ରେଳ ଯାତ୍ରୀ ସୁରକ୍ଷା ସମିତିର ଡାକରା: ଫେବୃୟାରୀ ୫ରେ ନର୍ଲାରୋଡ ଷ୍ଟେସନଠାରେ ରେଳରୋକ ଆନ୍ଦୋଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡ ରେଳ ଯାତ୍ରୀ ସୁରକ୍ଷା ସମିତି ବନ୍ଦ ଡାକରା ଦେଇଛି। ଆସନ୍ତା ଫେବୟାରୀ ୫ ରେ ନର୍ଲାରୋଡ ରେଳ ଷ୍ଟେସନ ରେ ରେଳରୋକ ଧାରଣା ଦେବ ସମିତି। ଏଥିରେ ହଜାର ହଜାର ଲୋକ ସାମିଲ ହେବେ। ଏ ନେଇ ରବିବାର ନର୍ଲାରୋଡ ଧର୍ମଶାଳା ରେ ସମିତିର ସଭାପତି ପ୍ରଦୀପ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଗତ ୨୦୨୧ ଅପ୍ରେଲ ୧୦ ରେ ରୁପ୍ରାରୋଡ ରେଳ ଷ୍ଟେସନ ରେ ରେଳରୋକ ଧାରଣା ପରେ ନର୍ଲାରୋଡ ଓ ରୁପ୍ରାରୋଡ ରେଳ ଷ୍ଟେସନ ରେ ପୁରୀ ଅହମଦାବାଦ ଏକ୍ସପ୍ରେସ ଓ ସମଲେଶ୍ୱରୀ ଏକ୍ସପ୍ରେସ ଟ୍ରେନ ର ରହଣୀ ହୋଇଥଲା। ହେଲ ଆଗରୁ ନର୍ଲାରୋଡ ଷ୍ଟେସନ ରେ ରହଣୀ ରହିଥିବା ଓ କରୋନା ପରେ ଷ୍ଟପେଜ୍ ଦିଆଯାଇ ନଥିବା ଏଲେପି ଧାନବାଦ ଓ ସମତା ଏକ୍ସପ୍ରେସ ଟ୍ରେନ ର ରହଣୀ ଦାବୀ ନେଇ ଏ ଆନ୍ଦୋଳନ ର ଡାକରା ଦେଇଛି ନର୍ଲାରୋଡ଼ ରେଳଯାତ୍ରୀ ସୁରକ୍ଷା ସମିତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଠାରେ ପ୍ରକାଶ ଯୋଗ୍ୟ ଯେ କୋଭିଡ ପୂର୍ବରୁ ନର୍ଲାରୋଡ ରେଳ ଷ୍ଟେସନରେ ରହଣୀ ରହିଥିବା ଏକ୍ସପ୍ରେସ ଟ୍ରେନ ଗୁଡିକ ଲକ୍ଡାଉନ ସମୟ ଅପ୍ରେଲ ୩୦ ୨୦୨୦ ରୁ ବନ୍ଦ ହୋଇପଡିଲା । ୨୦ ଜୁଲାଇ ୨୦୨୦ ରେ ପୁଣି ଥରେ ଟ୍ରେନ ଚଳାଚଳ ଆରମ୍ଭ ହେଲା । କୋଭିଡ ସ୍ପେସିଆଲ ଟ୍ରେନ ଭାବରେ ଉକ୍ତ ଟ୍ରେନ ଗୁଡିକ ଚାଲିଲା । ହେଲେ ପୂର୍ବରୁ ନର୍ଲାରୋଡ ରେଳ ଷ୍ଟେସନରେ ରହଣୀ ରହିଥିବା ଟ୍ରେନ ଗୁଡିକ ନର୍ଲାରୋଡ ଷ୍ଟେସନରେ ଆଉ ରହିଲା ନାହିଁ । ଏଥିପାଇଁ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ରୁପ୍ରାରୋଡ ରେ ଅପ୍ରେଲ ୧୦ ରେଳରୋକ ଧାରଣା ପରେ ଦୁଇ ଷ୍ଟେସନ ରେ ଦୁଇଗୋଟି ଟ୍ରେନ ର ଷ୍ଟପେଜ ହୋଇଥଲା। କୋଟକଣା ଅପସାରଣ ପରେ ବାରମ୍ବାର ରେଳବାଇ ବିଭାଗ ଓ ନେତା ମନ୍ତ୍ରୀଙ୍କୁ ନର୍ଲାରୋଡରେ ଟ୍ରେନ ଷ୍ଟପେଜ ନେଇ ଲେଖି ଜଣାଇଲେ ମଧ୍ୟ କୌଣସୀ ସୁଫଳ ମିଳିଲା ନାହିଁ । ରେଳ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଓ ରେଳବାଇ ବିଭାଗର ଉଚ୍ଚ କତ୍ତୃପକ୍ଷଙ୍କୁ ଅବଗତ କରି ସାରିଛି ନର୍ଲାରୋଡ ରେଳ ଯାତ୍ରୀ ସୁରକ୍ଷା ସମିତି । ରେଳରୋକୋ ଆନ୍ଦୋଳନ ପାଇଁ ଗତକାଲି ରବିବାର ନର୍ଲାରୋଡ ଧର୍ମଶାଳାରେ ରେଳଯାତ୍ରୀ ସୁରକ୍ଷା ସଂଘର ସଭାପତି ପ୍ରଦୀପ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ରେଳଯାତ୍ରୀ ସୁରକ୍ଷା ସଂଘର ଉପଦେଷ୍ଟା ରାମଚନ୍ଦ୍ର ପରିଡା, ସମ୍ପାଦକ ହମେଶ କୁମାର ଜୈନ, ଜହରଲାଲ ବିଶ୍ୱାଳ, ଥବିରାମ ବୁଦ୍ଧିଆ, ଅମର ରାଉତ, ବିଜୟ ବୁଦ୍ଧିଆ, ବିନାୟକ ମହନ୍ତ, ନର୍ଲା ବଣିକ ସଂଘର ସଭାପତି ଅଜୟ ପଣ୍ଡା, ସାମ୍ବାଦିକ ଶାନ୍ତାନୁ ପାତ୍ର, ନୀଳକଣ୍ଠ ବେହେରା, ଓମ ପୁଝାରୀ, ଶ୍ରୀପତି ମହାନନ୍ଦ, କିରଣ ମହାନନ୍ଦ୍, ସିପୁନ ଜେନା, ସେବାକାରୀ କିନ୍ନର ସଂଘର ସଭାପତି କାମିନୀ କିନ୍ନର ଓ ସଂଘର ସଦସ୍ୟ ମାନେ, କୁମୁଦ ଚନ୍ଦ୍ର ନାଏକ, ନରସିଂହ ଥପା, ନର୍ଲା ବ୍ଲକ୍ କଂଗ୍ରେସ ସଭାପତି ସମୀର ଚାନ୍ଦ୍, ବିମଲ କେଡିଆ, ରାଜେଶ ଅଗ୍ରୱାଲ, ମନୋଜ ଅଗ୍ରୱାଲ, ବିଜୟ ବୁଦ୍ଧିଆ,(ସିପିଆଏମଏଲ) ଜାଗ୍ରତ ସମିତିର ଜିଲ୍ଲା ସାଧାରଣ ସମ୍ପାଦକ କେଶବ ପଧାନ, ଦୟାସାଗର, ଓ ନର୍ଲାରୋଡ ତଥା ଆଖପାଖ ଗ୍ରାମର ୫୦ ରୁ ଉର୍ଦ୍ଧ୍ବ ସଦସ୍ୟ ପ୍ରସ୍ତୁତି ବୈଠକରେ ଉପସ୍ଥିତ ରହି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଶାନ୍ତି ଶଋଙ୍ଖଳାର ସହିତ ସକାଳ ୭ ଘଣ୍ଟାରୁ ରେଳଯାତ୍ରୀ ସୁରକ୍ଷା ସଂଘ ନର୍ଲାରୋଡର ସମସ୍ତ ସଦସ୍ୟ ଏବଂ ନର୍ଲା ଅଞ୍ଚଳର ଏକ ହଜାରରୁ ଉର୍ଦ୍ଧ୍ବ ଲୋକ ଏହି ରେଳରୋକୋ ଆନ୍ଦୋଳନରେ ସାମିଲ ହେବେ । ସଂଧ୍ୟା ୫ ଘଣ୍ଟା ପର୍ଯ୍ୟନ୍ତ ଚାଲିବ ରେଳରୋକୋ ଆନ୍ଦୋଳନ । ପ୍ଲାଟଫର୍ମରେ ସଭା ସାଙ୍ଗକୁ ରେଳଧାରଣା ଉପରେ ବସି ଆନ୍ଦୋଳନ କରିବେ ଜନସାଧାରଣ ବୋଲି ପ୍ରସ୍ତୁତି ବୈଠକରେ ନିଷ୍ପତି ନିଆଯାଇଥିବା ଜଣାପଡିଛି । ଫେବୃଆରୀ ୫ ଦିନ ନର୍ଲା ଓ ନର୍ଲାରୋଡ ର ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଅଞ୍ଚଳର ସାମୁହିକ ସ୍ୱାର୍ଥକୁ ନେଇ, ଜନସାଧାରଣଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ନର୍ଲାରୋଡ ଯାତ୍ରୀ ସୁରକ୍ଷା ସଂଘ ତରଫରୁ ଏହି ଆନ୍ଦୋଳନ କରା୍ାଉଥିବାରୁ ଏଥିରେ ନର୍ଲା ଅଞ୍ଚଳର ଅଧିକରୁ ଅଧିକ ଲୋକ ସାମିଲ ହେବାପାଇଁ ନର୍ଲାରୋଡ ଯାତ୍ରୀ ସୁରକ୍ଷା ମଞ୍ଚ ତରଫରୁ ଆଗ୍ରହ ଓ ଅନୁରୋଧ କରାଯାଇଥିବା ଜଣାପଡିଛି । ବୈଠକ ଶେଷରେ ନର୍ଲାରୋଡ ରେଳ ଯାତ୍ରୀ ସୁରକ୍ଷା ସଂଘ ର ସମ୍ପାଦକ ହମେଶ କୁମାର ଜୈନ ଧନ୍ୟବାଦ ଅର୍ପଣ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.