ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ସହରର ସାଇପ୍ରିୟା ନଗରରେ ଥିବା ମାତୃଶକ୍ତି ବରିଷ୍ଠ ନାଗରିକ ଗୃହ ଅନ୍ତେବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାୟଗଡା ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଆରବିଓ’ର ସିଏସଆର ପ୍ରୋଜେକ୍ଟ ଅନ୍ତର୍ଗତ ଗୋଟିଏ ଫ୍ରିଜ୍ ଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଆଂଚଳିକ ପ୍ରବନ୍ଧକ ଭବାନୀଶଙ୍କର ମହ୍ଳାହର,ମୁଖ୍ୟ ପ୍ରବନ୍ଧକ ଦେବାଶିଷ ଲିମା,ଦେବେନ୍ଦ୍ର କୁମାର ବାଉରୀ ଏବଂ ସୁପରିଓର ଷ୍ଟାଫ୍ ଶିବ ପ୍ରସାଦ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଫ୍ରିଜ୍ଟି ଦାନ କରିଥିଲେ । ମାତୃଶକ୍ତି ବରିଷ୍ଠ ନାଗରିକ ଗୃହର ସହକର୍ମୀ ଏହି ଫ୍ରିଜଟି ଗ୍ରହଣ କରିବା ସହ ବ୍ୟାଙ୍କ କର୍ତୁପକ୍ଷଙ୍କୁ ନିମନ୍ତେ ଏକ ସ୍ୱାଗତ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଏସବିଆଇ ବ୍ୟାଙ୍କର ଏହି ସିଏସଆର ପ୍ରୋଜେକ୍ଟ ଦ୍ୱାରା ମାତୃଶକ୍ତି ଗୃହରେ ବସବାସ କରୁଥିବା ଅନ୍ତେବାସୀଙ୍କୁ ବହୁତ ସୁବିଧା ମିଳବ ବୋଲି ମତପ୍ରକାଶ ପାଇଥିଲା ।