ଓଡ଼ିଆ ବାର୍ତ୍ତା/ ବ୍ରହ୍ମପୁର: ପ୍ରତ୍ୟେକ ବର୍ଷର ଜାନୁଆରୀ ୧୨ ତାରିଖକୁ ଜାତୀୟ ଯୁବା ଦିବସ ଭାବରେ ପାଳନ କରାଯାଇ ଥାଏ। ଏହି ଦିନଟି ଯୁବକ ମାନଙ୍କ ପାଇଁ ସମର୍ପିତ ତଥା ସ୍ୱାମୀ ବିବେକାନନ୍ଦ ଜୟନ୍ତୀ। ସ୍ୱାମୀ ବିବେକାନନ୍ଦ ୧୮୬୩ ମସିହା ଜାନୁଆରୀ ୧୨ ତାରିଖ ଦିନ କୋଲକାତା ଠାରେ ଜନ୍ମ ଗ୍ରହଣ କରିଥିଲେ। ମାତ୍ର ୨୫ ବର୍ଷ ବୟସରେ ସନ୍ୟାସ ନେଇଥିଲେ। ସନ୍ୟାସ ନେବା ପରେ ସେ ସାରା ବିଶ୍ୱରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ। ଏହି ଅବସରରେ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଉତ୍ତରପ୍ରଦେଶର ସାହାରା ଚାରିଟେବୁଲ ଟ୍ରଷ୍ଟ ତରଫରୁ ଓଡିଶା ସାମ୍ବାଦିକ ସତୀଶ କୁମାର ଦାସଙ୍କୁ ସ୍ୱାମୀ ବିବେକାନନ୍ଦ ସେବା ରତ୍ନ ପୁରସ୍କାର ପ୍ରଦାନ କରାଯାଇଛି।