ନର୍ଲାରେ ବିଜେପିର କଳାହାଣ୍ଡି ବନ୍ଦ ସଫଳ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମଣ୍ଡି ଗୁଡିକରେ କଟନୀ ଛଟନୀ, କପାର ଅବାବୀ ବିକ୍ରୀ, ଗାଁ ଗାଁରେ ମଦକୁଟି, ମଦଭାଟି ବନ୍ଦ କରିବା, ନର୍ଲାରେ କରୋନା ପୂର୍ବରୁ ରହୁଥିବା ଟ୍ରେନର ପୁନଃ ରହଣୀ ଭଳି ବିଭିନ୍ନ ଦାବି ଗୁଡିକ ନେଇ କେନ୍ଦ୍ର ବିଜେପି ଡାକରାରେ ଗୁରୁବାର ନର୍ଲା ବିଜେପି ତରଫରୁ ବିଭିନ୍ନ ଶିକ୍ଷା ଅନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ବନ୍ଦ କରିବା ସହିତ ଦୋକାନ ବଜାର ଗୁଡିକ ମଧ୍ୟ ବନ୍ଦ କରାଯାଇଛି। ଗତ ୧୮ରୁ ଜିଲ୍ଲା ବିଜେପି ତରଫରୁ ଉପରୋକ୍ତ ଦାବି ଗୁଡିକ ନେଇ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିଜେପି ଧାରଣା ଦେଇ ବସିଥିବା ବେଳେ ଆଜି କେନ୍ଦ୍ର ଡାକରାରେ ନର୍ଲା ବିଜେପି ସକାଳ ୬ ରୁ ସଂଧ୍ୟା ୬ ଯାଏଁ ବନ୍ଦ ପାଳନ କରିଛି। ବିଜେପି ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରଦୀପ ନାଏକଙ୍କ ନେତୃତ୍ୱରେ ମଣ୍ଡଳ ସଭାପତି ପ୍ରଣତି ମହାନନ୍ଦ, ସଞ୍ଜୟ ମାଝୀ, କିର୍ତ୍ତି ମାହାର ଜିଲ୍ଲା ସଭାପତି ଅନିରୁଦ୍ଧ ପଧାନ, ବରିଷ୍ଠ ସଦସ୍ୟ ମନ୍ମୟ ଚାନ୍ଦ (ଜିତୁ), କୁମରମଣି ଶବର, ବିଷ୍ଣୁଚରଣ ବଡପଣ୍ଡା, ବାବୁଧର, ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, ଦେବରାଜ ବଗର୍ତ୍ତି, ସରୋଜ ବୁଦ୍ଧିଆ, ସଞ୍ଜୟ ନାଏକ, ରୁଦ୍ରାକ୍ଷ ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ରୀନା ଭୋଇ, ସୁରେଶ ଭୋଇ, ନବୀନ ପଧାନ, ଲକ୍ଷ୍ମଣ ଦୀପ, ଅଜୟ ନନ୍ଦ, ଅଭୟ ନାଏକ ପ୍ରମୁଖ ପ୍ରଥମେ ନର୍ଲା ଚାରିଛକରେ ସମବେତ ହୋଇ ଚାରି ଚକିଆ ଓ ଭାରିଯାନ ଗୁଡିକ ବନ୍ଦ କରିଥିଲେ। ବିଜେପି ଜିନ୍ଦାବାଦ, ନରେନ୍ଦ୍ର ମୋଦୀ ଜିନ୍ଦାବାଦ, ନବୀନ ପଟ୍ଟନାୟକ ମୂର୍ଦ୍ଦବାଡ, କଟନୀ ଛଟନୀ ବନ୍ଦ କର ବୋଲି ନାରା ଦେଇଥିଲେ। ଏହାପରେ କର୍ମୀମାନେ ବିଭିନ୍ନ ସ୍କୁଲ କଲେଜ ଓ ବ୍ୟବସାୟୀକ ପ୍ରତିଷ୍ଠାନ, ବ୍ୟାଙ୍କ ଓ ଦୋକାନ ବଜାର ବୁଲିବୁଲି ବନ୍ଦ କରାଇଥିଲେ। ଏହାପରେ ନର୍ଲାର ପ୍ରମୁଖ ସ୍ଥାନ ଛତିକୁଡା, ରୁପ୍ରାରୋଡ, ବାଲିପଡା, ରୁପ୍ରା, ସେରଗଡ ପ୍ରଭୃତି ସ୍ଥାନକୁ ଯାଇ ବନ୍ଦ ପାଳନ କରିଥିଲେ। ମୋଟା ମୋଟି ଭାବରେ ନର୍ଲାରେ ବନ୍ଦ ପାଳନ ସଫଳ ରହିଥିବା ଦେଖିବାକୁ ମିଳିଛି। ହେଲେ ବିଭିନ୍ନ କାମ ନେଇ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରୁଥିବା ଯାତ୍ରୀ ମାନେ ହନ୍ତ ସନ୍ତ ହୋଇଥିବା ଦୃଶ୍ୟମାନ ହୋଇଥଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.