ଜାତୀୟ ରାଜପଥରେ ପୁଣି ଅଘଟଣ: ସରକାରୀ ବସ ଓ ସ୍କୋର୍ପିଓ ମୁହାଁମୁହିଁ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା କୋମନା ଥାନା ତରବୋଡ଼ ସ୍ଥିତ ସମ୍ଭବ ପାଖ ଜାତୀୟ ରାଜପଥ ୩୫୩ ରେ ପୁଣି ଏକ ମର୍ମାନ୍ତୁଦ ଦୁର୍ଘଟଣା ଘଟିଯାଇଛି | ଓଭରଟେକ କରୁଥିବା ବେଳେ ସରକାରୀ ବସ ଓ ସ୍କର୍ପିଓ ମୁହାଁମୁହିଁ ଧକ୍କା ହୋଇଛି | ସ୍କର୍ପିଓ ରେ ଥିବା ତିନି ବନ କର୍ମଚାରୀ ସହ ୬ ଗୁରୁତର ହୋଇଥିବା ବେଳେ ସେପଟେ ବସରେ ଥିବା ଜଣେ ଯାତ୍ରୀ ମଧ୍ୟ୍ୟ ଆହତ ହୋଇ ନୂଆପଡା ମୁଖ୍ୟ ସିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ତିନି ବନ କର୍ମଚାରୀ ଓ ଅନ୍ୟ ତିନିଜଣ ସହ ସ୍କର୍ପିଓ ଟି ନୂଆପଡାକୁ ଆସୁଥିଲା। ତେବେ ତରବୋଡ଼ ଓ ମାନିଗୁଡା ଛକ ମଝିରେ ଥିବା ସମ୍ଭବ ପାଖ ବୁଲାଣି ରେ ସ୍କର୍ପିଓ ଗାଡିଟି ଏକ ଟ୍ରକକୁ ଓଭରଟେକ କରୁଥିବା ବେଳେ ସାମ୍ନାରୁ ଆସୁଥିବା ବଲାଙ୍ଗୀର ଯିବାକୁ ଥିବା ସରକାରୀ ବସରେ ଧକ୍କା ହୋଇଥିଲା। ତଥାପି ସ୍କର୍ପିଓକୁ ବଞ୍ଚାଇବା ପାଇଁ ବସ ଡ୍ରାଇଭର ଚେଷ୍ଟା କରିଥିଲେ ମଧ୍ୟ ବସଟି ରାସ୍ତା ତଳକୁ ପଶି ଯାଇଥିଲା। ବସରେ ଥିବା ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୁଖ୍ୟ ସିକିତ୍ସାଳୟରେ ଭର୍ତ୍ତି ହୋଇଥିବା ସମସ୍ତେ ସୁସ୍ଥ ଥିବା ଡାକ୍ତର ରାହୁଲ ଘୋଷ ସୂଚନା ପ୍ରଦାନ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.