ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟ ନୂଆ-ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ଯୁବ ଓଡିଶା ନବୀନ ଓଡିଶା ଦ୍ୱାରା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଏବଂ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ପରିପ୍ରେକ୍ଷୀରେ ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଦ୍ୱାରା ଚତୁର୍ଥ ଦିବସୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼.ତରୁଣ କୁମାର ପ୍ରଧାନ ସଭାପତିତ୍ୱ କରିଥିବାବେଳେ କାର୍ଯ୍ୟକ୍ରମରେ ଅତିଥି ଆମନ୍ତ୍ରଣ କରିଥିଲେ ଓଡ଼ିଆ ବିଭାଗ ପ୍ରାଧ୍ୟାପିକା ସଂଗୀତା ନେତାମ l ଏଥିରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟ କମିଟି ଅଧ୍ୟକ୍ଷ ଡ଼. ବିଶ୍ୱଜିତ ପାଢ଼ୀ, ସମ୍ମାନୀତ ଅତିଥି ଯୁକ୍ତ ଦୁଇ ଅଧ୍ୟକ୍ଷ ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ପଣ୍ଡା, ରାଜନୀତି ବିଭାଗୀୟ ପ୍ରାଧ୍ୟାପକ ଡ଼. ପଦ୍ମଲୋଚନ ବର୍ମା, ପଦାର୍ଥ ବିଜ୍ଞାନ ପ୍ରାଧ୍ୟାପକ ଚନ୍ଦ୍ରଶେଖର ଚନ୍ଦ୍ରକାର ପ୍ରମୁଖ ଉପସ୍ଥିତ ଥିଲେ l ଉକ୍ତ ଉଦ୍ଘାଟନୀ ଉତ୍ସବରେ ଏକ ଜାତୀୟ ଆଲୋଚନା ଚକ୍ର ” ଓଡ଼ିଆ ସାହିତ୍ୟରେ ଜଗନ୍ନାଥ ଚେତନା ” ରଖାଯାଇଥିଲା l ଏଥିରେ ଆଲୋଚକ ଭାବରେ ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ମେଜର ରାମଚନ୍ଦ୍ର ମିଶ୍ର, ଓଡ଼ିଆ ବିଭାଗ ପ୍ରାକ୍ତନ ପ୍ରାଧ୍ୟାପକ ଶ୍ରୀ ବିଜୟ କୁମାର ବାରିକ, ଶିକ୍ଷା ବିଭାଗ ପ୍ରାଧ୍ୟାପିକା ଡ଼. ଗୀତାଶ୍ରୀ ପ୍ରିୟମ୍ବଦା ପ୍ରମୁଖ ଯୋଗଦେଇ ଥିଲେ l ଏହି ପରିପ୍ରେକ୍ଷୀରେ ଅଧ୍ୟାପକ ରମାକାନ୍ତ ସିଂହ ସାହାଣୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ବିଭାଗର ଅଧ୍ୟାପିକା ସାଗରିକା ପଣ୍ଡା, ଅଧ୍ୟାପିକା କାଜଲ ମେହେର, ଅଧ୍ୟାପିକା ଦେବୀଦତ୍ତା ବେହେରା, ଛାତ୍ର କେଦାରମଣି ବାଗ ପ୍ରମୁଖ ଓଡ଼ିଆ ସାହିତ୍ୟରେ ଜଗନ୍ନାଥ ଚେତନା ବିଷୟକ ନିବନ୍ଧ ପାଠ କରିଥିଲେ l କାର୍ଯ୍ୟକ୍ରମରେ ଅଧ୍ୟାପକ ହରିବନ୍ଧୁ ହଂସ, ଅଧ୍ୟାପକ ଚୈତନ୍ୟ ମହାନ୍ତି ସହିତ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l ଶେଷରେ ଅଧ୍ୟାପକ ଡ଼.ସୁରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.