ଏମିତି ଏକ ଦେଶ; ଅଛନ୍ତି ହଜାର ହଜାର ସଂଖ୍ୟାରେ ମୁସଲମାନ, ନାହିଁ ଗୋଟିଏ ମଧ୍ୟ ମସଜିଦ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ହିନ୍ଦୁମାନଙ୍କର ମନ୍ଦିର ପରି ମୁସଲମାନଙ୍କର ମସଜିଦ ହେଉଛି ପବିତ୍ର ସ୍ଥାନ। ତେବେ ଆପଣ କେବେ ଚିନ୍ତା କରିଛନ୍ତି, ଯେଉଁଠାରେ ହଜାର ହଜାର ସଂଖ୍ୟାରେ ମୁସଲମାନ ଅଛନ୍ତି ମାତ୍ର ସେଠାରେ ମସଜିଦଟିଏ ନାହିଁ । ଏମିତି ବି ସ୍ଥାନ ଅଛି ଯେଉଁଠି ମୁସଲମାନଙ୍କ ପାଇଁଁ ଗୋଟିଏ ବି ଧର୍ମାନୁଷ୍ଠାନ ନାହିଁ । ଏମିତି ଦେଶ ହେଉଛି ଆମ ଭାରତର ପଡ଼ୋଶୀ ଦେଶ ଭୁଟାନ । ଭୁଟାନରେ ପ୍ରାୟ ୫ରୁ ୭ହଜାର ମୁସଲମାନ ବାସ କରନ୍ତି । ସମୁଦାୟ ଜନସଂଖ୍ୟାର ୧୧.୩ ପ୍ରତିଶତ ହେଉଛନ୍ତି ହିନ୍ଦୁ। ଏଠାରେ ହିନ୍ଦୁଙ୍କ ପାଇଁଁ ମନ୍ଦିର ସହିତ ବୌଦ୍ଧ ମନ୍ଦିର ଏବଂ ଅନେକ ମଠ ରହିଛି । କିନ୍ତୁ ମୁସଲମାନମାନଙ୍କ ପାଇଁ ଗୋଟିଏ ବି ମସଜିଦ ନାହିଁ। ମୁସଲମାନମାନଙ୍କୁ ଏହାର ରାଜଧାନୀର ଏକ କମ୍ୟୁନିଟି ହଲ୍ ରୁମରେ ପ୍ରାର୍ଥନା କରିବାକୁ ଅନୁମତି ଦିଆଯାଇଛି । ଦୀର୍ଘ ଦିନ ଧରି ସେମାନେ ସେଠାରେ ଏକ ମସଜିଦ ନିର୍ମାଣ କରିବାକୁ ଦାବି କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନି । କେବଳ ମୁସଲମାନ ନୁହନ୍ତି, ଖ୍ରୀଷ୍ଟିଆନ ମାନଙ୍କ ପାଇଁ ଚର୍ଚ୍ଚ ମଧ୍ୟ ନାହିଁ । ମୁସଲମାନ, ଖ୍ରୀଷ୍ଟିଆନ ଓ‌ ଶିଖଙ୍କୁ ସେମାନଙ୍କର ଧର୍ମାନୁଷ୍ଠାନ ନିର୍ମାଣ ପାଇଁଁ ଭୁଟାନରେ ଅନୁମତି ମିଳିନାହିଁ। ଅନେକ ସମୟରେ ଭୁଟାନ ପରିଦର୍ଶନ କରୁଥିବା ମୁସଲମାନ ପର୍ଯ୍ୟଟକମାନେ ଜାଣିବାକୁ ଚାହାଁନ୍ତି ଯେ ମସଜିଦ କେଉଁଠାରେ ଅଛି। ସେ ତାଙ୍କ ଯାତ୍ରା ସମୟରେ ନମାଜ କେଉଁଠି ପଢିବେ । ସେମାନଙ୍କୁ ମିଳୁଥିବା ଉତ୍ତର ହେଉଛି ବୁମଥାଙ୍ଗରେ ଆନୁଷ୍ଠାନିକ ଭାବରେ ଏକ ଛୋଟ ପ୍ରାର୍ଥନା କକ୍ଷ ଅଛି, ଯେଉଁଠାରେ ମୁସଲମାନ, ଶିଖ ଏବଂ ଖ୍ରୀଷ୍ଟିଆନମାନଙ୍କୁ ତିନୋଟି ଅଲଗା କୋଠରୀରେ ପ୍ରାର୍ଥନା କରିବାକୁ ଅନୁମତି ଦିଆଯାଇଛି । ତେବେ ପର୍ଯ୍ୟଟକମାନଙ୍କୁ ସେମାନଙ୍କ ହୋଟେଲ ରୁମରେ ମଧ୍ୟ ପ୍ରାର୍ଥନା କରିବାକୁ ଅନୁମତି ଦିଆଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.