ଶ୍ରୀ ଜଗନ୍ନାଥ ମନ୍ଦିରକୁ “ସତ୍ୟ ସନାତନ କ୍ଷେତ୍ର” ଓଡ଼ିଆ ପାଣ୍ଡୁଲିପି ଅର୍ପଣ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡ଼ା ଜିଲ୍ଲା ଗୁଣୁପୁର ପଞ୍ଚାୟତ ସମିତି ଅନ୍ତର୍ଗତ ଚାଲକମ୍ବା ଗ୍ରାମରେ ଅଧିଷ୍ଟିତ ଶ୍ରୀଜଗନ୍ନାଥ ମନ୍ଦିର ସମ୍ପର୍କରେ ରଚିତ ଏକ ପାଣ୍ଡୁଲିପି ମହାପ୍ରଭୁଙ୍କୁ ଅର୍ପଣ ହୋଇ ଯାଇଛି। “ସତ୍ୟ ସନାତନ କ୍ଷେତ୍ର” ନାମକ ରଚିତ ଏହି ଓଡ଼ିଆ ପାଣ୍ଡୁଲିପି ଯଥାରୀତି ଅର୍ପଣ ହୋଇ ଯାଇଛି। ବରିଷ୍ଠ ସାମ୍ବାଦିକ ତଥା ଆଦିବାସୀ ସଂସ୍କୃତି ଗବେଷକ ଡକ୍ଟର ପରେଶ୍ ରଥଙ୍କ ରଚିତ ଏହି ପାଣ୍ଡୁଲିପିକୁ ମନ୍ଦିରର ମୁଖ୍ୟ ପୁରୋଧା ପ୍ରଫେସର ସତ୍ୟନାରାୟଣ ରଥ ସମ୍ପାଦନା କରିବେ ଏବଂ ଏହି ପୁସ୍ତିକା ରେ ପାଠକଙ୍କୁ ପଦେ ଲେଖିବେ ଡ଼ଃ ଦ୍ଵିତୀ ଚନ୍ଦ୍ର ସାହୁ । ରାୟଗଡ଼ା ଜିଲ୍ଲା ସଉରା ଆଦିବାସୀ ଜନଜାତି ବସତି ବେଷ୍ଟନି ଗୁଣୁପୁର ପଞ୍ଚାୟତ ଚଲକମ୍ବା ଗ୍ରାମରେ ଶ୍ରୀଜଗନ୍ନାଥ ମନ୍ଦିର ୨୦୧୧ ମସିହାରେ ଭୂମି ପୂଜା ହୋଇ ଆରମ୍ଭ ହୋଇଥିଲା। ୨୦୨୪ ମସିହାର ପବିତ୍ର ରଥଯାତ୍ରା ପାଳନ ଅବସରରେ ଏହି ପାଣ୍ଡୁଲିପି ର ସଙ୍କଳନ ଏବଂ ମୁଦ୍ରଣ ସମ୍ପୂର୍ଣ୍ଣ ହୋଇ ଏହାର ଯଥାରୀତି ଉନ୍ମୋଚନ ହେବା ସହ ଏହାର କମ୍ପ୍ୟୁଟର ମୁଦ୍ରିତ ପୁସ୍ତକ ପ୍ରକାଶିତ ହେବାକୁ ଯାଉଛି ବୋଲି ରଚୟକ ପ୍ରକାଶ କରିଛନ୍ତି। ପାଣ୍ଡୁଲିପି ଅର୍ପଣ ଅବସରରେ ଲେଖକଙ୍କ ସମେତ ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ସତ୍ୟନାରାୟଣ ରଥ, ପ୍ରେମାଲାଲ ମିଶ୍ର ,ନୃସିଂହ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.