ଟ୍ରକ ଚାଳକଙ୍କୁ ଦୁର୍ବ୍ୟବହାର କରିବା ଜିଲ୍ଲାପାଳଙ୍କ ପାଇଁ ପଡ଼ିଲା ମହଙ୍ଗା; କ୍ଷମତାରୁ ହଟାଇଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ହିଟ ଆଣ୍ଡ ରନ ମାମଲାରେ ସରକାର ଆଣିଥିବା ନୂଆ ଆଇନକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଥିଲେ ଟ୍ରକ ଚାଳକ। ତେବେ ମଧ୍ୟପ୍ରଦେଶରେ ଆନ୍ଦୋଳନରତ ଟ୍ରକ ଚାଳକଙ୍କୁ ଦୁର୍ବ୍ୟବହାର କରିବା ଜିଲ୍ଲାପାଳଙ୍କ ପାଇଁ ମହଙ୍ଗା ପଡ଼ିଲା। କ୍ଷମା ପ୍ରାର୍ଥନା କରିବା ସତ୍ତ୍ୱେ ଜିଲ୍ଲାପାଳ କିଶୋର କାନିଆଲଙ୍କୁ କ୍ଷମତାରୁ ହଟାଇ ଦେଇଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ। ସୂଚନାଯୋଗ୍ୟ ଦୁଇ ଦିନ ଧରି ଚାଲିଥିବା ଟ୍ରକ୍ ଡ୍ରାଇଭରଙ୍କ ଧର୍ମଘଟ ସମୟରେ କଲେକ୍ଟର କିଶୋର କାନିଆଲ ଶାଜାପୁରରେ ଜଣେ ଟ୍ରକ ଡ୍ରାଇଭରଙ୍କୁ ଦୁର୍ବ୍ୟବହାର କରିଥିବାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଏହି ଭିଡିଓରେ କଲେକ୍ଟର କିଶୋର କାନିଆଲ ଡ୍ରାଇଭରଙ୍କ ସହ ଉଚ୍ଚସ୍ୱରରେ କଥାବାର୍ତ୍ତା କରୁଥିବା ବେଳେ ସେ ସିଧାସଳଖ ଡ୍ରାଇଭରଙ୍କୁ ପଚାରିଥିଲେ – ‘ତୁହ୍ମାରା ଔକାତ କ୍ୟା ହୈ’? ତେବେ ଏହି ଭିଡିଓ ଭାଇରାଲ ହେବା ପରେ ସରକାର ଏହି ଘଟଣା ସମ୍ପର୍କରେ ଟିକିନିଖି ସୂଚନା ଗ୍ରହଣ କରିଥିଲେ। ଏହାକୁ ଗ୍ରହଣ କରିବା ପରେ କଲେକ୍ଟର କିଶୋର କାନିଆଲ ମଧ୍ୟ କ୍ଷମାପ୍ରାର୍ଥନା ସତ୍ତ୍ୱେ ସ୍ପଷ୍ଟୀକରଣ ଦେଇଛନ୍ତି। ତାଙ୍କ ସ୍ପଷ୍ଟୀକରଣରେ ସେ କହିଥିଲେ କି ଟ୍ରକ ଅପରେଟରଙ୍କ ସହିତ ସାକ୍ଷାତ ସମୟରେ ଏହି ବ୍ୟକ୍ତି ବାରମ୍ବାର ଅଭଦ୍ରୋଚିତ ଢଙ୍ଗରେ କଥା କହୁଥିଲେ। ଯେଉଁ କାରଣରୁ ବୈଠକରେ ଅନ୍ୟମାନଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଥିଲା। ତେଣୁ ତାଙ୍କୁ ଶାନ୍ତ କରିବା ପାଇଁ ସେ ସାମାନ୍ୟ କଠୋର କଥା କହିଥିଲେ। କଲେକ୍ଟର କହିଛନ୍ତି ଯେ ତାଙ୍କର ଉଦ୍ଦେଶ୍ୟ କାହାର ଭାବନାକୁ ଆଘାତ କରିବା ନୁହେଁ। ତେବେ ସରକାର କିଶୋରଙ୍କ ବଦଳରେ ରିଜୁ ବାଫନାଙ୍କୁ ଶାଜାପୁର ଜିଲ୍ଲାର ଜିଲ୍ଲାପାଳ ଭାବେ ନୂଆ ନିଯୁକ୍ତି ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.