ଜେକେ ପେପର ଆନ୍ତଃ କମ୍ପାନୀ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ସ୍ଥିତ ଜେକେପୁରର ଜେକେ କାଗଜ କଳ କମ୍ପାନୀ ଖେଳ ପଡିଆ ଠାରେ ଆନ୍ତଃ କମ୍ପାନୀ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି | ଉକ୍ତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ଜେକେପିଏମ ରାୟଗଡା, ସିପିଏମ ସୋନାଗଡ଼, ଏସପିଏମ ତେଲେଙ୍ଗାନା ଓ ଜେକେ ହେଡ ଅଫିସ ନିଉ ଦିଲ୍ଲୀର କର୍ମଚାରୀ ଅଂଶଗ୍ରହଣ କରିଥିଲେ | ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ୪ ଜାନୁଆରୀ ରୁ ୭ ଜାନୁଆରୀ ୨୦୨୪ ପର୍ଯ୍ୟନ୍ତ ଚାଲିବ | ୭ ଜାନୁଆରୀ ୨୦୨୪ ରେ ଫାଇନାଲ ମ୍ୟାଚ ଖେଳାଯାଇ ବିଜେତା ଦଳ ଙ୍କୁ ଟ୍ରଫି ପ୍ରଦାନ କରାଯିବ | ଆଜିର ଏହି ଉଦ୍ଘାଟନୀ ସମାରୋହ ରେ ଜେକେପିଏମର କାର୍ଯ୍ୟନିର୍ବାହୀ ଉପସଭାପତି ବିନୟ ଦ୍ବିବେଦୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟ କୁ ଆନୁଷ୍ଠାନିକ ରୂପେ ଉଦ୍ଘାଟନ କରିଥିଲେ | ଏହି ସମାରୋହ ରେ ଜେକେପିଏମ ର ଉପସଭାପତି – ବାଣିଜ୍ୟ ବିଶ୍ୱଜିତ ଦ୍ବିବେଦୀ ଟିମ ପ୍ଲେୟାର ରୂପେ ଜେକେପିଏମ ୟୁନିଟକୁ ଉପସ୍ଥାପନ କରିଥିଲେ | ଜେକେପିଏମ ମାନବ ସମ୍ବଳ ର ମହା ପ୍ରବନ୍ଧକ ସନ୍ଦୀପ ପାଣ୍ଡେ କାର୍ଯ୍ୟକ୍ରମଟିକୁ ସଂଚାଳନ କରିଥିଲେ | ଆଜିର ଏହି ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନୀ ଉତ୍ସବ ରେ ଜେକେ କାଗଜ କଳ ର ବହୁ ଅଧିକାରୀ ଙ୍କ ସହ କର୍ମଚାରୀଗଣ ଉପସ୍ଥିତ ରହିବ| ସହ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଖେଳାଳି ମାନଙ୍କ ସହ କରମର୍ଦ୍ଧନ କରି ଖେଳାଳି ମାନକୁ ଉତ୍ସ୍ଥାହିତ କରିଥିଲେ | ଜେକେପିଏମ ର ଲୋକ ସମ୍ପର୍କ ଅଧିକାରୀ ମିଲନ ଲେଙ୍କା କାର୍ଯ୍ୟକ୍ରମରେ ଉପସ୍ଥିତ ରହିବ| ସହ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଟୁର୍ଣ୍ଣାମେଣ୍ଟ ଉପରେ ସମ୍ୟକ ବିବରଣୀ ପ୍ରଦାନ କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.