ଚିଚିଗୁଡା ମଣ୍ଡିରେ ବ୍ୟାପକ ଅନିୟମିତତା: କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ 

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲା  ଜୁନାଗଡ ନିର୍ବାଚନ ମଣ୍ଡଳୀର ଚିଚିଗୁଡ଼ା ଧାନ ମଣ୍ଡିରେ ହୋଇଥିବା ବ୍ୟାପକ ଦୁର୍ନୀତିକୁ ନେଇ ଜୁନାଗଡ ନିର୍ବାଚନ ମଣ୍ଡଳୀ କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ, ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀ, ଦୁର୍ନୀତି ନିବାରଣ ବିଭାଗ ଓ ଉନିବନ୍ଧକଙ୍କୁ ସାକ୍ଷାତ କରି ଲିଖିତ ଅଭିଯୋଗ ପ୍ରଦାନ କରିଥିବା ଜଣାପଡିଛି। ସୂଚନା ଅନୁସାରେ ଗତ ୨୬ ଡିସେମ୍ବର ୨୦୨୩ କଂଗ୍ରେସ ଦଳର ଏକ ରଜ୍ୟ ତରିୟ ପ୍ରତିନିଧି ଦଳ ଚିଚିଗୁଡ଼ା ଧାନ ମଣ୍ଡିରେ ପରିଦର୍ଶନ କରିଥିବା ସମୟରେ ଚାଷୀଙ୍କ ଅଭିଯୋଗ କ୍ରମେ ଦେଖିବାକୁ ମିଳିଲା ଓଜନ ମାପକ ଯନ୍ତ୍ର ଦ୍ୱାରା ଚାଷୀ ମାନଙ୍କୁ କ୍ଵିଣ୍ଟାଲ ପିଛା ୬ କେଜୀରୁ ଉର୍ଦ୍ଧ୍ବ ମେସିନ ଦ୍ୱାରା ଚଳୁ କରି ଚାଷୀଙ୍କୁ ଶୋଷଣ କରାଯାଉଅଛି। ଅଭିଯୋଗକୁ ପ୍ରମାଣ କରିବା ପାଇଁ କଂଗ୍ରେସ ପ୍ରତିନିଧି ଦଳ ତୁରନ୍ତ ଓଜନ ମାପକ ଯନ୍ତ୍ରକୁ ପରୀକ୍ଷା କରିଥିଲେ। ପରୀକ୍ଷା ସମୟରେ ଜଣାପଡିଥିଲା ଯେ ଚାଷୀଙ୍କ ଠାରୁ କ୍ଵିଣ୍ଟାଲ ପିଛା ୬ କେଜି ଧାନ ମେସିନ ଦ୍ଵାରା ଠକେଇ କରି ନେଉଛନ୍ତି। ଏହି ବିଷୟରେ ସ୍ଥାନୀୟ ତହସିଲଦାର, ଉପ ଜିଲ୍ଲାପାଳଙ୍କୁ ଜଣେଇଲା ପରେ ମଣ୍ଡିକୁ ଆସି ଓଜନ ମାପକ ଯନ୍ତ୍ରକୁ ଜବତ କରିଥିଲେ। ଏନେଇ ଭିଜିଲାନ୍ସ ଅଫିସରେ କଂଗ୍ରେସ କମିଟିର ଜିଲ୍ଲା ସମ୍ପାଦକ ପ୍ରଭାତ ଦାସ ଏବଂ ଚିତ୍ତ ରଞ୍ଜନ ନିଆଲ, ପୂର୍ବତନ ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜ, ଟାଉନ ଯୁବ କଂଗ୍ରେସ ସଭାପତି କୁମୁଦ ଗହିର ଅଭିଯୋଗ କରିଛନ୍ତି। ଶୀଘ୍ର ଏହାର ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି। ସେହିପରି ଯଦି ଚାଷୀ ଶୋଷଣ ବନ୍ଦ ନ ହୁଏ, ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି କଂଗ୍ରେସ ନେତୃବୃନ୍ଦ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.