ଦୁର୍ଗମ ଡ୍ରାମ୍ବା ଗ୍ରାମରେ ନିଆରା ନୂଆବର୍ଷ ପାଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ମଦନପୁର ରାମପୁର ବ୍ଲକର ଦୁର୍ଗମ ତଥା ଅପହଞ୍ଚ ଅଂଚଳ ଲୁବେନଗଡ଼ ପଂଚାୟତ ଅଧିନସ୍ଥ ଡ୍ରାମ୍ବା ଗ୍ରାମରେ ସ୍ୱାଗତ ଆଇଟିସି ଭବାନୀପାଟଣା ଏବଂ କଳାହାଣ୍ଡି ବ୍ୟାଡ଼ମିଣ୍ଟନ ଆସୋସିଏସନ ତରଫରୁ ନବବର୍ଷ ପାଳନ କରାଯାଇଅଛି। ସ୍ୱାଗତ ଆଇଟିସିର ପରିଚାଳନା ନିର୍ଦ୍ଦେଶିକା ପ୍ରୀତି ପଟ୍ଟନାୟକ ଏବଂ କଳାହାଣ୍ଡି ବ୍ୟାଡ଼ମିଣ୍ଟନ ଆସୋସିଏସନର ସଭାପତି ପ୍ରଦୀପ କୁମାର ଦାସ (ବାପି), ତଥା ଯୁବ ଆଦିବାସୀ ନେତା ଧୋବଳେଶ୍ୱର ମାଝୀ ଲୁବେନଗଡ଼ ଯିବା ବାଟରେ ପ୍ରଥମେ ମୋହନଗିରି ଠାରେ ଥିବା ଷଷ୍ଠ ଶତାବ୍ଦୀରେ ନିର୍ମିତ ଶ୍ରୀ ଶ୍ରୀ ଧବଳେଶ୍ୱର ମନ୍ଦିରକୁ ଯାଇ ଦର୍ଶନ କରିଥିଲେ। ତାପରେ ଲୁବେନଗଡ଼ ଠାରେ ଅବସ୍ଥିତ ସହୀଦ ରେଣ୍ଡୋ ମାଝୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଶେଷରେ ଡ୍ରାମ୍ବା ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ସେହି ଗ୍ରାମକୁ ଯାଇଥିଲେ। ସେଠାରେ ଗ୍ରାମବାସୀଙ୍କ ଦ୍ୱାରା ଶ୍ରୀମତୀ ପଟ୍ଟନାୟକ ଓ ଶ୍ରୀ ଦାସଙ୍କୁ ସ୍ୱାଗତ କରାଯାଇଥିଲା ଏବଂ ସେମାନେ ଗ୍ରାମବାସୀଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ କରିଥିଲେ। ଏହାପରେ ସମସ୍ତ ଗ୍ରାମବାସୀଙ୍କ ଗହଣରେ ରହି କେକ୍ କାଟି ନବବର୍ଷ ପାଳନ କରିଥିଲେ ଏବଂ ନବବର୍ଷର ଶୁଭେଚ୍ଛା ଜ୍ଞାପନ କରିଥିଲେ। ଏହାପରେ ଗରିବ ବୃଦ୍ଧବୃଦ୍ଧାମାନଙ୍କୁ କମ୍ବଳ ବଣ୍ଟନ କରିଥିଲେ। ସମାଜ ସମସ୍ତ କାର୍ଯ୍ୟକ୍ରମକୁ ସ୍ଥାନୀୟ ଯୁବକ ପୀତବାସ ନାଏକ ପରିଚାଳନା କରିଥିଲେ ଏବଂ ଅଭିରାମ ନାଏକ, ସତ୍ୟ ନାଏକ ସହଯୋଗ କରିଥିଲେ। ପରିଶେଷରେ ଶ୍ରୀ ଦାସ ଓ ଶ୍ରୀମତୀ ପଟ୍ଟନାୟକ ଧନ୍ୟବାଦ ଜ୍ଞ୍ୟାପନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.