୍ଵିନୀ ଶାନ୍ତି, କବୟତ୍ରୀ ଉତ୍କଳିନୀ ରାଉତ, କବି ଆଶୁତୋଷ ଦେବୀପ୍ରସାଦ ରାଉତ ଏବଂ କବୟତ୍ରୀ ସୁରଭି ଦ୍ବିବେଦୀ କବିତା ସଂଯାଜନା କରିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ଓ ସମ୍ପାଦକ ଡ. ସଂଗ୍ରାମ କେଶରୀ ସାମନ୍ତରାୟ ସଭାପତିତ୍ବ କରିଥିଲେ। ଶେଷରେ କବି ସୁଭବ୍ରତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.