ପୁରୁଷୋତ୍ତମପୁର ତହସିଲରେ ଗ୍ରାମକଣ୍ଟ ପଟା ବଣ୍ଟନ କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ତହସିଲ କାର୍ଯ୍ୟାଳୟ ପକ୍ଷରୁ ରାଜସ୍ବ ମେଳା ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ତହସିଲଦାର ସୁଶ୍ରୀ ଲୋପାମୁଦ୍ରା ରଥଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଆସ୍କା ସାଂସଦ ପ୍ରର୍ମିଳା ବିଷୋୟୀ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଦେବବ୍ରତ ସାହୁ, ବିଡ଼ିଓ ମନୋଜ କୁମାର ନାୟକ, ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୈ।ମ୍ୟରଞ୍ଜନ ମିଶ୍ର ମଞ୍ଚାସିନ ରହି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ କରିଥିଲେ। ଏହି ତହସିଲ ଅନ୍ତର୍ଗତ ୧୧ଗୋଟି ରାଜସ୍ବ ସର୍କିଲ୍ ର ୮୫୦ଜଣ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରାଯାଇଥିଲା। ରାଜସ୍ବ ସୁପରଭାଇଜର, ରାଜସ୍ବ ନିରୀକ୍ଷକ ସନ୍ତୋଷିନି ଗୌଡ଼, ଅରୁଣ ଡାକୁଆ, କୁନି ମଲ୍ଲିକ, ଡିଇଓ ସୁଶାନ୍ତ ସାହୁ, ତହସିଲର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।  ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ଏଥିରେ  ଉପସ୍ଥିତ ଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ଯୋଗୁଁ ବହୁ ଦିନର  ସ୍ୱପ୍ନ ଯାହାକି ଚକ ଲାଗି ଯାଇଥିବା ଯୋଗୁଁ  ଲୋକେ ଜମି ବିକ୍ରୟ କିମ୍ବା କ୍ରୟ କରିପାରୁନଥିଲେ ଏହା ଦ୍ୱାରା ବହୁତ ଗରିବ ଓ ମଧ୍ୟବିତ୍ତ  ଶ୍ରେଣୀର ଲୋକମାନେ ଉପକୃତ ହୋଇ ପାରିବେ। ତେଣୁ ସେମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ସ୍ଥାନୀୟ ତହସିଲଦାରଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.