ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ସ୍ଥିତ ହାଟପଦା ପରିସରରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ପିତା ତଥା ବିଶିଷ୍ଟ ଶିକ୍ଷାବିତ ସ୍ବର୍ଗତ ଯୁଗଳ କିଶୋର ପଟ୍ଟନାୟକ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆବାହକ ପୂର୍ଵତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇଙ୍କ ଆହ୍ୱାନ କ୍ରମେ ବିଜୟ ରଥ ଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭାରେ ବୈଠକରେ ଆଇନଜୀବି କୃଷ୍ଣଚନ୍ଦ୍ର ସାହୁ, ପ୍ରୀତିସାଗର ମହାନନ୍ଦ, ଅର୍ଜୁନ ଅଗ୍ରୱାଲ ଓ କବି ପ୍ରଦୀପ ଜାଲ ପ୍ରମୁଖ ଉପସ୍ଥିତ ଥିଲେ। ସ୍ବର୍ଗତ ଶ୍ରୀ ପଟ୍ଟନାୟକ ୧୯୨୭ ମସିହାରେ ସୋନପୁର ଜିଲ୍ଲା ବିବିକା ବ୍ଲକ କୁଉଡିଆମୁଣ୍ଡା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ଏହାପରେ ସେ ୧୯୫୦ ମସିହାରେ ସଇଁତଲା ଏମ.ଇ. ସ୍କୁଲରେ ଶିକ୍ଷକତା ଆରମ୍ଭ କରିଥିଲେ। ଏପରିକି ଶ୍ରୀ ପଟ୍ଟନାୟକ ସଇଁତଲାର ବିଭିନ୍ନ ଅନୁଷ୍ଠାନରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡିତ ରହି ୧୦୨୪ ପ୍ରହର ନାମଯଜ୍ଞ, ନଅ କୁଣ୍ଡିୟ ଗାୟତ୍ରୀ ଯଜ୍ଞ, ରାମ ମନ୍ଦିର ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହା ସହିତ ରାମାୟଣ ପରାୟଣ, ଭାଗବତ, ସାହିତ୍ୟ ଚର୍ଚ୍ଚାଗୁଡିକରେ ଅଂଶ ଗ୍ରହଣ କରୁଥିଲେ ବୋଲି ଉପସ୍ଥିତ ବ୍ୟକ୍ତିମାନେ ସ୍ମତିଚାରଣ କରିଥିଲେ। ଉକ୍ତ ସଭାରେ ସୁବାସ ରଥ, ଗୌରାଙ୍ଗ ସାହୁ, କିଶୋର ସାହୁ, ରାଧେଶ୍ୟାମ ସାହୁ, ପ୍ରମୋଦ ବୈଠାରୁ, ଭୀମସେନ ସ୍ୱାଇଁ, ଦେବରାଜ ପଣ୍ଡା , ମାନଭଞ୍ଜନ,ପାଣିଗ୍ରାହୀ, ନାରାୟଣ ନାଗ, ତପନ ଦାସ, ଭୀମରାଜ ବାଗ, ମଦନଲାଲ ଅଗ୍ରୱାଲ, ଗୁଣସାଗର ମାଝୀ, ପ୍ରମୋଦ ସେଲମା, ସୁବ୍ରତ ପଟ୍ଟନାୟକ, ବଜରଙ୍ଗଳାଲ ଅଗ୍ରୱାଲ, ଦେବେନ୍ଦ୍ର ଯୋଶୀ, ଵିଶାଲ ଅଗ୍ରୱାଲ, ବୁବୁନ ପାଣିଗ୍ରାହୀ, ସଞ୍ଜୟ ଅଗ୍ରୱାଲ, କିଶୋର ବେହେରା, ଗୌତମ କ୍ଷେତି, ନାରାୟଣ ସାହୁ, ଟଙ୍କଧର ସାହୁ, ଲଲାଟେନ୍ଦୁ ପୃଷେଠ, ଦୁର୍ବାଦଳ ପ୍ରଶାୟତ, ଛନ୍ଦାଚରଣ ବେହେରା, ଅମିତ ରଥ, କାନନ ପଟ୍ଟନାୟକ ଓ କାର୍ତିକ ଦଣ୍ଡସେନାଙ୍କ ସମେତ ସଇଁତଲା ବାସୀ ଉପସ୍ଥିତ ରହି ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶେଷରେ ଆଇନଜୀବି ସୁବୋଧ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ।