ଧର୍ମଗଡ ବିଧାୟକ ମହୋଷଧି ବାଗଙ୍କ ମାରାଥନ କାର୍ଯ୍ୟକ୍ରମ 

ଡାକ୍ତରଖାନାରେ ରୋଗୀଙ୍କୁ ଭେଟିଲେ, ବ୍ଲକ ଅଧିକାରୀଙ୍କ ସହ ଆଲୋଚନା 

Omkar Vasthu
Omkar Vasthu

ଧର୍ମଗଡ,୧୩/୬ : ନବ ନିର୍ବାଚିତ ଧର୍ମଗଡ଼ ବିଧାୟକ  ମହୋଷଧି ବାଗ ତାଙ୍କର ମାରାଥନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ପ୍ରତହ୍ୟ ସାଧାରଣ ଜନତାଙ୍କ ପାଖରେ ପହଞ୍ଚିବା ସହ ସେମାନଙ୍କ ଦୂଃଖ ସୁଖ ବୁଝି ସମସ୍ୟା ସବୁର ସମାଧାନ କରିବାକୁ ମାଷ୍ଟର ପ୍ଲାନ କରୁଛନ୍ତି ବିଧାୟକ ମହୋଦୟ । ଏହି କ୍ରମରେ ବୁଧବାର  ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷ୍ୟା ସୁଶ୍ରୀ ହୀରା ବାଗ, ଜୁନାଗଡ଼ ବଜାର ନିୟନ୍ତ୍ରିତ କମିଟି ଉପାଧ୍ୟକ୍ଷ ବିବେକ ମିଶ୍ର, ରାଜରାମ ହାତୀ, ପିଣ୍ଟୁ ଭଇସାଲ, ସ୍ବାଧୀନ ବାଗ, ଦିଲୁ ବାଗ ବ୍ଲକ ଯୁବ ଯାଦବ ମହାସଭା ସଭାପତି ଲବଣି ରାଉତ, ସୁନୀଲ ମେହେର, ହିମାଂଶୁ ବାଗ ପ୍ରମୁଖଙ୍କ ସହ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ରୋଗୀଙ୍କୁ ସାକ୍ଷାତ କରି ସେମାନଙ୍କ ଭଲମନ୍ଦ ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଥିଲେ । ଏହି ଅବସରରେ ରୋଗୀଙ୍କୁ ଫଳ ବାଣ୍ଟିବା ସହ ଚିକିତ୍ସାଲୟର ବିଭିନ୍ନ ସମସ୍ୟା ଉପରେ ଏସଡିଏମଓଙ୍କ ସହ ଆଲୋଚନା କରିଥିଲେ । ଏହାପରେ ପଞ୍ଚାୟତ ସମିତି କାର୍ଯ୍ୟାଳୟକୁ ଯାଇ ବ୍ଲକର ବିଭାଗୀୟ ଆଧିକାରୀ ମାନଙ୍କ ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ସାଧାରଣ ଜନତା କିପରି ଭାବରେ ସରକାରୀ ସେବା ଓ ଯୋଜନା ସବୁ ଦ୍ବାରା ଉପକୃତ ହୋଇପାରିବେ ସେ ବିଷୟରେ ଆଲୋଚନା ପର୍ଯ୍ୟାଲୋଚନା କରିଥିଲେ।

Pearl dental clinic
Near Ashish Medical Store, Bhawanipatna

 

ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି ଲବଣି ରାଉତଙ୍କ ରିପୋର୍ଟ odiabarta.in

Udyog Nursery
Udyogi Nursery

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.