ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଶୁକ୍ରବାର ଅପରାହ୍ନରେ ରାୟଗଡ ଜିଲ୍ଲାପାଳଙ୍କ କାର୍ଯାଳୟର ସଦଭାବନା ସମ୍ମିଳନୀ କକ୍ଷରେ ଭାସ୍କର ରଇତ, ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ରାୟଗଡା ଜିଲ୍ଲାରେ ଆଗାମୀ ସାଧାରଣ ନିର୍ବାଚନ, ୨୦୨୪ ନିମନ୍ତେ ପ୍ରତ୍ଯେକ ବ୍ଲକ/ପୌରାଞ୍ଚଳ/ଗ୍ରାମ ପଞ୍ଚାୟତ ସ୍ତରରେ ମତଦାତାଙ୍କ ସଚେତନତା ବୃଦ୍ଧି ପାଇଁ ରାଜ୍ୟ ନିର୍ଚାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଭ୍ରମଣ କରିବାକୁ ଥିବା ୧୩ ଗୋଟି ମୋବାଇଲ ପ୍ରଦର୍ଶନ ଭ୍ୟାନ (ମୋବାଇଲ ଡେମୋନଷ୍ଟ୍ରସନ ଭେହିକଲେ ) ଏବଂ ଜିଲ୍ଲା ସଦରମହକୁମା/ ଉପଖଣ୍ଡ ସ୍ତରରେ ପରିଚାଳିତ ହେବାକୁ ଥିବା ୩ ଗୋଟି ଇଭିଏମ ଓ ଭିଭିପାଟ ପ୍ରଦର୍ଶନ କେନ୍ଦ୍ର (ଇଭିଏମ ଆଣ୍ଡ ଭିଭିପାଟ ଡେମୋନଷ୍ଟ୍ରସନ ସେଣ୍ଟର) ନିମନ୍ତେ ନିୟୋଜିତ ସମସ୍ତ ଅଧିକାରୀଙ୍କୁ ତାଲିମ ପ୍ରଦାନ କରାଯାଇଥିଲା ।
ଭାସ୍କର ରଇତ, ଅତିରିକ୍ତ ଜିଲ୍ଲାପାଳଙ୍କ ଉପସ୍ଥିତିରେ ସୁଶ୍ରୀ ସୂର୍ଯ୍ୟମଣୀ ଭୋଇ, ଡେପୁଟି ଜିଲ୍ଲାପାଳ (ନିର୍ବାଚନ), ସୁଶ୍ରୀ ପ୍ରଜ୍ଞା ପରମିତା, ଡେପୁଟି ଜିଲ୍ଲାପାଳ (ନିର୍ବାଚନ) ଓ ମୃତ୍ୟୁଞ୍ଜୟ ବରାଳ, ସହକାରୀ ଜିଲ୍ଲାପାଳ (ନିର୍ବାଚନ) ସମସ୍ତ ଅଧିକାରୀଙ୍କୁ ତାଲିମ ପ୍ରଦାନ କରିଥିଲେ । ତତସହିତ ରାୟଗଡ ଜିଲ୍ଳାପାଳଙ୍କ କାର୍ଯାଳୟ ପରିଷରରେ ଫ୍ରେବୃଆରୀ ଶେଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବାକୁ ଥିବା ଇଭିଏମ ଓ ଭିଭିପାଟ ପ୍ରଦର୍ଶନ କେନ୍ଦ୍ର ଶ୍ରୀମତୀ ସ୍ଵଧା ଦେବ ସିଂ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ, ରାୟଗଡାଙ୍କ ଦ୍ଵାରା ଶୁଭ ଉଦଘାଟିତ ହୋଇଥିଲା ।