ଦାମୀ ହୋଟେଲରେ ସାକ୍ଷ୍ୟମାନଙ୍କୁ ଆପ୍ୟାୟିତ କରିଛନ୍ତି ଏଏଓ  ଶିବାନୀ ପଧାନ!

ମିଛ ସାକ୍ଷ୍ୟ ମାନଙ୍କ କାର୍ଯ୍ୟକଳାପକୁ ନେଇ ନର୍ଲାରେ ଚର୍ଚ୍ଚା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା କୃଷି ଅଫିସରେ ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଅନୁଯାୟୀ ୩୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଦୁର୍ନିତି କରି  ରାତାରାତି ଚକାପାଦ ବ୍ଲକକୁ ଛୁ ଚମ୍ପଟ ମାରିଥିବା ଏଏଓ ଦୁର୍ନିତି ରାଣି ଶିବାନୀ ପଧାନ ନର୍ଲାର ଦୁଇ ସାମ୍ବାଦିକଙ୍କ ନାମରେ ଜାଣିଆଣ ମାମଲାର ମିଛ କେସ ଦାଏର କରିଥିଲେ। ଏଥିରେ ନିଜର ସହକର୍ମି ମାନଙ୍କୁ ମିଛ ସାକ୍ଷ୍ୟ ବନେଇ ସେମାନଙ୍କୁ ଭବାନିପାଟଣାର ଦାମି ପଞ୍ଚ ତାରକା ହୋଇଟେଲକୁ ନେଇ  ଭୂରି ଭୋଜନ ଦେଇ ଆପ୍ୟାୟିତ କରି ଜାବୁଡି ଧରିଥିଲେ। ଘଟଣାକୁ ଦୁଇ ବର୍ଷ ବିତିଯାଇଥିବା ବେଳେ ଏବେ ଅଳ୍ପଦିନ ତଳେ କୋର୍ଟ  ଶିବାନୀ ପଧାନ ଓ ୧୮ ଜଣ ଭିଏଡବ୍ଲୁଓ ଏଓ ମାନଙ୍କୁ ସମନ କରିଥିଲେ। କୋର୍ଟରେ ହାଜର ହୋଇ ସେସନ ବିଚାରପତିଙ୍କ ଆଗରେ ପୁଣି ମିଛ କହି ଅପଦସ୍ଥ ହୋଇଥିବା ଜଣାପଡିଛି। ଦୁଇ ସାମ୍ବାଦିକ ତାଙ୍କୁ ଜାତିଆଣ ଆକ୍ଷେପ କରି ହ୍ୱାଟସଆପ ମେସେଜ କରିଥିବା କହିବାରୁ ବିଚାରପତି ମୋବାଇଲ ମାଗି ସେସବୁ ଦେଖେଇବା ପାଇଁ କହିବାରୁ ସେ ସବୁ ମିଛ ପ୍ରମାଣିତ ହୋଇଥିଲା। ଏହାବାଦ ପୋଲିସ ରେକର୍ଡରେ ମଧ୍ୟ ସେମିତି କିଛି ତଥ୍ୟ ବାହାରିଲା ନାହିଁ। ଅନ୍ୟପକ୍ଷେ ଆଗରୁ ମିଛ ସାକ୍ଷ୍ୟ ଭାବରେ ନାମ ଲେଖାଇଥିବା ତିନିଜଣ ପ୍ରମୁଖ ସାକ୍ଷୀ ମଧ୍ୟ ଏ ବିଷୟରେ କିଛି ଜାଣି ନଥିବା ଜର୍ଜଙ୍କ ସମ୍ମୁଖରେ ବୟାନ ଦେଇଥିବା ଜଣାପଡିଛି। ପୁଣିି ଦୁର୍ନିତିରାଣି ଏଏଓ ଶିବାନୀ ପଧାନ ମିଛ କେସର ମିଛ ସାକ୍ଷ୍ୟ ମାନଙ୍କୁ ଚାପ ପକାଇବା ପାଇଁ ନାମିଦାମୀ ହୋଟେଲକୁ ନେଇ ଭୁରି ଭୋଜନ କରାଇ ମିଛ ସାକ୍ଷ୍ୟ ପାଇଁ ଚାପ ପକାଉଥିବା ଖବରରୁ ଜଣାପଡିଛି। ଅବଶ୍ୟ ସାକ୍ଷ୍ୟମାନେ ମିଡ଼ିଆ ସମ୍ମୁଖରେ ଆମେ ଏ ବିଷୟରେ କିଛି ଜାଣିନୁ, ଆମ ନାମ ପୂର୍ବତନ ଏଏଓ ନିଜେ ଲେଖି ଦେଇଛନ୍ତି, ଆମେ କୌଣସି କାଗଜରେ ସାକ୍ଷ୍ୟ ଭାବରେ ଦସ୍ତଖତ ଦେଇନୁ ବୋଲି ମତାମତ ଦେଇ ସାରିଛନ୍ତି। ଅନ୍ୟପକ୍ଷେ, ଇତି ମଧ୍ୟରେ ଶିବନୀଙ୍କ ମୁଖ୍ୟ ପରାମର୍ଶଦାତା ବୋଲି କୁହାଯାଉଥିବା ଏଓ ପରାସର ନାଏକ ଅବସର ନେଇ ସାରିଥିବା ବେଳେ ଦୁଇ ପୋଲିସ ଅଧିକାରୀ ବଂଶୀଧର ସାମଲ ଓ ଆଇଓ ରବିନ୍ଦ୍ର ସେଠୀ ଏଏଓ ଶିବାନୀ ପଧାନଙ୍କ ଠାରୁ ମୋଟା ଅଙ୍କର ମାଲ ନେଇ କେସ ଦାଏର କରିଥିଲେ। ଶ୍ରୀ ସାମଲ ଏବେ ଭବାନିପାଟଣା ଟାଉନ ଥାନାରେ କାର୍ଯ୍ୟରତ ଥିବା ବେଳେ ରବିନ୍ଦ୍ର ସେଠୀଙ୍କୁ ସରକାର ଚାକିରୀରୁ ବରଖାସ୍ଥ କରିଥିବା ଜଣାପଡିଛି। ତେବେ ଦୁର୍ନିତି ରାଣୀ ନର୍ଲାର ତତ୍କାଳୀନ ସହକାରୀ କୃଷି ଅଧିକାରିଣୀଙ୍କୁ ଘଣ୍ଟ ଘୋଡେଇବା ପାଇଁ ମିଛ ସାକ୍ଷ୍ୟ ଦେବା ନିମନ୍ତେ ଭବାନୀପାଟଣାର ଏକ ଦାମୀ ହୋଟେଲକୁ ଯାଇ ଭୁରି ଭୋଜନ କରିଥିବା ସାକ୍ଷ୍ୟ ମାନଙ୍କ ମନୋଭାବକୁ ନର୍ଲାର ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଥିବା ଜଣାପଡିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.