ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ସ୍ଥାନରେ ମକର ମେଳା 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକର ସବୁ ପଞ୍ଚାୟତରେ ଥିବା ବିଭିନ୍ନ ମନ୍ଦିର ସହିତ କିଛି ଶିକ୍ଷାନୁଷ୍ଠାନରେ ଏବଂ ତେଲୁଗୁ ସମ୍ପ୍ରଦାୟର ଲୋକମାନେ ଏହି ମକର ମେଳା ଓ ପୂଜାର୍ଚ୍ଚନା କରି ପାଳନ କରିଛନ୍ତି | ଗଞ୍ଜାମ ଜିଲ୍ଳାର ପ୍ରସିଦ୍ଧ ଶକ୍ତି ପୀଠ ମା ତାରା ତାରିଣୀ ମନ୍ଦିର ସହିତ ଅନ୍ୟାନ୍ୟ ଦେବୀ ପୀଠ, ଶୈବ ପୀଠ ଓ ବିଷ୍ଣୁ ମନ୍ଦିର ସହିତ କିଛି ଶିକ୍ଷାନୁଷ୍ଠାନରେ ମକର ମେଳା ଓ ପୁଜା ଅନୁଷ୍ଠିତ ହୋଇ ଯାଇଛି |

ତେବେ ପୁରୁଷୋତ୍ତମପୁର ଏନଏସିର କପିଳଶ୍ୱର ମନ୍ଦିର, ସ୍ଵପ୍ନେଶ୍ଵର ମନ୍ଦିର, ଲଙ୍ଗଳେଶ୍ୱର ମନ୍ଦିର ଓ ଶ୍ରୀରାମ ଆଦର୍ଶ ଶିକ୍ଷାନୁଷ୍ଠାନର ନିର୍ଦେଶକ ରାମ ଚନ୍ଦ୍ର ପଣ୍ଡା ଙ୍କ ନେତୃତ୍ୱରେ ଓ ଅନ୍ୟାନ୍ୟ ଗୁରୁଜୀ, ଗୁରୁମା ଛାତ୍ର, ଛାତ୍ରୀ ମାନଙ୍କ ଦ୍ୱାରା, ଏବଂ ନିମନ୍ତ୍ରିତ ପଣ୍ଡିତ ସୂର୍ଯ୍ୟ ନାରାୟଣ ସାହୁଙ୍କ ଦ୍ୱାରା ପିଲାମାନଙ୍କୁ ପ୍ରବଚନ ଦେଇ ମକର ମେଳା ଓ ପୁଜା କରାଯାଇ ମକର ପ୍ରସାଦ ସମସ୍ତଙ୍କୁ ବଣ୍ଟନ କରା ଯାଇଥିଲା |

ସେହିପରି ରାଧାକାନ୍ତ ସାହିରେ ଥିବା ଅନ୍ୟତମ ଶିବାନନ୍ଦ ଶିକ୍ଷାନୁଷ୍ଠାନର ମୁଖ୍ୟ କେ ବାବୁ ରାଓଙ୍କ ଉପସ୍ଥିତିରେ ପଣ୍ଡିତ ମାନଙ୍କ ଦ୍ୱାରା ସମସ୍ତ ଛାତ୍ର, ଛାତ୍ରୀଙ୍କୁ ନେଇ ହନୁମାନ ଚାଳିଶା ସହ ମକର ପୁଜା କରାଯାଇ ଥିଲା | ଏହାସହ ବ୍ଲକର ବହୁ ଗ୍ରାମରେ ମଧ୍ୟ ହନୁମାନ ଚାଳିଶା, ନାଟ, ଯାତ୍ରା, ଏବଂ ତେଲୁଗୁ ସମ୍ପ୍ରଦାୟର ବ୍ୟକ୍ତି ମାନେ ପାରମ୍ପରିକ ରିତି ନିତି ଅନୁସାରେ ପୋଙ୍ଗଲ ପର୍ବ  ପାଳନ କରିଛନ୍ତି | 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.