ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନଙ୍କ ଭଉଣୀ ଶର୍ମିଲା କଂଗ୍ରେସରେ ହେବେ ସାମିଲ!

ଓଡ଼ିଆ ବାର୍ତ୍ତା/ ଅମରାବତୀ: କଂଗ୍ରେସରେ ସାମିଲ ହୋଇପାରନ୍ତି ଓ୍ବାଇଏସଆର ତେଲେଙ୍ଗାନା ପାର୍ଟି ନେତ୍ରୀ ତଥା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଭଉଣୀ ଓ୍ବାଇ.ଏସ ଶର୍ମିଲା। ଚଳିତ ସପ୍ତାହର ଶେଷ ସୁଦ୍ଧା ସେ କଂଗ୍ରେସରେ ସାମିଲ ହେବା ନେଇ ଚର୍ଚ୍ଚା ଚାଲିଛି । ଦିଲ୍ଲୀର କଂଗ୍ରେସ ମୁଖ୍ୟାଳୟରେ ସେ କଂଗ୍ରେସରେ ମିଶି ପାରନ୍ତି ଶର୍ମିଲା । ସେ ବର୍ତ୍ତମାନ ଓ୍ବାଇଏସଆର ତେଲେଙ୍ଗାନା ପାର୍ଟିର ପ୍ରତିଷ୍ଠାତା ତଥା ସଭାପତି ଅଛନ୍ତି । ତେଲେଙ୍ଗାନାରେ କଂଗ୍ରେସର ବିଜୟ ପରେ ଏପରି ନିଷ୍ପତ୍ତି ନେବାକୁ ଯାଉଥିବା କୁହାଯାଉଛି । ଦିଲ୍ଲୀରେ କଂଗ୍ରେସ ଦଳର ବରିଷ୍ଠ ନେତାଙ୍କୁ ନେଇ ଏକ ବୈଠକ ବସିଥିଲା । ଯେଉଁଥିରେ ଆନ୍ଧ୍ରପ୍ରଦେଶ ନେତାଙ୍କ ମତାମତ ଲୋଡିଥିଲେ ରାହୁଲ ଗାନ୍ଧୀ । କଂଗ୍ରେସ ଦଳରେ ଶର୍ମିଲାଙ୍କୁ ସାମିଲ କରାଯିବା ଉଚିତ ବୋଲି ଅଧିକାଂଶ ଆନ୍ଧ୍ରପ୍ରଦେଶ ନେତା ମତ ରଖିଥିଲେ । ତେବେ ସେ କଂଗ୍ରେସରେ କେବେ ସାମିଲ ହେବେ ଆସନ୍ତାକାଲି ସୁଦ୍ଧା ତାହା ସ୍ପଷ୍ଟ ହୋଇଯିବ । ଆଜି ଶର୍ମିଲା ଦଳର ନେତାଙ୍କୁ ନେଇ ଏକ ବୈଠକ ଡାକିଛନ୍ତି । ଯେଉଁଥିରେ ଦଳର ମିଶ୍ରଣ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ଆଲୋଚନା ହେଇଛି । ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ବିପୁଳ ମାତ୍ରାରେ ଭୋଟ ପାଇ ରାଜ୍ୟରେ ସରକାର ଗଠନ କରିଛି । ନିର୍ବାଚନ ପୂର୍ବରୁ ଶର୍ମିଲା କଂଗ୍ରେସକୁ ସମର୍ଥନ ଜଣାଇଥିଲେ। ଏପରିକି ଶର୍ମିଲାଙ୍କ ଦଳ ଗତ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ଭାଗ ନେଇନଥିଲା । ନିର୍ବାଚନ ପୂର୍ବରୁ ଶର୍ମିଲା କହିଥିଲେ ଯେ, ‘ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳକୁ ମୁଁ ସମର୍ଥନ କରୁଛି । ରାଜ୍ୟରେ ଶାସନ ଗଢିବାକୁ କଂଗ୍ରେସ ପାଖରେ ସୁଯୋଗ ରହିଛି । ବିଆରଏସ ରାଜ୍ୟରେ ୯ବର୍ଷ ଶାସନ କରି ଦେଇଥିବା ପ୍ରତିଶ୍ରୁତି ପୂରଣ କରିନାହିଁ । ତେଣୁ ମୁଁ ଚାହୁଁଛି କେସିଆର କ୍ଷମତାରୁ ହଟନ୍ତୁ’ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.