ମିଲର୍ସ ଷ୍ଟ୍ରାଇକ ଯୋଗୁଁ ସପ୍ତାହେ ହେଲାଣି ପଡି ରହିଛି ୧୨୫୦୦୦ କ୍ୱିଣ୍ଟାଲ ଧାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ନର୍ଲା ଧାନ ମଣ୍ଡି, ନର୍ଲାର ଦୁଇ ଉପମଣ୍ଡି ମାଣ୍ଡେଲ ଓ ଘଣ୍ଟମାଳ, ସରିଆଁ, ରପ୍ରାରୋଡ, ରୂପ୍ରା, ଭାନପୁର ସମେତ ୨୫ ଗୋଟି ମଣ୍ଡି ଗୁଡିକରେ ଗୋଟିଏ ସପ୍ତାହ ହୋଇଗଲାଣି ପଡି ରହିଛି ହଜାର ହଜାର କ୍ୱିଣ୍ଟାଲ ଧାନ। ଚାଷୀ ଟୋକନ ପାଇ ମଣ୍ଡିକୁ ଆଣିଥିବା ଧାନ ଉଠିନପାରି ଟୋକନ ଖାରଜ ହେବାକୁ ଯାଉଥିବା ବେଳେ ଅଦ୍ୟାବଧି ଧାନ ଉଠିନଥିବାରୁ ଚିନ୍ତାରେ ରହିଛନ୍ତି ଚାଷୀ। ୧,୨୫,୦୦୦ କ୍ଵିଣ୍ଟାଲରୁ ଉର୍ଦ୍ଧ୍ବ ପରିମାଣର ଧାନ ବସ୍ତା ଗୁଡିକ ପଲିଥିନ ଢଙ୍କା ହୋଇ ପଡିରହିଛି। ଚାଷୀଙ୍କ ସମସ୍ୟା ଗୁଡିକୁ ନେଇ ଶୁକ୍ରବାର ୫/୧ ବିଜେପି ଧାରଣା ଦେଇ ଆନ୍ଦୋଳନ କରି ଭାରତ ବନ୍ଦ କରିଥିଲା। ଗତ ଶନିବାର ୬/୧ ଡ୍ରାଇଭର ମହାସଙ୍ଘର ଡାକରାରେ ଷ୍ଟିୟରିଂ ଛାଡ ଆନ୍ଦୋଳନ, ନୂଆବର୍ଷ ଛୁଟି ଓ ଏହାପରେ ଗତ ମଙ୍ଗବାରଠାରୁ ମିଲର୍ସ ମାନଙ୍କ ଧାରଣା ଯୋଗୁଁ ଏଭଳି ସମସ୍ୟା ଉପୁଜିଛି। ଜିଲ୍ଲାପାଳ ମହୋଦୟା ମିଲର୍ସ ମାନଙ୍କ ସହ ଆଲୋଚନା କରି ସାରିଛନ୍ତି, ୧୪/୧ ରୁ ଧାନ ଉଠିବା ପ୍ରକ୍ରିୟା ଆରମ୍ଭ ହେବ ବୋଲି ନର୍ଲା ଯୋଗାଣ ଅଧିକାରୀ ଶିବପ୍ରାସାଦ ମହାନ୍ତି ମତବ୍ୟକ୍ତ କରିଛନ୍ତି। ମଣ୍ଡିରେ ଧାନ ପକେଇ ଥିବା ଅନେକ ଚାଷୀଙ୍କ ଟୋକନ୍ ଶନିବାର ମଧ୍ୟରେ ଲେପସ୍ ହୋଇ ଯାଇଥିବା ବେଳେ ସୋମବାର ଓ ମଙ୍ଗଳାବାର ଆଉ ଅନେକ ଟୋକନ ଲେପ୍ସ ହୋଇଯିବ ବୋଲି ଜଣାପଡିଛି। ଟୋକନ ଲେପ୍ସ ହୋଇଗଲେ ମଣ୍ଡିକୁ ଧାନ ଆଣିଥିବା ଚାଷୀ ଅନେକ ହଇରାଣ ହେବେ, ଧାନ ଉଠିପାରିବ ନାହିଁ ବୋଲି ବରିଷ୍ଠ ଚାଷୀମାନେ ମତବ୍ୟକ୍ତ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.