ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଜିଲ୍ଲା ସାଂସ୍କୃତି ପରିଷଦ ଓ ନେହରୁ ଯୁବ କେନ୍ଦ୍ର ପକ୍ଷରୁ ଶୁକ୍ରବାର କଳାହାଣ୍ଡିର ଆରଧ୍ୟ ଦେବତା ଆମପାଣି ବୁଢ଼ାରଜାଙ୍କ ପୀଠରୁ ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ ପାଇଁ ମଶାଲ ଶୋଭାଯାତ୍ରା ବାହାରିଛି। ବୁଢ଼ାରଜା ମନ୍ଦିରରୁ ପୂଜାର୍ଚ୍ଚନା ପରେ ମଶାଲ ବାହାରିଥିଲା।ଆମପାଣିଠାରେ ସ୍ଥାନୀୟ ସରପଞ୍ଚ ରୁକ୍ମିଣୀ ବାଣୁଆ, କୋକସରା ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ମନୋରଞ୍ଜନ ବାଣୁଆ, ସୋନୁ ଅଗ୍ରୱାଲ ପ୍ରମୁଖ ସାମିଲ ହୋଇ ଉତ୍ସାହିତ କରିବା ସହ ସ୍ବାଗତ ଜଣାଇଥିଲେ। ପରେ ସିଉନୀ ଓ କାଉଡୋଲା ଠାରେ ମଧ୍ୟ ମଶାଲକୁ ସ୍ବାଗତ କରାଯାଇଥିଲା। ସେଠାରୁ ମଶାଲ କୋକସରା ପହଞ୍ଚିବା ପରେ ବ୍ଳକ ପ୍ରଶାସନ ପକ୍ଷରୁ ବିଡ଼ିଓ ସେହ୍ନପ୍ରଭା ମାଝୀ, ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଦିପକ କୁମାର ବେହେରା, ଭାରପ୍ରାପ୍ତ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ବିରଞ୍ଚି ଖର୍ସେଲ, କନିଷ୍ଠ ଯନ୍ତ୍ରୀ କିର୍ତ୍ତି ବେହେରା, ସୁକାନ୍ତ ବେହେରା ସମେତ ବ୍ଳକ କର୍ମଚାରୀ ମାନେ ଉପସ୍ଥିତ ରହି ସ୍ବାଗତ କରିଥିଲେ। ସେଠାରୁ ମଶାଲ ମୋଟେର ପହଞ୍ଚିବା ପରେ ମଶାଲକୁ ଭବ୍ୟ ସ୍ୱାଗତ କରାଯାଇ ଭବାନୀପାଟଣା ଅଭିମୁଖେ ବିଦାୟ ଦିଆଯାଇଥିଲା। ଏହି ମଶାଲ ଶୋଭାଯାତ୍ରାକୁ ନେହେରୁ ଯୁବ କେନ୍ଦ୍ର କୋକସରା ବ୍ଳକ ରାଷ୍ଟ୍ରିୟ ସ୍ବେଚ୍ଛାସେବୀ ଚରଣ ସିଂ ବାଗ, ଦୃମାଣ୍ୟ ସବର, ଠାକୁର ନାଏକ ଓ ରଞ୍ଜନ ଗହିର ପରିଚାଳନା କରୁଛନ୍ତି।