ଥୁଆମୂଳ ରାମପୁରରେ ସ୍ଥାପନ ହେବ ସରକାରୀ +୩ ମହାବିଦ୍ୟାଳୟ: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଅଞ୍ଚଳବାସୀ

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): ଥୁଆମୂଳ ରାମପୁରରେ ଖୋଲିବ ସରକାରୀ ଯୁକ୍ତ ତିନି (କଳା ବିଭାଗ) ଡିଗ୍ରୀ ମହାବିଦ୍ୟାଳୟ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ବାସୀଙ୍କ ବହୁଦିନର ସ୍ବପ୍ନ ପୂରଣ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଉଚ୍ଚଶିକ୍ଷାର ସମାନତା ଏବଂ ପଦୋନ୍ନତି ନିଶ୍ଚିତ କରିବାକୁ – ଅଣ-ଆବୃତ ବ୍ଲକଗୁଡିକ ପାଇଁ ରାଜ୍ୟ ସରକାର ରାଜ୍ୟର ୧୮ ଟି ବ୍ଲକରେ ସରକାରୀ ଡିଗ୍ରୀ ମହାବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏବଂ ଏଥିପାଇଁ ବିଜ୍ଞାପନ ମଧ୍ୟ ଜାରି ହୋଇସାରିଛି। ଯାହା ଆଗାମୀ ୨୦୨୪/୨୫ ଶିକ୍ଷା ବର୍ଷରୁ ଏଠାରେ ଶିକ୍ଷାଦାନ ଆରମ୍ଭ ହେବାର ସୂଚନା ଦିଆଯାଇଛି।ଏହିସବୁ ମହାବିଦ୍ୟାଳୟ ଗୁଡିକ ନିମନ୍ତେ ବ୍ଲକ ମୁଖ୍ୟାଳୟ ଠାରୁ ୫ କି:ମି ପରିସୀମା ମଧ୍ୟରେ ସ୍ଥାପନ ହେବ ଏବଂ ଏଥିପାଇଁ ୧୦ ଏକର ଜମି ଯୋଗାଇ ଦେବାକୁ ଉଚ୍ଚ ଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରବାଲ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମହାବିଦ୍ୟାଳୟ ଗୁଡିକର ନିଜସ୍ୱ ଭିତ୍ତିଭୂମିର ବିକାଶ ନହେବା ଯାଏଁ ଅସ୍ଥାୟୀ ଗୃହରେ ଶିକ୍ଷାଦାନ କରାଯିବ ବୋଲି ସୂଚନା ଦେଇଛନ୍ତି। ଏହି ୧୮ ଗୋଟି ଡିଗ୍ରୀ ମହାବିଦ୍ୟାଳୟ ତାଲିକାରେ ଥୁଆମୂଳ ରାମପୁର ବ୍ଲକର ନାମ ଉଲ୍ଲେଖ ରହିଛି। ସରକାରୀ ଯୁକ୍ତ ତିନି ଡିଗ୍ରୀ ମହାବିଦ୍ୟାଳୟ ଖଣ୍ଡିକ ପ୍ରତିଷ୍ଠା ପାଇଁ ବ୍ଲକ ବାସୀ ଦୀର୍ଘଦିନରୁ ଦାବୀ ଜଣାଇ ଆସୁଥିଲେ। ଯାହାକୁ ନେଇ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ମଧ୍ୟ ଏନେଇ ସରକାରଙ୍କୁ ଜଣାଇଥିଲେ। ଗତ ମଇ ମାସରେ ୫ ଟି ସଚିବ ଭାବେ ଭି.କେ ପାଣ୍ଡିଆନ୍ ଥୁଆମୂଳ ରାମପୁର ଗସ୍ତରେ ଆସିଥିବା ବେଳେ ଥୁଆମୂଳ ରାମପୁରରେ ଏକ ସରକାରୀ ଯୁକ୍ତ ତିନି ଡିଗ୍ରୀ ମହାବିଦ୍ୟାଳୟ ସ୍ଥାପନା ପାଇଁ ଦାବୀ ରଖିଥିଲେ। ଅଞ୍ଚଳ ବାସୀଙ୍କ ଏହି ଦାବୀକୁ ସେ ସବୁଜ ସଙ୍କେତ ଦେଇଥିଲେ ଏବଂ ପରବର୍ତ୍ତୀ ସମୟରେ “ଆମ ଓଡିଶା ନବୀନ ଓଡିଶା”ର ଏକ ବିଶେଷ କାର୍ଯ୍ୟକ୍ରମରେ ଶ୍ରୀ ପାଣ୍ଡିଆନ୍ ଏହାକୁ ଘୋଷଣା କରିଥିଲେ। ଶେଷରେ ସରକାରଙ୍କ ଏହି ବିଜ୍ଞପ୍ତିକୁ ନେଇ ଥୁଆମୂଳ ରାମପୁର ବ୍ଲକ ବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ ଏବଂ ୫ ଟି ଅଧ୍ୟକ୍ଷ ଶ୍ରୀ ଯୁକ୍ତ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.