୨୧ ରେ ଟୋକି ମରା ପରବ: ସଜେଇ ହେଇଛି ଧରଣୀ ଗୁଡି, ଉତ୍ସବ ମୁଖର ଆଦିବାସୀ ଅଞ୍ଚଳ

ଓଡ଼ିଆ ବାର୍ତ୍ତା/ ଥୁଆମୁଳ ରାମପୁର (ପ୍ରଦୀପ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଭିନ୍ନ ସ୍ଥାନରେ ଟୁକିମରା ପର୍ବ ଅନୁଷ୍ଠିତ ହେବାକୁ ଯାଉଛି। ଆଦିବାସୀ ପରମ୍ପରାର ଏକ ଅନନ୍ୟ ପର୍ବ ହେଉଛି “ଟୋକିମରା ପରବ୍” ବା “ପୁଷ୍ ପରବ୍”। ପ୍ରତିବର୍ଷ ପୌଷ ମାସ ଅନ୍ତିମ ରବିବାର ଦିନ ଏହି ପର୍ବ ପାଳନ ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ଆଉ ଗୋଟାଏ ଦିନ ପରେ ଏହି ପର୍ବ ପାଳନ ହେବାକୁ ଯାଉଛି।ଏଥିପାଇଁ ଆଦିବାସୀ ସମ୍ପ୍ରଦାୟ ସମେତ ଅଞ୍ଚଳ ବାସୀଙ୍କ ମଧ୍ୟରେ ଉତ୍ସବର ବାତାବରଣ ସୃଷ୍ଟି ହେଇଛି। ଯେଉଁ ଗାଁରେ ପର୍ବ ପଡୁଛି ସେଠିକାର ଧରଣୀ ଗୁଡି ଠାକୁରାଣୀ ପୀଠ ନୂତନ ଭାବେ ନିର୍ମାଣ ହୋଇ ନବ ରଙ୍ଗରେ ସଜେଇ ହେଇସାରିଛି। ବର୍ଷ ତମାମ ନିଜର ପରିଶ୍ରମରେ ଉତ୍ପାଦିତ ଶସ୍ୟର ଅମଳ ପରେ ଧରଣୀ ଦେବୀ ତଥା ମାଟି ଦେବତାଙ୍କୁ ସେମାନଙ୍କ ପରମ୍ପରା ଅନୁଯାୟୀ ପୂଜା କରାଯାଇଥାଏ। ଯେଉଁଠି ଚାଷ ସମେତ ପରିବାର ଏବଂ ଗୃହ ପାଳିତ ପଶୁଙ୍କ ମଙ୍ଗଳ କାମନା ପୁର୍ବକ ଏହି ପର୍ବ ପାଳନ କରାଯାଉଥିବା ବିଶ୍ବାସ ରହିଆସିଛି। ଚଳିତ ବର୍ଷ ଥୁଆମୂଳ ରାମପୁର ବ୍ଲକର ଥୁଆମୂଳ ରାମପୁର ସଦର ମହକୁମା ସମେତ ଏଲ୍ ଜାମୁଗୁଡା, ତଳଝାପି, କିରିକିଚା, ଖମାରପଦର, କାଠଘରା, ତୁନାପାରି ଗାଁରେ ଏହି ପର୍ବ ପାଳନ ହେବ। ଶାନ୍ତି ଶୃଙ୍ଖଳାର ସହିତ କିପରି ଏହି ପର୍ବ ପାଳନ କରାଯିବ ସେନେଇ ଗାଁ ଗାଁର ପୂଜା କମିଟି ପ୍ରସ୍ତୁତ ରହିଥିବା ଜଣାପଡିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.