ବନ୍ଦ କୋଠରୀରୁ ଶିକ୍ଷକଙ୍କ ଝୁଲନ୍ତା ଶବ ଉଦ୍ଧାର

ଧର୍ମଗଡ,୧୩/୬ : ପୁଣି ଏକ ଦୂଃଖଦ ଖବର ପହଞ୍ଚିଛି ଧର୍ମଗଡ ଅଞ୍ଚଳରୁ । ଏକ ମିଶନ ସ୍କୁଲର ଶିକ୍ଷକଙ୍କ ଝୁଳନ୍ତା ଶବ ଉଦ୍ଧାର ହୋଇଛି । ଏନେଇ ଧର୍ମଗଡ ଥାନାରେ କେଶ ନମ୍ବର ୧୪/୧୯ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଲାଇ ଥିବା ଧର୍ମଗଡ ଥାନା ଅଧିକାରୀ ଡି ପରଜା ପ୍ରକାଶ କରିଛନ୍ତି। ପ୍ରାପ୍ତ ସୂଚନାରୁ ପ୍ରକାଶଯେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଅନ୍ତର୍ଗତ କୁଟୁରୁ ଗ୍ରାମର ଏଲ ନିସି ମିଶନ ସ୍କୁଲରେ ସୁନ୍ଦରଗଡ ଜିଲ୍ଲାର ରୋଷଣ ମୋହନ ଏକ୍କା ନାମକ ଜଣେ ବ୍ୟକ୍ତି ଇଂରାଜୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ସେ ଶୋଇଥିବା ଉପର ମହଲା ଘରଭିତର ପଟୁ କବାଟ ଦେଇ ସିଲିଙ୍ଗ ପଙ୍ଖା ବନ୍ଧା ଯାଉଥିବା ରଡ଼ରେ କପଡ଼ା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ଏନେଇ ଧର୍ମଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବନ୍ଦ କୋଠରୀ ଭିତରୁ ଝୁଲନ୍ତା ଶବ ଜବତ କରିବା ସହ, ଶବ ବ୍ୟବଛେଦ ପାଇଁ ଧର୍ମଗଡ ଉପଖଣ୍ଡ ଡାକ୍ତର ଖାନାକୁ ପଠାଇଛି । ହେଲେ ଝୁଲାନ୍ତ ଶବ କାଢ଼ିଲା ବେଳେ ପରିବାର ତରଫରୁ କେହି ଉପସ୍ଥିତ ନଥିଲେ ।ପାରିପାର୍ଶ୍ବିକ ସ୍ଥିତି କୁ ଅନୁଧ୍ୟାନ କଲେ ଏହା ଏକ ଆତ୍ମହତ୍ୟା ବୋଲି କହୁଥିବା ବେଳେ ବ୍ୟବଛେଦ ରିପୋର୍ଟ ଆସିଲା ପରେ ହିଁ ଏହାର ସତ୍ୟାସତ୍ୟ ଜଣା ପଡିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ । ବିଦ୍ୟାଳୟ ର ଅଧ୍ୟକ୍ଷ ସଞ୍ଜୟ କୁମାର ପଣ୍ଡାକୁ ପଚାରିବାରୁ ସେ କିଛି ଦିନ ହେଲା କୌଣସି ମାନସିକ ଚାପରେ ରହିଥିବା ପ୍ରକାଶ କରିଥିଲେ । ହେଲେ ଏହା ପାରିବାରିକ ମାନସିକ ଚାପ ନା ସ୍କୁଲର ମାନସିକ ଚାପ ବର୍ତମାନ ତଦନ୍ତ ପରେ ଏହାର ସତ୍ୟା ସତ୍ୟ ଜଣା ପଡିବ।

ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି ଲବଣି ରାଉତ ଙ୍କ ରିପୋର୍ଟ odiabarta.in

 

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.