ସେରଗଡ ସରପଞ୍ଚଙ୍କ ଉନ୍ମତ କାଣ୍ଡ: ପିକନିକ ପାର୍ଟି ପାଲଟିଲା ଯୁଦ୍ଧ କ୍ଷେତ୍ର, ମାମଲା ଯାଇ ଥାନାରେ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନୂଆ ବର୍ଷ କାହା ପାଇଁ ଖୁସିର ସମ୍ଭାର ନେଇ ଆସେ ତ କାହା ପାଇଁ ହତାସ ଆଉ ନିରାଶର ବର୍ଷ ପାଲଟି ଥାଏ । ନୂଆ ବର୍ଷ ଖୁସିର ପସରା ନେଇ ଆସୁ ବୋଲି ଶୁଭେଚ୍ଛୁ ମାନେ ସମ୍ପର୍କିୟଙ୍କ ମଙ୍ଗଳ ମନାସୀ ଶୁଭେଚ୍ଛା ଜଣାଇଥାନ୍ତି। ହେଲେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ସେରଗଡ ପଞ୍ଚାୟତର ଯୁବ ସରପଞ୍ଚ ନୂଆ ବର୍ଷ ପାଇଁ ସାଙ୍ଗସାଥି ଗହଣରେ ପିକନିକ କରି ସେଠାକାର ଜଗୁଆଳିକୁ ସାମାନ୍ୟ କଥାରେ ନିସ୍ତୁକ ମାଡ ମାରିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଜଗୁଆଳି ବ୍ରଜ ରଣାକୁ ମାଡ ମାରି ହରଡ ଘଣାରେ ଫସିଛନ୍ତି ସେରଗଡ ସରପଞ୍ଚ ରାହୁଲ ସାହୁ। ଘଟଣା ଆସି ନର୍ଲା ଥାନାରେ ପହଞ୍ଚିଛି। ଜଗୁଆଳି ବ୍ରଜ ରଣା ଏନେଇ ସରପଞ୍ଚ ଶ୍ରୀ ସାହୁଙ୍କ ନାମରେ ଥାନାରେ ଏତେଲା ଦାଏର କରିଥିବା ଜଣାପଡିଛି। ନର୍ଲା ପୋଲିସ୍ କେସ ନଂ- ୨୭୩/୨୩ ଦଫା ୨୯୪, ୫୦୬, ୩୨୩ ରେ ଏକ ମାମଲା ଦାଏର କରି ତଦନ୍ତ ଆରମ୍ଭ କରିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। ଖବର ନେବାରୁ ଜଣାପଡିଛି ବର୍ଷର ଅନ୍ତିମ ଦିନ ଡିସେମ୍ବର ୩୧ ରେ ସେରଗଡ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଡେଙ୍ଗସର୍ଗିସ୍ଥିତ ଆନ୍ଧ୍ରଫିଲ୍ଡ ବଗିଚାରେ ସେରଗଡ ସରପଞ୍ଚ ରାହୁଲ ସାହୁ, ସରପଞ୍ଚ ଶ୍ରୀ ସାହୁଙ୍କ ଘନିଷ୍ଠ ବନ୍ଧୁ ବାରବନ୍ଧା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଏକ ବିଦ୍ୟାଳୟରେ ଶିକ୍ଷକ ଭାବରେ କାର୍ଯ୍ୟରତ ହେମନ୍ତ ଭୋଇ, ନୂତନ ଭାବରେ ଦାଇତ୍ୱ ଗ୍ରହଣ କରିଥିବା ନର୍ଲା ରେଞ୍ଜର ଭାରତ ଭୂଷଣ ଶବର, କେଇଜଣ ବନ ବିଭାଗର କର୍ମଚାରୀ ଓ ସରପଞ୍ଚଙ୍କ ପାଖିଆ ଅନ୍ୟ କିଛି ସ୍ଥାନୀୟ ଯୁବକ ଉକ୍ତ ପିକନିକରେ ସାମିଲ ହୋଇଥିଲେ। ଭୋଜି ଏକ ବ୍ୟକ୍ତିଗତ ଫାର୍ମ ହାଉସରେ ଆୟୋଜିତ ହୋଇଥିବା ବେଳେ ୨୨ ବର୍ଷ ଧରି ଏଠାରେ ଜଗୁଆଳି ଭାବରେ କାର୍ଯ୍ୟରତ ବ୍ରଜ ରଣାଙ୍କୁ ଏ ନେଇ କିଛି ସୂଚନା ଦିଆ ଯାଇନଥିଲା ବୋଲି ବ୍ରଜ ରଣା ତାଙ୍କ ପ୍ରତିକ୍ରୀୟାରେ କହିଛନ୍ତି। ଏହା ପରେ ମଧ୍ୟ ଜଗୁଆଳି ବ୍ରଜ ରଣା ଭୋଜି କରୁଥିବା ସଦସ୍ୟ ମାନଙ୍କୁ ଖାଇ ସାରିବା ପରେ ଅଇଁଠା ଖଲିସବୁ ଟିକେ ଦୂରରେ ଏକତ୍ର ପକାଇବା ଅନୁରୋଧ କରିଥିଲେ। ଭୋଜି ଖାଇ ସାରିବା ପରେ ଅଇଁଠା ଖଲିସବୁ ଇତସ୍ତତ ହୋଇ ପଡିଥିବା ଦେଖି ବ୍ରଜ ସାହୁ ଏବିଷୟରେ ପଚାରିବାରୁ ସେରଗଡ ସରପଞ୍ଚ ରାହୁଲ ଉତ୍ୟକ୍ତ ହୋଇ ବ୍ରଜକୁ ହଠାତ ଆକ୍ରମଣ କରି ନିସ୍ତୁକ ମାଡ ମାରିଥିଲେ। ତାଙ୍କୁ ତଳେ ପକାଇ ତାଙ୍କ ବେକକୁ ପାଦରେ ଦଳିଦେବା ସହ ପିଟିପିଟି ମୁହଁକାନ ସବୁ ଫଟେଇ ଦେଇଛନ୍ତି। ଏତିକିରେ କଥା ସରିଲା ନି ଯେ ତାଙ୍କ ଘରକୁ ଯାଇ ଜଗୁଆଳି ବ୍ରଜଙ୍କ ବଡ ଭାଇ ଦନାର ରଣାକୁ ମଧ୍ୟ ଘରୁ ଟାଣି ଆଣି ନିସ୍ତୁକ ମାଡ ମାରିଥିବା ଓ ଘରର ମହିଳା ମାନଙ୍କୁ ଅଭଦ୍ର ଭାଷାରେ ଗାଳି ଗୁଲଜ କରି ବ୍ରଜକୁ ଜୀବନରେ ମାରିଦେବାର ଧମକ ଦେଇଥିବା ବ୍ରଜ ରଣା ନର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି। ସେରଗଡ ସରପଞ୍ଚ ଶ୍ରୀ ସାହୁ ବ୍ରଜ ରଣା ଘରକୁ ଯାଇ ତାଙ୍କ ବଡ ଭାଇ ଦନାର ରଣାକୁ ମାଡ ମାରିବା, ମହିଳା ମାନଙ୍କୁ ଗାଳି ଗୁଲଜ କରିବା ଘଟଣାର ଭିଜୁଆଲ ରେକଡିଂ ଗାଁର ଜଣେ ଯୁବକ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ପଠାଇବା ପରେ ବାସ୍ତବିକ ଚିତ୍ର ସାମ୍ନାକୁ ଆସିଛି। ଜଣେ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ଏତାଦୃଶା ଉନ୍ମତ କାଣ୍ଡକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିବା ଜଣାପଡିଛି। ସ୍ଥାନୀୟ କିଛି ବ୍ୟକ୍ତିଙ୍କ କହିବାନୁଯାୟୀ ହାତୀ ଦଳି ଦେବାରୁ ନର୍ଲା ରେଞ୍ଜର ପ୍ରଶାନ୍ତ ପାଲଙ୍କ ମୃତ୍ୟୁ ପରେ ନୂଆ ରେଞ୍ଜର ଭାରତ ଭୂଷଣ ଶବର ଦାଇତ୍ୱ ନେଇଛନ୍ତି। ତାଙ୍କୁ ଜଣେ ଚୋରାକାଠ ମାଫିଆଙ୍କ ସହ ଚିହ୍ନା ପରିଚୟ ଓ ମିଳାମିଶା ପାଇଁ ୩୧ ଡିସେମ୍ବ ଭୋଜି ଆୟୋଜିତ ହୋଇଥିଲା। ଆଉ ଉକ୍ତ ଚୋରାକାଠ ମାଫିଆ ଖାଇବା, ପିଇବା ବାବଦକୁ ପିକନିକର ସମସ୍ତ ଖର୍ଚ୍ଚ ବହନ କରିଥିଲେ ବୋଲି ଶୁଣିବାକୁ ମିଳୁଛି। ତେବେ ସେ ଯାହାହେଉ ଜଣେ ନିରୀହ ଜଗୁଆଲିକୁ ମାଡ ମାରିବା ଘଟଣାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି। ଏପଟେ ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦିଆଯିବ ବୋଲି ମତବ୍ୟକ୍ତ କରିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.