ରଣଧୀର ଜୈସୱାଲ ବୈଦେଶିକ ମନ୍ତ୍ରଣାଳୟର ନୂଆ ମୁଖପାତ୍ର, ଅରିନ୍ଦମ ବାଗଚିଙ୍କୁ ଆଉ ଏକ ନୂତନ ଦାୟିତ୍ବ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ନୂଆ ମୁଖପାତ୍ର ହେଲେ ରଣଧୀର ଜୈସୱାଲ । ସେହିପରି ବର୍ତ୍ତମାନ ପର୍ଯ୍ୟନ୍ତ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ମୁଖପାତ୍ର ଭାବରେ କାର୍ଯ୍ୟ କରୁଥିବା ଅରିନ୍ଦମ ବାଗଚିଙ୍କୁ ଆଉ ଏକ ନୂତନ ଦାୟିତ୍ବ ପ୍ରଦାନ କରାଯାଇଛି । ଏନେଇ ଅରିନ୍ଦମ ବାଗଚି ତାଙ୍କ ଏକ୍ସ ଆକାଉଣ୍ଟ ମାଧ୍ୟମରେ ଏକ ପୋଷ୍ଟ କରି ନିଜେ ଏହି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, ସରକାରୀ ମୁଖପାତ୍ର ଭାବରେ ରଣଧୀର ଜୈସୱାଲ ଦାୟିତ୍ବ ଗ୍ରହଣ କରିଛନ୍ତି । ବିଭିନ୍ନ ପ୍ରସଙ୍ଗରେ ଭାରତ ପାଇଁ ଦୃଢ ଭାବରେ ପକ୍ଷ ରଖିଥିବା ଅରିନ୍ଦମ ବାଗଚିଙ୍କୁ ଭାରତ ସରକାର ମିଳିତ ଜାତିସଂଘ ତଥା ଜେନେଭାରେ ଥିବା ଅନ୍ୟ ଅନ୍ତର୍ଜାତୀୟ ସଂଗଠନଗୁଡ଼ିକରେ ଦେଶର ପରବର୍ତ୍ତୀ ରାଷ୍ଟ୍ରଦୂତ/ସ୍ଥାୟୀ ପ୍ରତିନିଧୀ ଭାବରେ ନିଯୁକ୍ତ କରିଛନ୍ତି । ଅରିନ୍ଦମ ବାଗଚି ୧୯୯୫ ବ୍ୟାଚ୍ ଆଇଏଫଏସ୍ ଅଧିକାରୀ ଯିଏ ବର୍ତ୍ତମାନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ ଅଛନ୍ତି । ବର୍ତ୍ତମାନ ସେ ମିଳିତ ଜାତିସଂଘ ଏବଂ ଜେନେଭାରେ ଥିବା ଅନ୍ୟ ଅନ୍ତର୍ଜାତୀୟ ସଂଗଠନ ଗୁଡ଼ିକରେ ଭାରତର ପରବର୍ତ୍ତୀ ସ୍ଥାୟୀ ପ୍ରତିନିଧୀ ଭାବରେ ନିଯୁକ୍ତ ହୋଇଛନ୍ତି । ଭାରତ ସରକାରଙ୍କ ଅନୁଯାୟୀ ସେ ଖୁବ ଶୀଘ୍ର ଦାୟିତ୍ବ ଗ୍ରହଣ କରିବେ ବୋଲି ଆଶା କରାଯାଉଛି । ଆଇଏଫଏସ୍ ଅଧିକାରୀ ରଣଧୀର ଜୈସୱାଲ, ବର୍ତ୍ତମାନ ପର୍ଯ୍ୟନ୍ତ ନ୍ୟୁୟର୍କରେ ଭାରତର କନସୁଲ୍ ଜେନେରାଲ୍ ଥିଲେ, ସେ ବର୍ତ୍ତମାନର ମୁଖପାତ୍ର ଅରିନ୍ଦମ ବାଗଚିଙ୍କ ସ୍ଥାନ ନେଇଛନ୍ତି । ବାଗଚିଙ୍କୁ ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ଭାବରେ ନିଯୁକ୍ତ କରାଯାଇଛି । ଯେଉଁ ସମୟରେ, ଦେଶ ସବୁ ପ୍ରସଙ୍ଗରେ ବିଶ୍ୱକୁ ଦିଗଦର୍ଶନ ଦେଉଛି, ବିଶ୍ୱାସ ଅଛି ଯେ ଏଭଳି ସମୟରେ ବାଗଚି ମିଳିତ ଜାତିସଂଘରେ ଭାରତର ପ୍ରତ୍ୟେକ ଦିଗକୁ ଦୃଢ ଭାବରେ ଉପସ୍ଥାପନ କରିବେ । ବର୍ତ୍ତମାନ ରଣଧୀର ଜୈସୱାଲ ଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପରବର୍ତ୍ତୀ ମୁଖପାତ୍ର ଭାବରେ ନିଯୁକ୍ତ କରାଯାଇଛି । ବର୍ତ୍ତମାନ ସେ ସବୁ ପ୍ରସଙ୍ଗରେ ଭାରତର ପକ୍ଷ ଉପସ୍ଥାପନ କରିବେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.