ସୁଜନ ନାଗ ଫୁଟବଲ୍ ପୂଲ୍ ବି ର ଆଜିର ମ୍ୟାଚରେ ବିରମହାରାଜପୁର (ସିସିଏଫ୍ଏ) ବିଜୟୀ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ସୋନପୁର ୧୧ ତମ ସୁଜନ ନାଗ ସ୍ମାରକୀ ରାଜ୍ୟ ସ୍ତରୀୟ ଫୂଟବଲ ଟୁର୍ନାମେଣ୍ଟର ପଞ୍ଚମ ଦିବସରେ ଦୋସ୍ତି ବ୍ରଦର, ସୁନ୍ଦରଗଡ ବନାମ ସିସିଏଫ୍ଏ, ବୀରମହାରାଜପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଆଜିର ମ୍ୟାଚରେ ସିସିଏଫ୍ଏ ବିରାମହରାଜପୁର ୧-୦ ଗୋଲ ବ୍ୟବଧାନରେ ବିଜୟୀ ହୋଇ ସେମିଫାଇନାଲକୁ ପ୍ରବେଶ କରିଛି। (ଅମନ ଖାଲକୋ) ମ୍ୟାଚ ର ୬୯ ତମ ମିନଟ ରେ ଗୋଲ ଦେଇଥିଲେ। ଆଜିର ମ୍ୟାଚରେ ବେଷ୍ଟ ଗୋଲ କିପର ଶ୍ରାବଣ ତନ୍ତୀ, ବୀରମହାରାଜପୁର ବେଷ୍ଟ ଡିଫେନ୍ସ ଆଶିଷ ପ୍ରଧାନ, ଦୋସ୍ତି ବ୍ରଦର୍, ବେଷ୍ଟ ଉଇଙ୍ଗର ରାହୁଲ ମିଞ୍ଚ, ଦୋସ୍ତି ବ୍ରଦର ବେଷ୍ଟ ମିଡ ଫିଲ୍ଡ ଅଶାନ୍ତ ଲାକ୍ରା ଦୋସ୍ତି ବ୍ରଦର, ମେନ ଅଫ ଦ ମ୍ୟାଚ୍ ଅମନ ଖାଲକୋ ବୀରମହାରାଜପୁର ସିସିଏଫ୍ଏ ପୁରସ୍କୃତ ହୋଇଥିଲେ। ଏହି ଖେଳରେ ଡା. ଅର୍ଜୁନ ମୁଗ୍ରୀ କଂଗ୍ରେସ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ। ସଂଜୀବ କୁମାର ମହାରଣା, ସମାଜସେଵୀ ଅନିଲ ଭୋଇନା, ଶିକ୍ଷାବିତ୍ତ ସୁରେଶ କୁମାର ଷାଣ୍ଢ, ଏଡ଼ଭୋକେଟ

ଭୁବନ ମେହେର,କ୍ରୀଡ଼ାବିତ ଗୁଣନିଧି ମେହେର, ପୂର୍ବତନ ଫୂଟବଲ ଖେଳାଳି ଏବଂ ଆୟୋଜକ କମିଟି ର ଅଧ୍ୟକ୍ଷ ଜଳନ୍ଧର ଦୀପ ସମ୍ମାନିତ ଅତିଥି ଭାବରେ ଯୋଗ ଦାନ କରିଥିଲେ। ଆଜିର ଖେଳକୁ ରାଜେଶ ଥାନାପତି ମୂଖ୍ୟ ରେଫରି ଭାବେ ପରିଚଳନା କରିଥିବା ବେଳେ ପଡିଆ ମଧ୍ୟରେ ପ୍ରଶାନ୍ତ ସେଠି, ଚିକୁ ବଡ଼ପଣ୍ଡା ଲାଇନ୍ସମେନ ଭାବରେ ସହଯୋଗ କରିଥିଲେ। ଚତୁର୍ଥ ରେଫରି ଜଗତ ଜଗଦଲା ଏବଂ ଗୋବିନ୍ଦ ଭୋଇ ମ୍ୟାଚ କମିଶନର ଭାବରେ ଦାଇତ୍ୱ ତୁଲାଇ ଥିବା ବେଳେ ଆଲମ ଭୋଇ ଧାରା ବିବରଣୀ ପ୍ରଦାନ କରି ଥିଲେ ପୁରସ୍କାର ବିତରଣୀ କାର୍ଯ୍ୟକର୍ମ କୁ ଏକାଡେମୀ ର ସଭାପତି ରାକେଶ ନାଗ ପରିଚାଳନା କରିଥିଲେ। ଖଗେଶ୍ୱର, ଜନ୍ମେଜୟ, ଦୀପକ, ନେଉଳ, ରବି, ନଟ, ବୃଶବ ଏବଂ ଗଜାନନ ବନଛୋର ପ୍ରମୁଖ ସମସ୍ତ ସଭ୍ୟ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.